fbpx

ଖୋଲିଲା ସ୍ୱାମୀ-ସ୍ତ୍ରୀଙ୍କ ଜାଲ୍ ସାର୍ଟିଫିକେଟ ଗୁମର: ସ୍ୱାମୀ ଫେରାଇବେ ୧୬ ଲକ୍ଷ ଦରମା ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାଲ୍ ସାର୍ଟିଫିକେଟରେ ଚାକିରି କରି ପୂର୍ବରୁ ରାଜ୍ୟର ଏକାଧିକ ସରକାରୀ କର୍ମଚାରୀ ଫସିଥିଲେ । ତେବେ ଜାଲ୍ ସାର୍ଟିଫିକେଟରେ ଚାକିରି କରିବା ଏବେ ଦୁଇଜଣ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି । ଏକାଥରକେ ସ୍ୱାମୀ ଓ ସ୍ତ୍ରୀ ଏପରି କେସରେ ଛନ୍ଦି ହୋଇ ଚାକିରି ହରାଇଛନ୍ତି । ଏକ ଦମ୍ପତି ନକଲି ସାର୍ଟିଫିକେଟ ଦେଇ ସରକାରୀ ସ୍କୁଲରେ ଚାକିରି କରିଥିବା ନେଇ ସୂଚନା ଆଇନ ଆଧାରରେ ତଥ୍ୟ ପର୍ଦ୍ଦାଫାସ ହୋଇଛି ।

ତେବେ ଏହି ଦୁଇ ଶିକ୍ଷକ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ମଝିଗଡ଼ିଆ ହାଇସ୍କୁଲର । ଶିକ୍ଷକ ଦମ୍ପତିଙ୍କ ନକଲି ସାର୍ଟିଫିକେଟ କେଳେଙ୍କାରୀର ପଦ୍ଦାଫାସ ହେବା ପରେ ଦୁହିଁଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠାନ ନିଆଯାଇଛି । ସ୍ୱାମୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ସ୍ତ୍ରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।

ଯୁବକ ଜଣଙ୍କ ଗତ ୨୦୧୩ ମସିହାରେ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ । ଗତ ତିନିବର୍ଷ ପୂର୍ବେ ତାଙ୍କର ଚାକିରି ରେଗୁଲାର ହୋଇଥିଲା । ସେ ଯୁକ୍ତତିନି ଓ ବିଇଡିର ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ସୂଚନା ଆଇନ ତଥ୍ୟରୁ ସ୍ପଷ୍ଟ ହୋଇଥିଲା । ସେହିପରି ମହିଳା ଜଣଙ୍କ ସଂସ୍କୃତରେ ଏମଏ କରିଥିବା ଦର୍ଶାଇ ଥିଲେ ହେଁ ତାହା ମିଛ ବୋଲି ପ୍ରମାଣିତ ହୋଇଥିଲା । ତେବେ ପତି ଦରମା ବାବଦ ୧୬ ଲକ୍ଷରୁ ଅଧିକ ଅର୍ଥ ଫେରାଇବାକୁ ଜିଲ୍ଲା ଅଧିକାରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.