fbpx

ସ୍ୱାମୀଙ୍କର ଅଛି ନିଦରେ ସେକ୍ସ କରିବା ରୋଗ, ପତ୍ନୀ ବଖାଣିଲେ ନିଜ ଉପରେ ବିତୁଥିବା ବିକଟ ସ୍ଥିତିର କାହାଣୀ

ନୂଆଦିଲ୍ଲୀ: ସେକ୍ସାମେନିଆ ଦ୍ୱାରା ପୀଡ଼ିତ ଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀ ନିଜ ସମସ୍ୟା ସମ୍ପର୍କରେ ଦୁନିଆ ଆଗରେ ବଖାଣିଛନ୍ତି । ତାଙ୍କ ସ୍ୱାମୀଙ୍କର ଦୁର୍ଲଭ ସ୍ଲିପ୍ ଡିସଅର୍ଡର୍ ଥିବାରୁ ନିଦରେ ଅଜବ ହରକତ କରୁଥିବା ସେ କହିଛନ୍ତି । ଖାଲି ସେତିକି ନୁହେଁ ଏହି ରୋଗ ଦ୍ୱାରା ଶିକାର ହୋଇଥିବାରୁ ରାତିରେ ଶୋଇବା ଅବସ୍ଥାରେ ଜୋରଜବରଦସ୍ତି ସେକ୍ସ କରିବାକୁ ଚେଷ୍ଟା କରୁଥିବା ପୀଡ଼ିତ ବ୍ୟକ୍ତିଙ୍କ ପତ୍ନୀ କହିଛନ୍ତି । ମହିଳା ଜଣକ ପାଖାପାଖି ୧୦ ବର୍ଷ ହେଲା ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସେ କହିଛନ୍ତି ଯେ, “ନିଦରେ ତାଙ୍କ ସ୍ୱାମୀ ଏପରି କାମ କରନ୍ତି ଯାହା ଖୁବ୍ ସମସ୍ୟାରେ ପକାଏ । ସେ ଏପରି ହରକତ ପ୍ରତି ରାତିରେ କରନ୍ତି ନାହିଁ । ହେଲେ ଯେତେବେଳେ ମୋର ଆଖି ଖୋଲେ ଦେଖେ ଯେ ତାଙ୍କ ହାତ ମୋ ହେଦ ଉପରେ ଥାଏ । ଆଉ ଆଖି ଖୋଲିବା ପରେ ମୁଁ ଖୁବ୍ ଜୋରେ ଧକ୍କା ଦିଏ ଫଳରେ ତାଙ୍କର ବି ନିଦ ଭାଙ୍ଗିଯାଏ ଓ ସବୁକିଛି ଅଟକିଯାଏ” । ତେବେ ସେକ୍ସାମେନିଆ ଏପରି ଏପକ ରୋଗ ଯାହା ରୋଗୀଙ୍କୁ ନିଦରେ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିଦିଏ ।

ସ୍ଲିପିଂ ଡିସଅର୍ଡର୍ ଦ୍ୱାରା ଶିକାର ହୋଇଥିବା ସ୍ୱାମୀର ବ୍ୟବହାର ସମ୍ପର୍କରେ କହିବା ସମୟରେ ମହିଳା କହିଛନ୍ତି ଯେ, “ନିଦରୁ ଉଠିବା ପରେ ଅନେକ ଥର ମୁଁ ମୋ ନିଜକୁ ଆପତ୍ତିଜନକ ସ୍ଥିତିରେ ପାଏ । ଏହା ମୋ ଉପରେ ଖରାପ ପ୍ରଭାବ ପକାଏ । କାରଣ ମୁଁ ମୋ ପାର୍ଟନର୍ ଙ୍କୁ ୧୦ ବର୍ଷ ହେଲା ଜାଣିଛି ଓ ଭରସା ମଧ୍ୟ କରୁଛି । ହେଲେ ଏସବୁ ପରେ ମୁଁ ମୋ ନିଜକୁ ଅସୁରକ୍ଷିତ ବୋଲି ମନେକରୁଛି” । ଖାଲି ସେତିକି ନୁହେଁ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କର ନିଦ ଭାଙ୍ଗିବା ପରେ କିଛି ବି ମନେ ରହୁନି । କିନ୍ତୁ ଯେତେବେଳେ ସେ ନିଦରେ ଥାଆନ୍ତି ସେ ସମୟରେ ସେକ୍ସୋମେନିଆର ପ୍ରଭାବ ଅଧିକ ରହେ ଓ ତାଙ୍କ ପତ୍ନୀ ତାଙ୍କ ଠାରୁ ଦୁରେଇ ରହିବାକୁ ଚେଷ୍ଟା କରିଥାନ୍ତି ।

ତେବେ ମହିଳା ଜଣକ ନିଜର ଏହି ସମସ୍ୟାକୁ ପେରେଣ୍ଟିଂ ଫୋରମ୍ ରେ ଦୁନିଆ ସାମନାରେ ରଖିଥିବା ବେଳେ ୟୁଜର୍ସ ମାନେ ତାଙ୍କୁ ବିଭିନ୍ନ ପ୍ରକାର ପରାମର୍ଶ ଦେଉଛନ୍ତି । କିଛି ୟୁଜର୍ ମହିଳାଙ୍କୁ ରାତିରୁ ରୁମ୍ ରୁ ବାହାରିଯିବାକୁ କହିଥିବା ବେଳେ କିଛି କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ନିଜକୁ ବଞ୍ଚାଇବା ଅଧିକ ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି ।

 

Get real time updates directly on you device, subscribe now.