ଈଶ୍ୱରଙ୍କ ନାମ ଜପୁଥିବା ସାଧୁ; ସ୍ତ୍ରୀ’ ମୁଣ୍ଡକୁ ହାତୁଡ଼ିରେ ଛେଚି କଲା ହତ୍ୟା
ସିସିଟିଭିରେ କଏଦ ହୋଇଛି ଘଟଣା । ପୋଲିସ କରୁଛି ଛାନଭିନ୍ ।
ନୂଆଦିଲ୍ଲୀ: ସାଉଥ୍ ଦିଲ୍ଲୀର ନେବ ସରାଇରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଯେଉଁଥିରେ ଜଣେ ୫୫ ବର୍ଷୀୟ ସ୍ୱାମୀ କରିଛନ୍ତି ସ୍ତ୍ରୀ’ର ହତ୍ୟା ।
ବୁଧବାର ବିଳମ୍ବିତ ରାତିରେ ଘଟିଛି ଏହି ହତ୍ୟାକାଣ୍ଡ । ପ୍ରମୋଦ ଝା କରିଛନ୍ତି ସ୍ତ୍ରୀ କିରଣ ଝାଙ୍କ ହତ୍ୟା । ତା’ ପୁଣି ହାତୁଡ଼ିରେ ପିଟି ।
ରୋଚକ କଥା ହେଉଛି, ପ୍ରମୋଦ ପାଖାପାଖି ୧୦ ବର୍ଷ ପରେ ଘରକୁ ଫେରିଥିଲେ । ସେ ପରିବାର ତ୍ୟାଗ କରି ସାଧୁ ହୋଇଯାଇଥିବା ଆଲୋଚନା ହେଉଛି ।
ପରିବାରଠାରୁ ଦୂରରେ ୧୦ ବର୍ଷ ରହିବା ପରେ ଅଗଷ୍ଟ ୧ରେ ସେ ଘରକୁ ଫେରିଥିଲେ । ପ୍ରମୋଦଙ୍କ ଘର ବିହାରରେ ହେଲେ ସେମାନେ ଦିଲ୍ଲୀରେ ରହୁଥିଲେ ।
କିରଣ ପୁଅ, ବୋହୁୂଙ୍କ ସହ ରହୁଥିବାବେଳେ ଘଟଣା ସମୟରେ ତାଙ୍କ ପୁଅ ଘରେ ନ ଥିଲେ । ଘଟଣାସ୍ଥଳର ସିସିଟିଭିରେ ପ୍ରମୋଦ କିରଣଙ୍କ ଘରକୁ ଆସିଥିବା ଏବଂ ଫେରିବାର ଚିତ୍ର କଏଦ ହୋଇଛି ।
ପ୍ରମୋଦଙ୍କୁ ଧରିବା ପାଇଁ ସ୍ଥାନୀୟ ପୋଲିସ ଛାନଭିନ୍ ଚଳାଇଥିବାବେଳେ ସ୍ୱତନ୍ତ୍ର ଟିମ୍ ଘଟଣାର ତଦନ୍ତ କରୁଛି ।