Breaking: ଚିକେନ୍ ତରକାରୀ ନ କରିବାରୁ ନୃଶଂସ ପାଲଟିଲା ସ୍ବାମୀ, ଶକ୍ତ ଚାପୁଡ଼ା ମାରିବାରୁ ଉଡିଗଲା ସ୍ତ୍ରୀର ପ୍ରାଣବାୟୁ

ଚିକେନ୍ ତରକାରୀ ନ କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ ।

ଭୁବନେଶ୍ବର: ଢେଙ୍କାନାଳରୁ ସାମ୍ନାକୁ ଆସିଛି ଜଘନ୍ୟ ହତ୍ୟାକାଣ୍ଡ । ଚିକେନ ତରକାରୀ ପାଇଁ ସ୍ତ୍ରୀର ଚାଲିଗଲା ଜୀବନ । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ସତ୍ୟ ।

ଖବର ଅନୁସାରେ, ଚିକେନ୍ ତରକାରୀ ନ କରିବାରୁ ସ୍ତ୍ରୀକୁ ସ୍ବାମୀ ହତ୍ୟା କରିଛି । ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଧନିଆନାଳି ମୁଣ୍ଡାସାହିରେ ଏହି ହତ୍ୟାକାଣ୍ଡ ଘଟିଛି ।

ସ୍ତ୍ରୀ ଚିକେନ୍ ତରକାରୀ ନକରିବାରୁ ସ୍ବାମୀ ରାଗିଯାଇ ଶକ୍ତ ଚାପୁଡା ମାରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସ୍ତ୍ରୀର ମୃତ୍ୟୁ ହୋଇଥିଲା ।

ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ସ୍ତ୍ରୀର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ସ୍ବାମୀକୁ ଗିରଫ କରିଛି ।

ତେବେ ପ୍ରକୃତରେ ଚିକେନ ପାଇଁ ସ୍ବାମୀ ଏଭଳି ନୃଶଂସ କାମ କଲା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।