ସ୍ତ୍ରୀ ପୁଅ ବଦଳରେ ଝିଅ ଜନ୍ମ ଦେବାରୁ ସ୍ୱାମୀ ହରାଇଲା ସନ୍ତୁଳନ, ତା ପରେ ଯାହା କଲା ଜାଣିଲେ…

ପୁଅ ପାଇଁ ଉତ୍ତମ ମୈନାଙ୍କୁ ନାନା ଶାରୀରିକ ତଥା ମାନସିକ ନିର୍ଯାତନା ଦେଇ ଆସୁଥିଲା । ପ୍ରତିଦିନ ସ୍ତ୍ରୀଙ୍କୁ ଲାଞ୍ଝନା ଦେଉଥିଲା

ମୁମ୍ବାଇ- ସ୍ତ୍ରୀ ପୁଅ ଜନ୍ମ ଦେଇପାରିଲେନି ବୋଲି ନୃଶଂସ ସ୍ୱାମୀ ମାରିଦେଲା । ଅତି ନୃଶଂସଭାବେ କଲବଲ କରି ମାରିଦେଲା ସ୍ତ୍ରୀଙ୍କୁ । ସ୍ତ୍ରୀଙ୍କ ଦେହରେ ନିଆଁ ଲଗାଇ ଜୀଅନ୍ତା ଜାଳିଦେଲା । ଏମିତି ଅଭାବନୀୟ ଘଟିଛି ମହାରାଷ୍ଟ୍ରର ପରଭଣି ଜିଲ୍ଲା ଗାଓଁଖେଡାରେ ।

ଗତ ଡିସେମ୍ବର ୨୬ ତାରିଖରେ ସ୍ତ୍ରୀଙ୍କ ଦେହରେ ପେଟ୍ରୋଲ ଢାଳି ଜାଳିଦେଇଛି ଜହ୍ଲାଦ ସ୍ୱାମୀ । କାରଣ ତୃତୀୟ ଗର୍ଭରେ ମଧ୍ୟ ପତ୍ନୀ ଦେଇଥିଲେ ଏକ କନ୍ୟା ସନ୍ତାନକୁ ଜନ୍ମ ।

ସୂଚନା ମୁତାବକ, ଗାଓଁଖେଡା ଅଞ୍ଚଳର କୁଣ୍ଡଲିକ ଉତ୍ତମ ଓ ମୈନାଙ୍କର ପୂର୍ବରୁ ଦୁଇଟି ଝିଅ ଥିଲା । ପୁଅ ପାଇଁ ଉତ୍ତମ ମୈନାଙ୍କୁ ନାନା ଶାରୀରିକ ତଥା ମାନସିକ ନିର୍ଯାତନା ଦେଇ ଆସୁଥିଲା । ପ୍ରତିଦିନ ସ୍ତ୍ରୀଙ୍କୁ ଲାଞ୍ଝନା ଦେଉଥିଲା ଉତ୍ତମ ।

କିଛି ମାସ ତଳେ ମୈନା ପୁଣି ଏକ ଝିଅ ଜନ୍ମ ଦେଲେ । ଏହା ପରେ ଉତ୍ତମଙ୍କ ସବୁ ଧୈର୍ଯ୍ୟ ଯେମିତି ବନ୍ଧ ଭାଙ୍ଗିଥିଲା । ମୈନାଙ୍କ ପ୍ରତି ବ୍ୟବହାର ଅତି କ୍ରୁର ହୋଇପଡିଥିଲା । ଯାହାକୁ ନେଇ ମୈନା ଅତିଷ୍ଠ ହୋଇ ପଡିଥିଲେ ।

ଗତ ୨୬ ତାରିଖରେ ଉତ୍ତମ ମୈନାଙ୍କୁ ଗାଳି ଗୁଲଜ କରିବାରୁ ସେ ମଧ୍ୟ ପାଲଟା ଉତ୍ତର ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇଉଠିଥିଲେ ଉତ୍ତମ । ମୈନାଙ୍କ ଉପରେ ପେଟ୍ରୋଲ ଢାଳି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ।

ମୈନାଙ୍କ ଚିକ୍ରାର ଶୁଣି ଆଖ ପାଖ ଲୋକେ ଧାଇଁ ଆସି ମୈନାଙ୍କ ଦେହରୁ ନିଆଁ ଲିଭାଇ ତାଙ୍କୁ ହସ୍ପିଟାଲ ନେଇଥିଲେ । କିନ୍ତୁ ସଂକଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ପହଞ୍ଚୁ ପହଞ୍ଚୁ ତାଙ୍କ ମୃତ୍ୟୁ ହୋଇଥିଲା ।

ଏନେଇ ମୈନାଙ୍କ ପରିବାର ତରଫରୁ ଉତ୍ତମଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଉତ୍ତମଙ୍କୁ ଗିରଫ କରି ଜେଲ ପାଠଇ ଦେଇଛି ।