fbpx

ଶାଳୀ ପ୍ରେମରେ ପାଗଳ ହୋଇ ସ୍ତ୍ରୀର ବେକ କାଟିଦେଲା ସ୍ୱାମୀ, ଚାଷ ଜମିରୁ ମିଳିଲା ମୃତଦେହ

ୟୁପି: ଉତ୍ତରପ୍ରଦେଶର ସମ୍ଭଲରୁ ପ୍ରେମ ଓ ହତ୍ୟାର ଆସିଛି ଏକ କରୁଣ ଚିତ୍ର । ପ୍ରକୃତରେ ଏଠାରେ ଜଣେ ବ୍ୟକ୍ତି ଶାଳୀ ପ୍ରେମରେ ପାଗଳ ହୋଇ ସ୍ତ୍ରୀର ବେକ କାଟି ମାରିଦେଇଛି । ତେବେ ଉକ୍ତ ବ୍ୟକ୍ତିର ୮ଟି ପିଲା ରହିଥିବା ବେଳେ ସେ ଏପରି କାଣ୍ଡ ଭିଆଇଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ତେବେ ସ୍ତ୍ରୀର ମୃତ ଦେହକୁ ପୁଲିସ୍ ଗୋଟିଏ ଚାଷ ଜମିରୁ ଜୁନ୍ ୧୦ ତାରିଖରେ ଉଦ୍ଧାର କରିଛି ଏବଂ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି ।

ତେବେ ସ୍ତ୍ରୀକୁ ନିଜେ ମାରିବା ପରେ ଗିରଫ ହେବାରୁ ବର୍ତ୍ତିବା ପାଇଁ ହତ୍ୟାକାରୀ ସ୍ୱାମୀ, ସ୍ତ୍ରୀ ନିଖୋଜ ହୋଇଥିବା ପୁଲିସ୍ ପାଖରେ ମାମଲା ରୁଜୁ କରିଥିଲା । ପୁଲିସ୍ ର କହିବାନୁସାରେ, ଅଭିଯୁକ୍ତ ସ୍ୱାମୀର ନାଁ ହେଉଛି ଅଟାର୍ ସିଂ । ସେ ନିଜ ଶାଳୀ ସହିତ ଅବୈଧ ସମ୍ପର୍କ ରଖିଥିଲା । ତେଣୁ ସ୍ତ୍ରୀ ଏହି କଥା ଜାଣିବା ପରେ ଏହି ସମ୍ପର୍କକୁ ବିରୋଧ କରିଥିଲା । ହେଲେ ଶାଳୀ ପ୍ରେମରେ ସ୍ୱାମୀ ଏତେ ପାଗଳ ଥିଲା ଯେ, ସ୍ତ୍ରୀକୁ ବାଟରୁ ହଟାଇବା ପାଇଁ ବେକ କାଟି ସ୍ତ୍ରୀକୁ ହତ୍ୟା କରିଥିଲା । ତେବେ ଅଭିଯୁକ୍ତ ସ୍ୱାମୀକୁ ଏବେ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଥିଲା । ଏହାପରେ ତାକୁ ଜେଲ୍ ପଠାଇଦିଆଯାଇଛି ।

Get real time updates directly on you device, subscribe now.