fbpx

ପରୀ ହତ୍ୟାକାଣ୍ଡର ପୁନରାବୃତ୍ତି: ବେବିନାଙ୍କୁ ହତ୍ୟାପରେ ମୁଣ୍ଡ ଗଣ୍ଡି ଅଲଗା କରିଦେଲା ଅଭିଯୁକ୍ତ

ନୟାଗଡ଼(ଓଡ଼ିଶା ଭାସ୍କର): ପରୀ ଘଟଣାର ହୋଇଛି ପୁନରାବୃତ୍ତି । ପୁଣିଥରେ ନୟାଗଡ଼ର ବାଣିଗୋଛା ଥାନା ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡ଼ିଆ ଗାଁର ୫ ବର୍ଷୀୟା ଝିଅ ବେବିନା ନାୟକଙ୍କୁ ସମାନ ଭାବରେ ଦୁଷ୍କର୍ମ ପରେ ହେତ୍ୟା କରାଯାଇଛି । ଯାହାପରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବେବିନାଙ୍କର ହତ୍ୟା ଘଟଣା ଏବେ ପରୀ ହତ୍ୟାକାଣ୍ଡକୁ ମନେପକାଦେଇଛି । ତେବେ ଏହି ମାମଲାରେ ପୁଲିସ୍ ସାଗର ଦଳେଇ(୨୦) ନାମକ ଏକ ଯୁବକକୁ ଗିରଫ କରିଛି । ବୁଧବାର ଦିନ ବେବିନାଙ୍କ ମୃତଦେହ ଏକ ବୁଦାମୂଳରୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ମୁଣ୍ଡ ଗଣ୍ଡି ଅଲଗା ଅଲଗା ସ୍ଥାନରୁ ଜବତ ହୋଇଛି । ନିଖୋଜ ହେବାର ୪ଦିନ ପରେ ମିଳିଛି ବେବିନାଙ୍କ ମୃତଦେହ । ଏହାପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ଠିକ୍ ପରୀ ହତ୍ୟାକାଣ୍ଡ ପରି ଗତ ୧୨ ତାରିଖରେ ବେବିନା ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲା । ଏହାପରେ ପରିବାର ଲୋକେ ଅନେକ ଖୋଜାଖୋଜି କରିଥିବା ପରେ ବି ମଧ୍ୟ ପାଇନଥିଲେ । ନିରାଶ ହୋଇ ୧୩ ତାରିଖ ଦିନ ବାଣିଗୋଛା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ପୁଲିସ୍ ୪ଦିନ ଧରି ସର୍ଚ୍ଚ ଅପରେସନ୍ ଚଳାଇଥିଲା । ହେଲେ ବେବିନାକୁ ପାଇବାରେ ବିଫଳ ହୋଇଥିଲେ । ଏହାପରେ ଉକ୍ତ ଗାଁର ଯୁବକ ସାଗର ଦଳେଇ ନାମକ ଜଣେ ଯୁବକ ଉପରେ ପୁଲିସ୍ ସନ୍ଦେହ ପ୍ରକାଶ କରିଥିଲା । ତେଣୁ ପୁଲିସ୍ ତାକୁ ଉଠାଇ ଆଣି ପଚରଉଚରା କରିଥିଲା । ଆଉ ବାରମ୍ବାର ଜେରା ପରେ ସତ ମାନିଥିଲା । ହତ୍ୟା ପରେ ବୁଦାମୂଳରେ ମୃତଦେହକୁ ଗଣ୍ଡିରୁ ମୁଣ୍ଡ ଅଲଗା କରି ଫୋପାଡି ଦେଇଥିବା ମଧ୍ୟ ସ୍ୱୀକାର କରିଥିଲା । ହେଲେ ବଳାତ୍କାର କରିବା କଥା କହିନାହାନ୍ତି । ତେଣୁ ଏନେଇ ଅଧିକ ଜେରା ଜାରି ରହିଛି ।

Get real time updates directly on you device, subscribe now.