(video) ଚାଲିଥିଲା ଚୋରା ପୀରତି, ଦେଖିଦେଲେ ହିଟ୍‌ଲର… ରାସ୍ତାରେ ଉଡିଲା ଚାପୁଡ଼ା, ଗୋଇଠା

ଉତ୍ତରପ୍ରଦେଶ ହାପୁରର ଜାତୀୟ ରାଜପଥ ୯ରେ ଅବସ୍ଥିତ ଏକ ରେଷ୍ଟୁରାଣ୍ଟରେ ଏକ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା।

ଉତ୍ତରପ୍ରଦେଶ: ସ୍ୱାମୀ, ସ୍ତ୍ରୀ ଆଉ ପ୍ରେମିକା। ରେଷ୍ଟୁରାଣ୍ଟରେ ଚାଲିଥିଲା ଚୋରାପୀରତି। ଦେଖିଦେଲେ ସ୍ତ୍ରୀ। ତାପରେ ଚାଲିଲା ହାଇଡ୍ରାମା। ଚାପୁଡା, ଚୁଟି ଟଣାରେ ରଣକ୍ଷେତ୍ର ପାଲଟିଲା ରେଷ୍ଟୁରାଣ୍ଟ ବାହାର। ରାସ୍ତାରେ ଚାଲିଥିବା ଏହି ହାଇଭୋଲଟେଜ ଡ୍ରାମାକୁ ଦେଖୁଥିଲେ ଲୋକ।

ଶୁକ୍ରବାର ଅପରାହ୍ନରେ ଉତ୍ତରପ୍ରଦେଶ ହାପୁରର ଜାତୀୟ ରାଜପଥ ୯ରେ ଅବସ୍ଥିତ ଏକ ରେଷ୍ଟୁରାଣ୍ଟରେ ଏକ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା।

ଯେଉଁଥିରେ ଦୁଇଜଣ ମହିଳା ଏକ ରେଷ୍ଟୁରାଣ୍ଟ ବାହାରେ ପରସ୍ପର ସହିତ ମାରପିଟ୍ ହେଉଥିଲେ। ସେମାନଙ୍କ ମଝିରେ ଥିଲେ ଜଣେ ପୁରୁଷ। ରାସ୍ତାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ହାଇଭୋଲଟେଜ୍ ଡ୍ରାମା ଜାରି ରହିଥିଲା।

ରେଷ୍ଟୁରାଣ୍ଟ ପରିସରରେ ନାଟକ ଆରମ୍ଭ ହେବା ମାତ୍ରେ ରେଷ୍ଟୁରାଣ୍ଟ କର୍ମଚାରୀମାନେ ବାହାରକୁ ଆସିଥିଲେ।ରେଷ୍ଟୁରାଣ୍ଟ ପରିସରରୁ ଚାଲିଯିବାକୁ ତିନି ଜଣଙ୍କୁ କରିଥିଲେ। କିନ୍ତୁ ଉଭୟ ମହିଳା ଅଟକିବାକୁ ପ୍ରସ୍ତୁତ ନଥିଲେ।

ଶୁକ୍ରବାର ଅପରାହ୍ନରେ ଜଣେ ପୁରୁଷ ଜଣେ ମହିଳାଙ୍କୁ ନେଇ ହାପୁରର ପିଲଖୁୱା କୋତୱାଲି ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ଆଉ ଜଣେ ମହିଳା ସେମାନଙ୍କ ପଛେ ପଛେ ଯାଇ ସେଠାରେ ପହଞ୍ଚିଥିଲେ। ଆଉ ତାପରେ ରେଷ୍ଟୁରାଣ୍ଟ ପରିସରରେ ଆରମ୍ଭ ହୋଇଥିଲା ହଙ୍ଗାମା।

ପ୍ରକୃତରେ, ପିଲଖୁୱା ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କ ସହିତ ଏକ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। କୁହାଯାଉଛି ଯେ ଏହି ବ୍ୟକ୍ତିଙ୍କ ସ୍ତ୍ରୀ ପଛରୁ ପହଞ୍ଚି ତାଙ୍କ ପ୍ରେମିକା ସହିତ ତାଙ୍କ ସ୍ୱାମୀଙ୍କୁ ଧରି ପକାଇଥିଲେ। ଏହା ପରେ ରେଷ୍ଟୁରାଣ୍ଟ ପରିସରରେ ହିଁ ହାଇ ଭୋଲଟେଜ୍ ଡ୍ରାମା ଆରମ୍ଭ ହୋଇଗଲା।

ହଙ୍ଗାମା ସମୟରେ, ରେଷ୍ଟୁରାଣ୍ଟ କର୍ମଚାରୀମାନେ ସେମାନଙ୍କୁ ରେଷ୍ଟୁରାଣ୍ଟ ପରିସରରୁ ବାହାର କରିଦେଲେ ଏବଂ ପରସ୍ପର ସହିତ ଝଗଡ଼ା ନ କରିବାକୁ କହିଲେ। କିନ୍ତୁ ତାଙ୍କ ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ସହିତ ଦେଖି ସ୍ତ୍ରୀ ବହୁତ ରାଗିଗଲେ।

କେତେବେଳେ ଚୁଟି ଟାଣି ତ କେତେବେଳେ ପୋଷାକ ଧରି ସେ ମହିଳାଙ୍କୁ ଅନେକ ଥର ଚାପୁଡ଼ା ମାରିଲେ। ପ୍ରେମିକା ଏବଂ ସ୍ତ୍ରୀଙ୍କ ମଧ୍ୟରେ ଫସି ରହିଥିବା ଏହି ବ୍ୟକ୍ତି ଦୁଇ ଜଣଙ୍କୁ ଅନେକ ଥର ଅଲଗା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଘଟଣାସ୍ଥଳେ କିଛି କରିପାରିଲେ ନାହିଁ।

ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ତାଙ୍କ ମୋବାଇଲ୍ କ୍ୟାମେରାରେ ହାଇ ଭୋଲଟେଜ୍ ଡ୍ରାମାର ଭିଡିଓ କଏଦ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହି ମାମଲାରେ, ପିଲଖୁୱା କୋତୱାଲି ଚାର୍ଜ ଇନ୍ସପେକ୍ଟର ପତନିଶ ଯାଦବ କହିଛନ୍ତି ଯେ ପୋଲିସ ଭାଇରାଲ୍ ଭିଡିଓର ତଦନ୍ତ କରିଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ପକ୍ଷରୁ କୌଣସି ଅଭିଯୋଗ ଆସିନାହିଁ।