ସ୍ତ୍ରୀଙ୍କ କଥା ମାନୁଥିବା ସ୍ୱାମୀ ଅଧିକ ଖୁସିରେ ରୁହନ୍ତି, ନୂଆ ଷ୍ଟଡୀରେ ବୈବାହିକ ଜୀବନକୁ ନେଇ ବଡ଼ ଖୁଲାସା

ବୈବାହିକ ଜୀବନକୁ ନେଇ ଷ୍ଟଡୀରେ ବଡ଼ ଖୁଲାସା, ସ୍ତ୍ରୀମାନଙ୍କ କଥା ମାନୁଥିବା ସ୍ୱାମୀ ସବୁଠାରୁ ରୁହନ୍ତି ଅଧିକ ଖୁସିରେ..

ନୂଆଦିଲ୍ଲୀ: ଜୀବନ ସାଥୀଙ୍କ ସହ ଭଲ ସମ୍ବନ୍ଧ ଏବଂ ପାରିବାରିକ ଶୁଖ ଶାନ୍ତି ଆମ ଛୋଟ ଛୋଟ ଅଭ୍ୟାସରେ ଚାଲିଥାଏ। ଏକ ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି ଯେ, ଯେଉଁ ସ୍ୱାମୀ ନିଜ ସ୍ତ୍ରୀମାନଙ୍କ କଥା ଶୁଣନ୍ତି ଏବଂ ସେମାନଙ୍କ ବିଚାରଧାରାକୁ ସମ୍ମାନ ଦିଅନ୍ତି, ସେମାନେ ନିଜ ଜୀବନରେ ଅଧିକ ସନ୍ତୁଷ୍ଟି ଏବଂ ଖୁସି ରୁହନ୍ତି।

ପୁରୁଷମାନଙ୍କ ପାଇଁ ବିବାହର ଅର୍ଥ ସୁଖୀ ପତ୍ନୀ ଏବଂ ସୁଖୀ ଜୀବନ। ବର୍ତ୍ତମାନ ଏହି କଥାକୁ ସମ୍ପୂର୍ଣ୍ଣ ଭାବେ ପ୍ରମାଣିତ କରାଯାଇଛି..

ଆମେରିକୀୟ ଷ୍ଟଡୀରେ ଖୁଲାସା: ଆମେରିକାର ଗଟମ୍ୟାନ ଇନଷ୍ଟିଚ୍ୟୁଟର ରିସର୍ଚ୍ଚର ଡାକ୍ତର ଜନ ଗଟମ୍ୟାନ ଏହି ସତ୍ୟତାକୁ ଦୁନିଆ ସାମ୍ନାରେ ରଖିଛନ୍ତି। ସେ କହିଛନ୍ତି ଯେ, ଅତୁଟ ବୈବାହିକ ଜୀବନକୁ ବର୍ଷ ବର୍ଷ ଧରି ଅଧ୍ୟୟନ କରିବା ପରେ ନବବିବାହିତ ଲୋକଙ୍କୁ ପରାମର୍ଶ ଦେବି ଯେ, ସେମାନେ ନିଜ ସ୍ତ୍ରୀଙ୍କୁ ଖୁସି ରଖନ୍ତୁ। ସେମାନେ କେବଳ ନିଜ ପାରିବାରିକ ଜୀବନ ନୁହେଁ ବରଂ କ୍ୟାରିୟରରେ ମଧ୍ୟ ସଫଳ ହୋଇଥାଆନ୍ତି।

କେମିତି ସ୍ତ୍ରୀ ସଫଳତାର ସିଡ଼ି: ବିବାହିତ ପୁରୁଷଙ୍କ ଉନ୍ନତ ବୃତ୍ତିଗତ ଜୀବନକୁ ସଫଳ କରିବାରେ ସ୍ତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ରିସର୍ଚ୍ଚର କହିଛନ୍ତି ଯେ, ସ୍ତ୍ରୀମାନଙ୍କ ମାର୍ଗଦର୍ଶନ ଅନ୍ୟମାନଙ୍କ ତୁଳନାରେ ଉତ୍ତମ ହୋଇଥାଏ। ଏଥିପାଇଁ ତାଙ୍କୁ ସୁଯୋଗ ଦେବା ଆବଶ୍ୟକ।

ସେ ଆପଣଙ୍କ ଜୀବନରେ ସକରାତ୍ମକ ଶକ୍ତି ଆଣିଥାଆନ୍ତି ଏବଂ ସଠିକ ସ୍ଥାନରେ ଆପଣଙ୍କ ଦ୍ୱାରା କରାଯାଇଥିବା କୌଣସି ଭୁଲ କାର୍ଯ୍ୟକୁ ପାଟିକରି ବିରୋଧ କରନ୍ତି।

ବିରୋଧ ନ କରିବା ଫାଇଦା: ରିଲେସନସିପ୍ ବିଶେଷଜ୍ଞ ଜନ ଗଟମ୍ୟାନଙ୍କ କହିବାନୁଯାୟୀ, ପୁରୁଷମାନଙ୍କୁ ନିଜ ଜୀବନରେ ସ୍ତ୍ରୀମାନଙ୍କ ସକରାତ୍ମକ ପ୍ରଭାବକୁ ସ୍ୱୀକାର କରିବା ଆବଶ୍ୟକ। ଏଥିସହ ସେମାନଙ୍କ ପୁରୁଣା ଚିନ୍ତାଧାରା ପରିବର୍ତ୍ତନର ବିରୋଧ କରିବା ଆବଶ୍ୟକ।