fbpx

BJDର ଜଣେ ତୁଙ୍ଗ ନେତା ହୁସେନ ରବିଗାନ୍ଧୀଙ୍କ ପରଲୋକ

ଭୁବନେଶ୍ୱର: ରାଜନେତା ତଥା କବି ହୁସେନ ରବିଗାନ୍ଧୀଙ୍କ ପରଲୋକ ଘଟିଛି । ସୂଚନା ମୁତାବକ, କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ ବିଶିଷ୍ଟ ସାହିତ୍ୟିକ ହୁସେନ ରବିଗାନ୍ଧୀ । ୭୫ ବର୍ଷ ବୟସରେ କଟକ ଏସସିବିରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ପରଲୋକ ନେଇ ଏସସିବି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗତ କିଛି ଦିନ ହେବ ହୁସେନ ରବିଗାନ୍ଧୀ ଅସୁସ୍ଥ ଥିଲେ । ସେ ବିଜେଡିର ଜଣେ ତୁଙ୍ଗ ନେତା ଭାବେ କାମ କରିଥିଲେ । ‘ଉତ୍କଳ ପ୍ରସଙ୍ଗ’ର ସମ୍ପାଦକ ଭାବରେ ମଧ୍ୟ କାମ କରିଥିଲେ । ସାହିତ୍ୟ ଏକାଡେମୀ ପୂର୍ବତନ ସଭାପତି ଭାବେ ସେ କାର୍ଯ୍ୟ କରିଥିଲେ ।

Get real time updates directly on you device, subscribe now.