fbpx

ହାଇଦରର ଖେଳ ଖତମ୍: ଆଜି ଫେରିବ ଓଡ଼ିଶା

ଭୁବନେଶ୍ୱର, ୧୬ା୪ (ଓଡିଶା ଭାସ୍କର): ଆଜି ଓଡ଼ିଶା ଫେରିବ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର । ଗତକାଲି ହାଇଦର ଧରାପଡ଼ିଥିଲା । କଟକ ପୋଲିସ ତେଲେଙ୍ଗାନା ପୋଲିସ ସହାୟତାରେ ହାଇଦରକୁ ଗିରଫ କରିଥିଲା । ଆଜି ଭୁବନେଶ୍ୱରରେ ହାଇଦର ପହଞ୍ଚିବା ପରେ ତାକୁ କୋର୍ଟରେ ହାଜର କରାଯିବ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ତେବେ ହାଇଦରକୁ ଓଡ଼ିଶା ଅଣାଯିବା ପରେ ସେ ଏସିସିବିରୁ ଫେରାର ହେବା ପଛର ଷଡ଼ଯନ୍ତ୍ର ବିଷୟରେ ପଚରାଉଚରା କରାଯିବ । ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖରୁ ହାଇଦର ଫେରାର ଥିଲା । କଟକ ଏସସିବିର ସର୍ଜରୀ ବିଭାଗରେ ଚିକିତ୍ସା ହେଉଥିବା ଅବସ୍ଥାରେ ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ସେ ଫେରାର ହୋଇଯାଇଥିଲା । ସମ୍ବଲପୁର ସର୍କଲ ଜେଲରେ ସଜା କାଟୁଥିବା ବେଳେ ଅସୁସ୍ଥ ହେବାରୁ କିଛି ଦିନ ପୂର୍ବେ ତାକୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ହାଇଦରକୁ ଧରିବା ପାଇଁ ଓଡ଼ିଶା ପୋଲିସ ଏକ ସ୍ପେଶାଲ ସ୍କ୍ୱାଡ୍ ଗଠନ କରିବା ସହ ଅପରେସନ ଜାରି ରଖିଥିଲା । ହାଇଦରକୁ ଧରିବା ପରେ କମିଶନରେଟ୍ ପୋଲିସକୁ ପ୍ରଶଂସା କରିଛନ୍ତି ଡିଜିପି ଅଭୟ ।

Get real time updates directly on you device, subscribe now.