fbpx
BJD SKY
BJD SKY

୧୨.୫ କିଲୋ ସୁନା-ରୂପାରେ ତିଆରି ହୋଇଛି ଶ୍ରୀ ରାମଙ୍କ ଚରଣ-ପାଦୁକା, ଜାଣନ୍ତୁ କେଉଁଠିକାର ଭକ୍ତମାନେ ଦେଇଛନ୍ତି ଏହି ଉପହାର

BJD

ନୂଆଦିଲ୍ଲୀ: ଅଯୋଧ୍ୟାରେ ୨୨ ଜାନୁଆରୀ ଦିନ ଭଗବାନ ଶ୍ରୀରାମଙ୍କ ନବନିର୍ମିତ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯିବ । ଏଥିସହ ରାମଲଲା ଏହି ଦିନ ଭବ୍ୟମନ୍ଦିରରେ ବିରାଜମାନ କରିବେ । ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ସମୟରେ ତେଲେଙ୍ଗାନାର ହାଇଦ୍ରାବାଦ ସ୍ଥିତ ସଂଗଠନ ଅଯୋଧ୍ୟା ଭାଗ୍ୟନଗର ସୀତା ରାମ ଫାଉଣ୍ଡେସନ ପ୍ରଭୁଙ୍କ ପାଇଁ ୧.୦୩ କୋଟି ଟଙ୍କା ଚରଣ ପାଦୁକା ଉପହାର ଦେଇଛନ୍ତି ।

ପ୍ରଭୁ ଶ୍ରୀ ରାମଙ୍କ ଚରଣ ପାଦୁକାର ଗୋଟିଏ ହଳ ଅଯୋଧ୍ୟାରେ ପହଁଚି ସାରିଛି । ଏହାର ଅନ୍ୟ ଏକ ହଳ ଭକ୍ତମାନେ ଏକ ପବିତ୍ର ସ୍ଥାନରୁ ପଦ ଯାତ୍ରା କରି ଆଣିବେ । ୧୨.୫ ଇଞ୍ଚ ଲମ୍ବା, ୫.୫ ଇଞ୍ଚ ଚଉଡା ଏବଂ ୧ ଇଞ୍ଚ ମୋଟାର ଶ୍ରୀରାମ ଚରଣ ପାଦୁକା ୧୨.୫ କିଲୋ ସୁନା-ଚାନ୍ଦି-ତମ୍ବା,ପିତଳ ଏବଂ ସ୍ୱାଚ୍ଛ କାଚ ଧାତୁରେ ତିଆରି ହୋଇଛି ।

ଏହି ଚରଣ ପାଦୁକାର ନିର୍ମାଣ ଅଯୋଧ୍ୟାର ବାଗ୍ୟନଗର ସିତାରାମ ଫାଉଣ୍ଡେସନର ସସ୍ଥାପକ-ନିର୍ଦ୍ଦେଶକ ଚିଲ୍ଲା ଶ୍ରୀନିବାସ ଶାସ୍ତ୍ରୀ କରିଛନ୍ତି । ସେ ଏହାର ଦାୟିତ୍ୱକୁ ପ୍ରସିଦ୍ଧ ଧାତୁ ଶିଳ୍ପୀ ତଥା କଳାକୁଟିରର ପ୍ରତିଷ୍ଠାତା ପିଟମ୍ପାଲୀ ରାମଲିଙ୍ଗା ଚାରିଙ୍କୁ ଦେଇଥିଲେ। ରାମଲିଙ୍ଗା ଚାରି ଅନ୍ୟ ଛଅ ଜଣ ଶିଳ୍ପୀ ସହିତ ପ୍ରାଚୀନ ପାଦୁକା ଏବଂ ମୂର୍ତ୍ତି ଅଧ୍ୟୟନ ସହ ଜଡିତ ପୁସ୍ତକଗୁଡ଼ିକରେ ଉଲ୍ଲେଖ କରାଯାଇଥିବା ବିଭିନ୍ନ ଡିଜାଇନ୍ ଅଧ୍ୟୟନ କରି ଭଗବାନ ଶ୍ରୀ ରାମଙ୍କ ଚରଣ ପାଦୁକାକୁ ଏକ ନୂତନ ଉପାୟରେ ତିଆରି କରିଛନ୍ତି।

ଭଗବାନ ଶ୍ରୀ ରାମଙ୍କ ଚରଣ ପାଦୁକାରେ ଥିବା ପ୍ରତୀକଗୁଡ଼ିକରେ ଶଙ୍ଖ, ଚକ୍ର, ଗୋ ମାତା, ହାତୀ, ପତାକା, ଓମ୍, ସ୍ଵସ୍ତିକା, ସୂର୍ଯ୍ୟ, ଚନ୍ଦ୍ର, ଦୁଇଟି କଳ୍ପ ବୃକ୍ଷ, ଖଣ୍ଡା, ହାତୀର ଶୁଣ୍ଢ, ପବିତ୍ର ପାତ୍ର ଏବଂ ଦୁଇଟି ପଦ୍ମ ଯାହା ଶ୍ରୀ ରାମ ଚରଣ ପାଦୁକରେ ଖୋଦିତ ହୋଇଛି।

Get real time updates directly on you device, subscribe now.