fbpx

ଆପଣଙ୍କ ପିଲା ଆପଣଙ୍କଠାରୁ ଚାହୁଁଛି କି Extra Attention? ଏହି ସବୁ ଲକ୍ଷଣ ଦେଇଥାନ୍ତି ସଙ୍କେତ

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ପିତାମାତା ନିଜ ପିଲା ସହିତ ଖୁବ କମ ସମୟ ଅତିବାହିତ କରିପାରୁଛନ୍ତି । ପିଲାମାନଙ୍କୁ ସଠିକ ଭାବେ ସମୟ ଦେଇପାରୁ ନାହାନ୍ତି । ଏହି କାରଣରୁ ପିଲମାନଙ୍କର ସ୍ୱଭାବରେ ବେଶ ପରିର୍ତ୍ତନ ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ସେମାନଙ୍କର ଆଟେନଶନ ସିକିଙ୍ଗ ବ୍ୟବହାର ମଧ୍ୟ ସାମିଲ ରହିଛି । ପିଲାମାନେ ନିଜ ପିତାମାତାଙ୍କର ଆଟେନଶନ ପାଇବା ପାଇଁ ଅଜବ ଉପାୟ ଆପଣାଇଥାନ୍ତି । ତେବେ ଏହା ପରେ ମଧ୍ୟ ପିତାମାତାଙ୍କ ପାଖରୁ ଧ୍ୟାନ ନମିଳିବା ଦ୍ୱାରା ସେମାନଙ୍କ ବ୍ୟବହାରରେ ବିଶେଷ ପରିବର୍ତ୍ତନ ଆସିଥାଏ । ତେବେ ଆସନ୍ତୁ ଜାଣିବା କିଛି ସଙ୍କେ ବିଷୟରେ ଯାହା ଦର୍ଶାଇଥାଏ ଯେ ଆପଣଙ୍କ ପିଲା ଆପଣଙ୍କଠାରୁ ଆଟେନଶନ ପାଇବାକୁ ଚାହୁଁଛି ।

ଭାଇ-ଭଉଣୀଙ୍କ ପ୍ରତି ଇର୍ଷା- ଯଦି ପରିବାରରେ ଜଣେ ପିଲା ଅପେକ୍ଷା ଅନ୍ୟ ପିଲାକୁ ବେଶୀ ଆଟେନଶନ ମିଳିଥାଏ ତେବେ ସେମାନଙ୍କ ପ୍ରତି ସାଧାରଣତଃ ଇର୍ଷା ମନୋଭାବ ଉପୁଜିଥାଏ । ନିଜ ଭାଇ ଭଉଣୀଙ୍କ ପାଇଁ ମନରେ ଇର୍ଷା କାରଣରୁ ପିଲା ନିଜ ଭାଇ ଭଉଣୀଙ୍କ ସହିତ ଲଗାତାର ଝଗଡ଼ା କରିଥାଏ । ତେବେ ଏହା ଏକ ସଙ୍କେତ ଯେ ଆପଣଙ୍କ ପିଲା ଆପଣଙ୍କଠାରୁ ଆଟେନଶନ ଚାହୁଁଛି ।

ରାଗରେ ଜିନିଷ ଫୋପାଡ଼ିବା- ଆଟେନଶନ ନମିଳିବା କାରଣରୁ ପିଲାମାନେ ଅନେକ ସମୟରେ ରାଗି ସ୍ୱଭାବର ଏବଂ ଚିଡ଼ିଚିଡ଼ା ହୋଇଯାଇଥାନ୍ତି । ତେବେ ଏପରି ସ୍ଥଳେ ପିତାମାତାଙ୍କର ଧ୍ୟାନ ଆକର୍ଷଣ କରିବା ପାଇଁ ସେମାନେ କିଛି ଏପରି କରିବାକୁ ଷ୍ଟୋ କରିଥାନ୍ତି ଯାହା ଦ୍ୱାରା ମାତାପିତା ତାଙ୍କ ଆଡ଼କୁ ଦେଖନ୍ତୁ । ତେବେ ଏପରି ନହେବା ଦ୍ୱାରା ସେମାନେ ରାଗରେ ପ୍ରତ୍ୟେକ ଜିନିଷକୁ ଏଠି-ସେଠି ଫୋପାଡ଼ିବାକୁ ଲାଗିଥାନ୍ତି । ଅନ୍ୟପକ୍ଷରେ ପିତାମାତାଙ୍କ ସହିତ ସମୟ ବିତାଉଥିବା ପିଲାମାନେ ଏହି ଶକ୍ତିକୁ ଭଲ ଉପାୟରେ ବ୍ୟବହାର କରିଥାନ୍ତି ।

ଭୁଲ ଶବ୍ଦର ପ୍ରୟୋଗ କରିବା- ପିଲାମାନଙ୍କୁ ପିତାମାତାଙ୍କର ଆଟେନଶନ ନମିଳିବା କାରଣରୁ ପିଲାମାନଙ୍କ ମନରେ ନକାରାତ୍ମକତା ସୃଷ୍ଟି ହୋଇଥାଏ । ତେବେ ଏହା ଅନେକ ସମୟରେ କଥାବାର୍ତ୍ତାରେ ମଧ୍ୟ ଅନୁଭବ ହୋଇଥାଏ । ଯଦି ପିଲା ଆପଣଙ୍କୁ ବାରମ୍ବାର ‘ଆଇ ହେଟ ୟୁ’ ବୋଲି କହୁଥାଏ ତେବେ ଏହା ମଧ୍ୟ ଏକ ସଙ୍କେତ ଯେ ଦିଲା ଆପଣଙ୍କ ଆଟେନଶନ ପାଇବାକୁ ଚାହୁଁଛି । ତେବେ ପିଲାର ଏପରି କଥାରେ ବିରକ୍ତ ନହୋଇ କିମ୍ବା ନ ରାଗି ତା’ର ଏପରି କରିବା ପଛର କାରଣ ଜାଣିବାକୁ ଚେଷ୍ଟା କରନ୍ତୁ ଏବଂ ପିଲାକୁ କିଛି ସମୟ ଦିଅନ୍ତୁ ।

ଦୂରେଇ ଗଲେ କାନ୍ଦିବା- ପିଲା ଅଧିକ ସମ୍ବେଦନଶୀଳ ହୋଇଥିଲେ କିମ୍ବା ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଥିଲେ ସବୁବେଳେ ଆପଣଙ୍କ ପାଖରେ ରହିବାକୁ ଚାହିଁଥାଏ । କିଛି ସମୟ ପାଇଁ ମଧ୍ୟ ଦୂରକୁ ଗଲେ ସେ କାନ୍ଦିବାକୁ ଲାଗିଥାଏ ।

ଓଭର ରିଆକ୍ଟ କରିବା- ପିତାମାତାଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଥିବା ପିଲା ପ୍ରତି ଛୋଟ ଛୋଟ କଥାରେ ସଭର ରିଆକ୍ଟ କରିଥାଏ । ଯେପରିକି ଏକ ଛୋଟ ଖଣ୍ଡିଆ ହୋଇଥିଲେ ମଧ୍ୟ ଜୋରରେ ଚିଲ୍ଲାଇବା । ତେବେ ପିଲା ଏପରି କରିବା ପଛର କାରଣ ହେଉଛି ସେ ଜାହିଁଥାଏ ଯେ ଆପଣ ତା’ ପାଖକୁ ଆସି ଆରାମ ଦେଲା ଭଳି କଥା କୁହନ୍ତୁ ଏବଂ ତା’କୁ ସମୟ ଦିଅନ୍ତୁ ।

Get real time updates directly on you device, subscribe now.