fbpx
BSKY
BJD YOUTH SKY
BJD MS SKY

(ଦେଖନ୍ତୁ Video)ଛତ୍ରପୁରରେ ହାଇଡ୍ରାମା: ୧୨ ସମିତି ସଭ୍ୟଙ୍କୁ ଅଟକ ରଖିଛି ପୋଲିସ, ଉଦ୍ଧାର ପାଇଁ…

ଛତ୍ରପୁର(ଓଡ଼ିଶା ଭାସ୍କର): ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା ଖେଳ । ଛତ୍ରପୁର ବ୍ଲକ ଅଧଃକ୍ଷ ସାନି ନିର୍ବାଚନରେ ପୁଣି ଥରେ ଆରମ୍ଭ ହୋଇଛି ହାଇଡ୍ରାମା । ଗୋଟିଏ ଗୋଷ୍ଠୀର ୧୨ ସମିତି ସଭ୍ୟଙ୍କୁ ପାନ୍ଥ ନିବାସରେ ତାଲା ପକାଇଥିବା ଘଟଣା ସାମ୍ନାକୁ ଆସିଛି । ଅଜ୍ଞାତବାସରେ ଥିବା ୧୨ଜଣ ସମିତିସଭ୍ୟଙ୍କୁ ବାଲୁଗାଁ ବରକୂଳ ପାନ୍ଥ ନିବାସରେ ଅଟକ ରଖିଛି ପୋଲିସ । ହୋଟେଲ ଥାଇ ଭିଡିଓ କରି ସମିତିସଭ୍ୟମାନେ ଅଭିଯୋଗ କରିଛନ୍ତି । ହୋଟେଲ ଭିତରେ ପୋଲିସ ରହି ଧମକ ଦେଉଥିବା ସେମାନେ କହିଛନ୍ତି ।

ଭୋଟ ଦେବାରୁ ବଞ୍ଚିତ କରିବାକୁ ପୋଲିସ ତାଲା ମାରିଥିବା ଅଭିଯୋଗ କରିଛନ୍ତି ସମିତି ସଭ୍ୟ । ବାଲକୋନିରେ ଛିଡ଼ା ହୋଇ ସେମାନେ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି । ଉଦ୍ଧାର ନକଲେ ଆତ୍ମହତ୍ୟା କରିବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହା ସହ ପୋଲିସ ମୋବାଇଲ ଛଡ଼ାଇ ନେଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ତେପେ ଗତ ମାସ ୧୨ତାରିଖରେ କୋଭିଡ଼ ଆଳ ଦେଖାଇ ବାତିଲ ହୋଇଥିଲା ନିର୍ବାଚନ । ଛତ୍ରପୁରରେ ବିଜେଡିର ଦୁଇଟି ଗୋଷ୍ଠି ଥିବା ବେଳେ ବିଧାୟକ ସମର୍ଥକରେ ୬ ଜଣ ସମିତିସଭ୍ୟ ଥିବା ବେଳେ ୧୨ଜଣ ବିରୋଧରେ ଅଛନ୍ତି । ହାରିଯିବା ଭୟରେ ପୋଲିସ ପ୍ରସାଶନକୁ ଲଗାଇ ବନ୍ଦି କରିଥିବା ଅଭିଯୋଗ କରିଛନ୍ତି ସମିତିସଭ୍ୟ ପ୍ରାର୍ଥୀ । ଆଜି ଦିନ ୧୨ଟା ରେ ମତଦାନ ହେବାକୁ ଥିବା ବେଳେ ୧୨ଜଣ ସମିତିସଭ୍ୟଙ୍କୁ ହୋଟେଲ ରେ ବନ୍ଦି କରି ରଖିଛି ପୋଲିସ । ଯଥାଶୀଘ୍ର ଉଦ୍ଧାର ନ କରାଗଲେ ହୋଟେଲ ଛାତ ରୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.