fbpx
BSKY SKY
BSKY SKY

ଘରେ ବସି Amazon App ମାଧ୍ୟମରେ ଆପଣ ଜିତି ପାରିବେ ୫ ହଜାର ଟଙ୍କା, ଜାଣନ୍ତୁ ଡିଟେଲ୍ସ

BSKY

ନୂଆଦିଲ୍ଲୀ: ଆପଣ ଯଦି ଘରେ ବସି ସାଇଡ୍ ଇନକମ୍ କରିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି । ଏହି ସୁଯୋଗ ନେଇ ଆସିଛି ଇ-ଇମର୍ସ ପ୍ଲାଟଫର୍ମ ଆମାଜନ୍ ଆପ୍ । ନିକଟରେ ଆମାଜନ ଆପରେ ଡେଲି ଆପ କ୍ୱିଜକୁ ଆଡ୍ କରାଯାଇଛି । ଏଥିରେ ଆପଣ ୫ଟି ପ୍ରଶ୍ନର ଉତ୍ତର ଦେଇ ୫ ହଜାର ଟଙ୍କା ଜିତିବାର ସୁଯୋଗ ପାଇପାରିବେ । ଏହି ଡେଲି କୁଇଜ ସୁବିଧା ପ୍ରତ୍ୟେକ ଦିନ ସକାଳ ୮ଟାରୁ ଆରମ୍ଭ ହୋଇ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ । ଉକ୍ତ କୁଇଜଗୁଡ଼ିକ ସାଧାରଣ ଜ୍ଞାନ, କରେଣ୍ଟ ଆଫେୟର୍ସ ଉପରେ ଆଧାରିତ ରହିବ ।

କୁଇଜରେ ପଚରା ଯାଇଥିବା ପ୍ରତ୍ୟେକ ପ୍ରଶ୍ନର ଚାରିଟି ଅପ୍ସନ ଦିଆଯାଇଥାଏ । ଗୋଟିଏ ଦିନର କୁଇଜର ବିଜେତାଙ୍କ ନାମ ତା’ ପରଦିନ ଘୋଷଣା କରାଯିବ । ଲକି ଡ୍ର ମାଧ୍ୟମରେ ୱିନରମାନଙ୍କୁ ବଛାଯିବ । ଯଦି ଆପଣଙ୍କ ଫୋନରେ ଆମାଜନ ଆପ ନାହିଁ ତେବେ ଆପଣ ଏହାକୁ ଡାଉନଲୋଡ୍ କରିପାରିବେ । ଏହାକୁ ଇନଷ୍ଟଲ କରିବା ପରେ ସାଇନ୍ ଇନ୍ କରିବାକୁ ପଡ଼ିବ । ଆପକୁ ଓପନ କରିବା ପରେ ହୋମ ସ୍କ୍ରିନର ତଳକୁ ସ୍କ୍ରଲ କଲେ ‘ଆମାଜନ କୁଇଜ୍’ର ୱିନରଙ୍କୁ ଚେକ୍ କରିହେବ । ଏଥିରେ ଆପଣ ୫ଟି ପ୍ରଶ୍ନର ସଠିକ୍ ଜବାବ ଦେଇ ୫ ହଜାର ଟଙ୍କାର ଆମାଜନ ପେ ବାଲାନ୍ସ ପାଇପାରିବେ ।

Get real time updates directly on you device, subscribe now.