fbpx

(Video) ‘ମୁଁ ମୁସଲମାନ ସତ କିନ୍ତୁ ରାମ ଭକ୍ତ, ମୋ ନାଁରେ ହିଁ ରହିଛନ୍ତି ପ୍ରଭୁ ଶ୍ରୀରାମ’

ଓଡ଼ିଶା ଭାସ୍କର: ମୁସଲମାନ ଅଭିନେତା କହିଲେ ମୋ ନାଁରେ ରହିଛି ରାମ । ମୁଁ ମୁସଲମାନ ସତ କିନ୍ତୁ ରାମ ଭକ୍ତ, ମୋ ନାଁରେ ହିଁ ରହିଛନ୍ତି ପ୍ରଭୁ ଶ୍ରୀରାମ । ମୁଁ ହିନ୍ଦୀ ସିନେମାରେ ଖଳ ନାୟକ । କିନ୍ତୁ ପ୍ରକୃତରେ ଜଣେ ରାମଙ୍କ ଭକ୍ତ ।  ମୁଁ ମୁସଲମାନ କିନ୍ତୁ ପ୍ରଭୁ ରାମଙ୍କୁ ପୁଜା କରେ । ମୋ ଭକ୍ତି ସବୁବେଳେ ପ୍ରଭୁ ରାମଙ୍କ ପାଇଁ ରହିଛି । ଏମିତିକି ବଲିଉଡ଼ ଫିଲ୍ମ ଜଗତରେ ଜାହାବି ସଫଳତା ପାଇଛି ସେ ପଛରେ ପ୍ରଭୁ ଶ୍ରୀରାମ ରହିଛିନ୍ତି । ଏମିତିକି ଏହି ଅଭିନେତା ଜଣଙ୍କ କହିଛନ୍ତି ।

ତାଙ୍କ ନାମରେ ରହିଛି ରାମ । ଆଉ ସେ ସେଥିପାଇଁ ଭଗବାନ ରାମଙ୍କୁ ଅଧିକା ନିଜକୁ ସଂଯୋଗ କରିପାରୁଛନ୍ତି । ହଁ ଆଜ୍ଞା ମୁସଲମାନ ଅଭିନେତା ରାଜା ଅଲ୍ଲି ମୁରାଦ କହିଛନ୍ତି ସେ କେତେ ନିଜକୁ ପ୍ରଭୁ ରାମଙ୍କ ଚରଣରେ ନିଜକୁ ସମର୍ପିତ କରିଛନ୍ତି । ସେ ମୁସଲମାନ ହୋଇ ମଧ୍ୟ ପ୍ରଭୁ ରାମଙ୍କ ଚମତ୍କାର ଦେଖିଛନ୍ତି ତାଙ୍କ ଜୀବନରେ ।

Get real time updates directly on you device, subscribe now.