fbpx

ମୁଁ ଟାଟା ମୋଟର୍ସର ଏମଡି ନୁହେଁ: ସତ ମାନିଲେ ଆକାଶ

ଭୁବନେଶ୍ୱର, ୧୯ା୧୨ (ଓଡିଶା ଭାସ୍କର): କମିଶନରେଟ ପୋଲିସର ମାରାଥନ ଜେରାରେ ସତ ମାନିଛନ୍ତି ଆକାଶ ପାଠକ । ସେ ଟାଟା ମୋଟର୍ସର ଏମଡି ନୁହନ୍ତି ବୋଲି ସ୍ୱୀକାର କରିଛନ୍ତି ।

ଗତ ୧ ତାରିଖରେ ସ୍କାଏକିଙ୍ଗ ତରଫରୁ ଆକାଶଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା । ଆକାଶ ନିଜକୁ ଟାଟା ମୋଟର୍ସର ଏମଡି ପରିଚୟ ଦେଇ ସ୍କାଏକିଙ୍ଗ ଟ୍ରାଭେଲସ ଏଜେନ୍ସିରୁ ଚାର୍ଟର ବିମାନ ବୁକିଂ କରୁଥିଲେ । ତେବେ ବିମାନ ଭଡ଼ା ବାବଦରେ ଆକାଶ ୨ କୋଟି ୧୩ ଲକ୍ଷ ପ୍ରଦାନ କରିଥିଲେ ଓ ୬୫ ଲକ୍ଷ ବକେୟା ରହିଥିଲା । ଉକ୍ତ ଅର୍ଥ ଫେରସ୍ତ ପାଇଁ ମାଗିବାରୁ ଆକାଶ ଧମକ ଦେଉଥିବା ଅଭିଯୋଗ ହୋଇଛି ।

ଏହି ଜେରାରେ ଆକାଶଙ୍କ ସହଯୋଗୀଙ୍କ ବିଷୟରେ ଅନେକ ତଥ୍ୟ ପୋଲିସକୁ ମିଳିଛି । ମାମଲାରେ ପ୍ରମାଣ ଅଧିକ ପ୍ରମାଣ ସଂଗ୍ରହ ପାଇଁ ଆକାଶଙ୍କ ହସ୍ତାକ୍ଷର ରାଜ୍ୟ ଫରେନସିକ ଲାବକୁ ପଠାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.