fbpx

ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ପରି ମୁଁ ବି ଓଡ଼ିଆ ଶିଖିନି: ନବରଙ୍ଗପୁରରେ ନବୀନଙ୍କୁ କଟାକ୍ଷ କଲେ କହ୍ନେୟା କୁମାର[VIDEO]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଆକୁ ନେଇ କଟାକ୍ଷ କରିଛନ୍ତି କହ୍ନେୟା କୁମାର । ନବରଙ୍ଗପୁରରେ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହ୍ନେୟା କୁମାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି । ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଆସେନି ମୋତେ ବି ଓଡିଆ ଆସେନି ମୁଁ ହିନ୍ଦୀରେ କଥା ହେବାକୁ ଆପଣଙ୍କ ଅନୁମତି ଚାହୁଁଛି ବୋଲି କହିଥିଲେ କହ୍ନେୟା କୁମାର । କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହିତ କେନ୍ଦ୍ର ସରକାର ଦେଶ ବିକିବାକୁ ଉଦ୍ୟମ କରୁଛନ୍ତି ବୋଲି କୁମାର କହିଥିଲେ ।

ଯେଉଁ ମାନେ ଦେଶ ପାଇଁ କିଛି ବି କରି ନାହାନ୍ତି ସିଏ ହିଁ ଦେଶକୁ ବିକ୍ରି କରିବାକୁ ପ୍ରୟାସ କରୁଛି ବୋଲି କହ୍ନେୟା ନିଜ ଭାଷଣରେ କହିଥିଲେ । ଇଂରେଜ ମାନଙ୍କୁ ଦେଶରୁ ହଟାଇଥିବା ଦଳ ବିଜେପିର ମୁକାବିଲା କରିବାକୁ ପ୍ରଥମ ପସନ୍ଦ ବୋଲି ସେ କହିଥିଲେ । ବର୍ତ୍ତମାନ ଦେଶବାସୀଙ୍କୁ ଦେଶ ବିକୁଥିବା ଲୋକଙ୍କ ସାଥ ଦେବାକୁ ହେବ ନାଁ ଦେଶକୁ ବଞ୍ଚାଇଥିବା ଲୋକଙ୍କ ସାଥ ହେବାକୁ ପଡିବ ତାହା ଆପଣଙ୍କୁ ନିର୍ଣ୍ଣୟ କରିବାକୁ ହେବ ବୋଲି କହ୍ନେୟା କହିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.