fbpx

ଶୌଚାଳୟକୁ ଯାଇଥିଲି, ପାଣି ଆସୁନାହିଁ…. ବହୁତ କଣ୍ଟ୍ରୋଲରେ ବସିଛି, ଟ୍ରେନ୍ ୨ ଘଣ୍ଟା ବିଳମ୍ବରେ ଚାଲୁଛି ; ରେଳ ଅଧିକାରୀଙ୍କୁ ଯାତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ : ରେଳବାଇ ଟ୍ୱିଟରରେ ବହୁତ ସକ୍ରିୟ । ଟ୍ୱିଟର ମାଧ୍ୟମରେ ଅଭିଯୋଗକୁ ଶୀଘ୍ର ଗ୍ରହଣ କରିବା ସହ ଏହାର ସମାଧାନର ବାଟ ବାହାର କରୁଥିବା ଆପଣମାନେ ଶୁଣିଥିବେ ନିଶ୍ଚୟ । ଯାତ୍ରୀଙ୍କ ସୁବିଧା ପାଇଁ ଖାଦ୍ୟପାନୀୟ ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଛି । ସେହିପରି ଜଣେ ଯାତ୍ରୀଙ୍କ ଆବଶ୍ୟକତାକୁ ଏବେ ସମାଲୋଚନା କରାଯିବା ସହ ଲୋକମାନଙ୍କୁ କୌତୁହଳପୂର୍ଣ୍ଣ ଖୋରାଗ ଯୋଗାଇଛି ।

ଅରୁଣ ନାମକ ଜଣେ ବ୍ୟକ୍ତି ଟୁଇଟ୍ କରି ରେଳବାଇରେ ଅଭିଯୋଗ କରିଛନ୍ତି ଯାହା ଆପଣ ଶୁଣୁଶୁଣୁ ନ ହସି ରହିପାରିବେନି । ସେ ଟ୍ୱିଟ୍ କରି କହିଛନ୍ତି, “ଆଜି ମୁଁ ପଦ୍ମାବତୀ ଏକ୍ସପ୍ରେସ (୧୪୨୦୭) ରେ ଯାତ୍ରା କରୁଛି। ଯେତେବେଳେ ମୁଁ ଟ୍ରେନରେ ଶୌଚାଳୟକୁ ଯାଇଥିଲି, ପାଣି ଆସୁନାହିଁ। ଫେରି ଆସି ମୁଁ ମୋ ସିଟରେ ବସିଛି। ନିଜକୁ ବହୁତ କଣ୍ଟ୍ରୋଲରେ ରଖିଛି । ଟ୍ରେନ୍ ୨ ଘଣ୍ଟା ବିଳମ୍ବରେ ଚାଲୁଛି ” ତେବେ ରେଳବାଇ ଏହାର ଜବାବ ଦେଇ ଯାତ୍ରୀଙ୍କୁ ମଧ୍ୟ ସାହାଯ୍ୟ କରିଥିଲା।

ଅରୁଣଙ୍କ ଅଭିଯୋଗ ଉପରେ ଅନ୍ୟ ଅନେକ ଟ୍ୱିଟର ବ୍ୟବହାରକାରୀ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେତେକ ସମାନ ସମସ୍ୟାର ସମାଧାନ ପାଇଁ ରେଳ ବିଭାଗର ହେଡ୍ ଅଫିସକୁ ନିବେଦନ କରିଥିଲେ। ତେବେ ରେଳ ସେବା ମଧ୍ୟ ଏହାର ପ୍ରତିକ୍ରିୟା ଦେଇଛି।

ଅନ୍ୟ ଏକ ଟ୍ୱିଟରେ ଯାତ୍ରୀ ଭାରତୀୟ ରେଳବାଇକୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କର ଶେଷ ଟ୍ୱିଟରୁ କୁହାଯାଇପାରେ ଯେ ରେଳବାଇ ତାଙ୍କୁ ସାହାଯ୍ୟ କରିଥିଲା ।

Get real time updates directly on you device, subscribe now.