ବିଜେପି ନେତାଙ୍କ ମହିଳାଙ୍କୁ ଧମକ, “ପାଟି ବନ୍ଦ କର ନହେଲେ ତୁମ ତଣ୍ଟି ଚିପିଦେବି”

ବିବାଦରେ ଫସିଲେ ବିଜେପିର ବରିଷ୍ଠ ନେତା। ସର୍ବସମ୍ମୁଖରେ ମହିଳାଙ୍କୁ ଧମକ ଦେଲେ ପୂର୍ବତନ ସାଂସଦ। "ତୁମ ପାଟି ଚୁପ କର ନହେଲେ ତଣ୍ଟି ଚିପିଦେବି"।

ପଶ୍ଚିମବଙ୍ଗ: ବିଜେପି ନେତାଙ୍କ ଦାଦାଗିରି। ସର୍ବ ସମ୍ମୁଖରେ ଦିବାଲୋକରେ ମହିଳାଙ୍କୁ ଧମକ। ପାଟି ବନ୍ଦ କର ନହେଲେ ତୁମ ତଣ୍ଟି ଚିପି ଦେବି। ଆଉ ବିଜେପି ନେତାଙ୍କ ଏପରି ଦାଦାଗିରି ଦେଖି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏପରି ଧମକ ଦେଇ ବିବାଦରେ ଫସିଛନ୍ତି ପୂର୍ବତନ ସାଂସଦ ଦିଲ୍ଲୀପ ଘୋଷ।

ବିଜେପିର ବରିଷ୍ଠ ନେତା ଏତେ କ୍ରୋଧିତ ହୋଇଗଲେ ଯେ, ମହିଳାମାନଙ୍କ ତଣ୍ଟି ଚିପି ଦେବେ ବୋଲି ଧମକ ଦେଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରି କଥା କହି ବିବାଦ ଘେରରେ ମଧ୍ୟ ଫସିଛନ୍ତି ପୂର୍ବତନ ସାଂସଦ।

ନେତାଙ୍କ ଦାଦାଗିରି: ହଁ ଏହି ଘଟଣାଟି ହେଉଛି ପଶ୍ଚିମବଙ୍ଗର। ହଠାତ୍ ବିଜେପିର ବରିଷ୍ଠ ନେତା ଦିଲ୍ଲୀପ ଘୋଷ ମହିଳାମାନଙ୍କ ଉପରେ ରାଗିଯାଇଥିଲେ। ଆଉ ରାଗରେ ନିଜ ପଦ ପଦବୀ, ନିଜ ମାନ ସମ୍ମାନ ସବୁ ଭୁଲିଯାଇଥିଲେ।

ଏବଂ ଶହ ଶହ ଲୋକଙ୍କ ସାମ୍ନାରେ ପୁଣି ମହିଳାମାନଙ୍କୁ ଧମକ ଦେଇଥିଲେ। କି ତୁମ ପାଟି ବନ୍ଦ କର। ଆନ୍ଦୋଳନରୁ ଓହର, ନହେଲେ ତୁମ ତଣ୍ଟି ଚିପିଦେବି। ଜଣେ ପୂର୍ବତନ ସାଂସଦ ଓ ନେତାଙ୍କ ଏପରି ଦାଦାଗିରି ସ୍ଥାନୀୟ ଲୋକଙ୍କୁ ଚକିତ କରିଥିଲା। ଏବଂ ବିବାଦୀୟ କଥା କହି ସମାଲୋଚନାର ପାତ୍ର ମଧ୍ୟ ହୋଇଥିଲେ। ଯାହାର ଭିଡିଓ ମଧ୍ୟ ଭାଇରାଲ ହେଉଛି।

ମହିଳାଙ୍କ ବିରୋଧ: ତେବେ ସମ୍ପୂର୍ଣ୍ଣ ଘଟଣା ହେଉଛି, ଶୁକ୍ରବାର  ୱାର୍ଡ ନମ୍ବର ୬ରେ ଏକ ନବନିର୍ମିତ ରାସ୍ତାର ଉଦଘାଟନି ଉତ୍ସବ ପାଳନ କରାଯାଉଥିଲା। ଯେଉଁଥିରେ ଅତିଥୀ ଭାବରେ ଯୋଗ ଦେଇଥିଲେ ପୂର୍ବତନ ସାଂସଦ ଦିଲ୍ଲୀପ ଘୋଷ। ହେଲେ ଏହି କାର୍ଯ୍ୟକ୍ରମରେ ତାଙ୍କ ଯୋଗଦାନକୁ ବିରୋଧ କରିଥିଲେ ସ୍ଥାନୀୟ ମହିଳା।

ଆଉ ମହିଳାମାନେ ବିଜେପି ନେତାଙ୍କୁ ପ୍ରଶ୍ନ କରିଥିଲେ, ତୁମେ ଏବେ ଯାଏଁ କେଉଁଠି ଥିଲ। ଯେତେବେଳେ ଆପଣ ସାଂସଦ ଥିଲେ ସେହି ସମୟରେ ଆମେ ଆପଣଙ୍କୁ ଗୋଟିଏ ଦିନ ପାଇଁ ବି ଦେଖିନଥିଲୁ। ଏବେ, ଆମର କାଉନସିଲର, ଆମ ପାଇଁ ରାସ୍ତା ନିର୍ମାଣ କରିଛନ୍ତି। ଆପଣ ଏବେ ଏ ଜାଗାକୁ କାହିଁକି ଆସିଛନ୍ତି ?

କାହିଁକି ହେଲା ଏପରି ପରିସ୍ଥିତି: କେବଳ ସେତିକି ନୁହେଁ ମହିଳାମାନେ ଆହୁରି ମଧ୍ୟ କହିଥିଲେ, ଆମର ନିର୍ବାଚିତ ପ୍ରତିନିଧି ଆମ ପାଇଁ ରାସ୍ତା ତିଆରି କରିଛନ୍ତି। ଏଥିରେ ଆପଣଙ୍କର ଅସୁବିଧା କ’ଣ। ଆପଣ ତ କିଛି କଲେନି ଏବେ କାହିଁକି ବା ବା ନେବାକୁ ଏଠାକୁ ଆସିଛନ୍ତି।

ଆଉ ମହିଳାଙ୍କ ଏମିତି ପ୍ରଶ୍ନରେ ରାଗିଯାଇଥିଲେ ପୂର୍ବତନ ସାଂସଦ ତଥା ବିଜେପିର ବରିଷ୍ଠ ନେତା ଦିଲ୍ଲୀପ ଘୋଷ। ପ୍ରତିକ୍ରିୟା ଦେଇ କହିଥିଲେ “ମୁଁ ଏହାକୁ ମୋ ଟଙ୍କାରେ ତିଆରି କରିଛି, ତୁମର ବାପାଙ୍କ ଟଙ୍କାରେ ନୁହେଁ।

ପାରିବ ଯଦି ତୁମେ ତୁମ ପ୍ରଦୀପ ସରକାରଙ୍କୁ ଯାଇ ପଚାରି ପାରିବ ଏ ବିଷୟରେ। ଏହା ପରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ଆଉ ଯୁକ୍ତିତର୍କ ଭିତରେ ରାଗି ଯାଇ ଦୀଲିପ ମହିଳାମାନଙ୍କୁ ଧମକ ଦେଇଥିଲେ। ଆଉ କହିଥିଲେ ତୁମ ପାଟି ଚୁପ କର। ନହେଲେ ତୁମ ତଣ୍ଟି ଚିପି ଦେବି। ଆଉ ନେତାଙ୍କର ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଅନେକ ଲୋକ ଟାର୍ଗେଟ କରି ନିନ୍ଦା କରୁଛନ୍ତି।