fbpx

ମୁଁ ମମତା ବାନାର୍ଜୀଙ୍କୁ ସାମାଜିକ ଭାବେ ବହିଷ୍କାର କରିବି: ପଶ୍ଚିମବଙ୍ଗ ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏକ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟର ଆଇନ ଶୃଙ୍ଖଳା ଓ ଶାସନ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟପାଳ କହିଛନ୍ତି, ବଙ୍ଗଳା ସମାଜକୁ ସମର୍ଥନ ଜଣାଇ ମୁଁ ପ୍ରତିଶ୍ରୁତି ଦେଉଛି ଯେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ଭାବେ ବହିଷ୍କାର କରିବି। ସାମାଜିକ ବହିଷ୍କାର ଅର୍ଥ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ସାର୍ବଜନୀନ ମଞ୍ଚ ସେୟାର କରିବି ନାହିଁ ଏବଂ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଭାଗ ନେବି ନାହିଁ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଡାକ୍ତରମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ। କିନ୍ତୁ ବୈଠକର ସିଧା ପ୍ରସାରଣ ପାଇଁ ଜିଦ୍ ଧରିଥିବାରୁ ଡାକ୍ତର ଆଲୋଚନାରେ ଯୋଗ ଦେଇନଥିଲେ। ଯାହା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ମମତା ବାନାର୍ଜୀ କହିଥିଲେ, ମୋତେ ଏବଂ ମୋ ସରକାରଙ୍କୁ ବହୁତ ଅପମାନିତ କରାଯାଇଛି। ଏହାକୁ ନେଇ ଏକ ଅପପ୍ରଚାର ଆରମ୍ଭ ହୋଇଛି।

ସାଧାରଣ ଲୋକ ଏହାର ରଙ୍ଗ ଦେଖିପାରୁନାହାନ୍ତି। ଇସ୍ତଫା ଦେବାକୁ ମୁଁ ପ୍ରସ୍ତୁତ ଅଛି। ସେମାନେ ନ୍ୟାୟ ଚାହୁଁନାହାଁନ୍ତି, ଚେୟାର ଚାହୁଁଛନ୍ତି । ଆଶା କରୁଛି ଲୋକମାନେ ଏହା ବୁଝିବେ।

Get real time updates directly on you device, subscribe now.