fbpx

କିଏ ଏହି ଆଇ.ଏ.ଏସ ? ଯାହାଙ୍କୁ ମାତ୍ର ୬ ଦିନରେ ଡି.ଏମ୍ ପଦରୁ ହଟାଇ ଦିଆଯାଇଛି

କେରଳର ଜଣେ ଆଇ.ଏ.ଏସ୍ କୁ ମାତ୍ର ୬ ଦିନ ମଧ୍ୟରେ ଡି.ଏମ୍ ପଦରୁ ହଟାଇ ଦିଆଯାଇଛି । କାରଣ ୩ ବର୍ଷ ପୂର୍ବେ ଜଣେ ପତ୍ରକାର ମୃତ୍ୟୁ ମାମଲାରେ ଏହି ଆଇ.ଏ.ଏସ୍ ଅଧିକାରୀଙ୍କୁ ଅଭିଯୁକ୍ତ କରାଯାଇଥିଲା । ତେଣୁ ତାଙ୍କୁ ଯେତେବେଳେ ଡି.ଏମ୍ ପଦବୀରେ ନିୟୋଜିତ କରାଗଲା ଲୋକେ ବିରୋଧ କରିବା ଆରମ୍ଭ କରିଦେଲେ । ଶେଷରେ କେରଳ ସରକାର ତାଙ୍କୁ ଡି.ଏମ୍ ପଦବୀରୁ ହଟାଇ ଦେଇଛନ୍ତି ।

ଏହି ଆଇ.ଏ.ଏସ୍ ହେଉଛନ୍ତି ୨୦୧୨ ମସିହାରେ ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଟପର୍ ହୋଇଥିବା ଶ୍ରୀରାମ ଭେଙ୍କେଟାରମଣ । ସେ କେରଳର ଅଲପୁଝା ଜିଲ୍ଲାରେ କଲେକ୍ଟର ହେବାକୁ ନେଇ ଲୋକଙ୍କ ମନରେ ତ୍ରୀବ ଅସନ୍ତୋଷ ଦେଖା ଦେଇଥିଲା । ଫଳରେ କେରଳ ସରକାରଙ୍କୁ ତାଙ୍କ ନିଷ୍ପତି ବଦଳାଇବାକୁ ପଡିଛି ।

୨୦୧୯ ମସିହା ଅଗଷ୍ଟ ୩ ତାରିଖରେ ଆଇ.ଏ.ଏସ୍ ଶ୍ରୀରାମ ଭେଙ୍କିଟାରମଣ ନିଶାଶକ୍ତ ଅବସ୍ଥାରେ ଗାଡି ଚଲାଉଥିବା ସମୟରେ ମାଲାୟଲମ ଖବରକାଗଜ ସିରାଜର ବ୍ୟୁରୋଚିପ୍ କେ.ଏମ୍ ବଶିରକୁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ବଶିରଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଶ୍ରୀରାମ ଭେଙ୍କିଟାରମଣଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ତାଙ୍କୁ କେରଳର ଅଲପୁଝା ଜିଲ୍ଲାରେ କଲେକ୍ଟର ଭାବରେ ନିଯୁକ୍ତି ଦିଆଯିବା ପରେ ପତ୍ରକାର ସଂଗଠନ, ମୁସଲମାନ ସଂଗଠନ, ୟୁଥ୍ କଂଗ୍ରେସ ସଂଗଠନ, ଏବଂ କିଛି ଅନ୍ୟ ସଂଗଠନମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଫଳରେ ମାତ୍ର ୬ ଦିନରେ ହିଁ ଆଇ.ଏ.ଏସ୍ ଶ୍ରୀରାମ ଭେଙ୍କେଟାରମଣଙ୍କୁ କଲେକ୍ଟର ପଦରୁ ହଟାଇ ଦିଆଯାଇଛି ।

ଜୁଲାଇ ୨୪ରେ ଶ୍ରୀରାମ ଭେଙ୍କେଟାରମଣଙ୍କୁ ଜିଲ୍ଲା କଲେକ୍ଟର ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ ସେ ୨୬ ଜୁଲାଇରେ କାର୍ଯ୍ୟରେ ଯୋଗ ଦେଇଥିଲେ । କିନ୍ତୁ ଅଗଷ୍ଟ ୧ ତାରିଖରେ ତାଙ୍କୁ ଜିଲ୍ଲା କଲେକ୍ଟର ପଦବୀରୁ ହଟାଇ ଦିଆଗଲା । ବର୍ତ୍ତମାନ କେରଳ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶ ଅନୂଯାୟୀ ୨୦୧୫ ବ୍ୟାଚର ଆଇ ଏ ଏସ୍ ଭି. ଆର୍.କେ ତେଜା ମାଲ୍ୟାଭାରପୁ( V.R.K.Teja Mylavarapu) ଅଲପୁଝା ଜିଲ୍ଲା କଲେକ୍ଟର ଭାବରେ କାର୍ଯ୍ୟଭାର ସମ୍ଭାଳିବେ ।

Get real time updates directly on you device, subscribe now.