fbpx

ରୋକିପାରିଲାନି ବନ୍ୟା, ଡଙ୍ଗାରେ ଗାଁରେ ପହଞ୍ଚିଲେ, କାଦୁଅ ପଶି ଲୋକଙ୍କ ସମସ୍ୟା ଶୁଣିଲେ IAS ଅଧିକାରୀ

ଆସାମ: ବହୁତ୍ କମ୍ ଦେଖିବାକୁ ମିଳେ କି ଜଣେ ଆଇଏଏସ ଅଫିସର ନିଜର କର୍ତ୍ତବ୍ୟ ଆଗରେ କୌଣସି ବି ପରିସ୍ଥିତିକୁ ସାମ୍ନା କରିବାକୁ ଆଗେଇ ଅସିବେ। ଏବେ ଆସାମରେ ବନ୍ୟା ଓ ଭୂସ୍ଖଳନ ହେତୁ ସେଠାକାର ଲୋକଙ୍କ ଜୀବନ ଖରାପ ପ୍ରଭାବିତ ହୋଇଛି। ୨୭ ଟି ଜିଲ୍ଲାରେ ଭୟଙ୍କର ବନ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ଯୁଆଡେ ଦେଖିଲେ ଚାରିଆଡେ କାଦୁଅ ଆଉ ପାଣି ଦେଖିବାକୁ ମିଳୁଛି ପାଣି ଆଉ ପାଣି। ଏହି ବନ୍ୟାରେ ଲୋକଙ୍କ ଘର ନଷ୍ଟ ହୋଇଯାଇଛି।

ଏହି ବନ୍ୟାରେ ପ୍ରାୟ ୭.୧୮ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଖରାପ ପ୍ରଭାବିତ ହୋଇଛି। ବନ୍ୟାରେ ଅନେକ ଲୋକଙ୍କ ଫସଲ ଧୋଇ ହୋଇଯାଇଛି। ୧୪ ଟି ଜିଲ୍ଲାରେ ୩୫୯ ରିଲିଫ୍ କ୍ୟାମ୍ପ ଏବଂ ବିତରଣ କେନ୍ଦ୍ର ଚାଲିଛି ବୋଲି ସୂଚନା ମିଳିଛି । ଏହି ରିଲିଫ୍ କେନ୍ଦ୍ର ମାନଙ୍କରେ ୧୨ ହଜାରରୁ ଅଧିକ ପିଲା ଏବଂ ୮୦ ହଜାରରୁ ଅଧିକ ଲୋକ ଏଠାରେ ଆଶ୍ରୟ ନେଇଛନ୍ତି। ଏହି ସମୟରେ ଜଣେ ମହିଳା ଆଇଏଏସ୍ ଅଧିକାରୀଙ୍କ କାର୍ଯ୍ୟ ଶୈଳୀ ଚର୍ଚ୍ଚା ପାଲଟିଛି। ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଅଫିସରେ ବସିବା ପରିବର୍ତ୍ତେ ସଭା କରିବା ପରିବର୍ତ୍ତେ, ସେ ବନ୍ୟାସ୍ଥଳକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିବା ଆରମ୍ଭ କରିଛନ୍ତି ।

ias kirti jalli

ଏହି ଆଇଏଏସ ଅଧିକାରୀ ଜଣକ ହେଉଛନ୍ତି କାଚର ଜିଲ୍ଲାର ଡେପୁଟି କମିଶନର କିର୍ତ୍ତୀ ଜଲ୍ଲୀ। କିର୍ତ୍ତି ଗ୍ରାମରେ ଯାଇ କାଦୁଅରେ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରୁଥିବା ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ଦେଖିବାକୁ ମିଳିଛି ଯେ ସେ ଏଥିରେ ଏକ ଶାଢ଼ୀ ପିନ୍ଧିଛନ୍ତି ଏବଂ ତାଙ୍କୁ ଅତି ସରଳ ଉପାୟରେ ଲୋକ ମାନଙ୍କୁ ସାହାଯ୍ୟ କରୁଛନ୍ତି। ଲୋକଙ୍କୁ ସାହାଯ୍ୟ କରିବା ପାଇଁ, ସେ ସେମାନଙ୍କ ସମସ୍ୟା ଶୁଣିବା ପାଇଁ ସିଧା ଗ୍ରାମକୁ ଯାଇଥିଲେ। ତେବେ ବନ୍ୟା ହେତୁ ଗ୍ରାମକୁ ଯିବା ସମୟରେ କୌଣସି ସାଧାନ ନଥିବାରୁ ଡଙ୍ଗାରେ ଯାତ୍ରା କରିଥିଲେ।

Image

ଫଟୋରେ ଦେଖିବାକୁ ମିଳୁଛି ସେ ଏକ ଡଙ୍ଗାରେ ବସି ବନ୍ୟା ପ୍ରଭାବିତ ପରିସ୍ଥିତିର ଆକଳନ କରିବାକୁ ଯାଉଛନ୍ତି। ସେ କହିଛନ୍ତି ଯେ ସ୍ଥାନୀୟ ଲୋକ କହିଛନ୍ତି ଯେ ଗତ ୫୦ ବର୍ଷ ଧରି ସେମାନେ ଏହିପରି ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି। ଏପରି ପରିସ୍ଥିତିରେ, ଜଣେ ଅଧିକାରୀ ଭାବରେ ସେ ନିଜ କାର୍ଯ୍ୟକୁ ସଠିକ୍ ଭାବରେ କରିବା ପାଇଁ ସେ ବନ୍ୟା ପ୍ରଭାବିତ ଗାଁକୁ ଯାଇଥିଲେ। ତେବେ ସ୍ଥାନୀୟ ଲୋକେ କହିଛନ୍ତି ଯେ, ଏତେ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଯେ ବନ୍ୟା ସମୟରେ ଜଣେ ଆଇଏଏସ୍ ଅଧିକାରୀ ସେମାନଙ୍କ ନିକଟକୁ ଆସି ସେମାନଙ୍କ ସମସ୍ୟା ଶୁଣିଲେ।

ଆସାମର ଅନେକ ଲୋକ କିର୍ତ୍ତୀ ଜଲିଙ୍କୁ ପସନ୍ଦ କରୁଥିବାର ଖବର ଶୁଣିବାକୁ ମିଳେ। ସେ କରୋନା ଅବଧି ସମୟରେ ମଧ୍ୟ ଆଲୋଚନାକୁ ଆସିଥିଲେ। ସେ ୨୦୧୩ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ। କରୋନା ଅବଧିରେ, ସେ ବିବାହର ପରଦିନ ଡ୍ୟୁଟିରେ ପହଞ୍ଚିଥିଲେ।

 

 

Get real time updates directly on you device, subscribe now.