fbpx

ସସପେଣ୍ଡ ହେଲେ IAS ପୂଜା ସିଂଘଲ: ମନି ଲଣ୍ଡରିଂ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଲେ ଝାଡଖଣ୍ଡ ସରକାର

ନୂଆଦିଲ୍ଲୀ: ଝାଡଖଣ୍ଡ ଖଣି ସଚିବଙ୍କୁ ଲାଗିଛି ଏକ ବିରାଟ ଝଟକା । ୨୦୦୦ ବ୍ୟାଚର IAS ପୂଜା ସିଂଘଲଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ଝାଡଖଣ୍ଡ ସରକାର । ଗିରଫ ପରେ ଏବେ ହାତରୁ ପଦବୀ ମଧ୍ୟ ଛଡାଇ ନିଆଯାଇଛି । ମନି ଲଣ୍ଡରିଂ ମାମଲାରେ କାଲି ପୂଜା ଗିରଫ ହୋଇଥିଲେ । ତେବେ ଆଜି ତାଙ୍କୁ ପଦବୀରୁ ସସପେଣ୍ଡ କରିଛନ୍ତି ଝାଡଖଣ୍ଡ ସରକାର ।

ସୂଚନା ଅନୁସାରେ, IAS ପୂଜା ସିଂଘଲଙ୍କ ବିରୋଧରେ ମନରେଗା ଟଙ୍କା ହଡପ କରିବାର ସାଂଘାତିକ ଅଭିଯୋଗ ଆସିଥିଲା । ଏହାପରେ ଏହି ମାମଲାର ଆରମ୍ଭ ହୋଇଥିଲା ତଦନ୍ତ । ତଦନ୍ତ ଅନୁସାରେ, ଗତକାଲି ଇଡି ଦ୍ୱାରା ପୂଜାଙ୍କୁ ଗିରଫ କରାଯାଇଥିଲା । ତେବେ ଗିରଫ ପରେ ଆଜି ଝାଡଖଣ୍ଡ ସରକାର ତାଙ୍କୁ ପଦବୀରୁ ମଧ୍ୟ ହଟାଇ ଦେଇଛନ୍ତି । ୨୦୦୦ ବ୍ୟାଚରେ IAS ପଦବୀ ହାସଲ କରିଥିବା ବେଳେ ଝାଡଖଣ୍ଡର ଖଣି ସଚିବ ମଧ୍ୟ ରହିଥିଲେ ପୂଜା । କିନ୍ତୁ ଝାଡଖଣ୍ଡ ସରକାର ତାଙ୍କୁ ଏହି ପଦରୁ ସସପେଣ୍ଡ କରିଛନ୍ତି ।

Get real time updates directly on you device, subscribe now.