fbpx

IBPS କ୍ଲର୍କ ନିଯୁକ୍ତି ୨୦୨୪: ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇନଷ୍ଟିଚ୍ୟୁଟ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ) ତରଫରୁ ୬୧୨୮ଟି କ୍ଲର୍କ ପଦ ପୂରଣ ପାଇଁ ନିକଟରେ ନୋଟିଫିକେସନ ଜାରି ହୋଇଥିଲା । ସେଥିପାଇଁ ଚଳିତ ମାସ ପହିଲା ଠାରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୨୧ରେ ଶେଷ ହେବାର ଥିଲା । ମାତ୍ର ଏହା ମଧ୍ୟରେ ଆଇବିପିଏସ ତରଫରୁ ଏକ ଅପଡେଟ୍ ଆସିଛି । ଆବେଦନର ଅବଧି ବୃଦ୍ଧି ଘୋଷଣା କରାଯାଇଛି । ପ୍ରାର୍ଥୀମାନେ ଆସନ୍ତା ୨୮ ତାରିଖ ସୁଦ୍ଧା ସେମାନଙ୍କର ରେଜିଷ୍ଟ୍ରେସନ କରିବା ସହିତ ପେମେଣ୍ଟ ଦାଖଲ କରିବେ । ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇ ପ୍ରାର୍ଥୀଙ୍କୁ ସୂଚିତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଆଇବିପିଏଲ କ୍ଲର୍କ ୨୦୨୪ର ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ଅଗଷ୍ଟ ମାସରେ ଆୟୋଜିତ ହେବ । ଏହାପରେ ସେପ୍ଟେମ୍ବରରେ ରେଜଲ୍ଟ ଘୋଷଣା ହେବା ପରେ ଅକ୍ଟୋବର ମାସରେ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁବିଡି, ଇଏସଏମ, ଡିଇଏସଏମ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୧୭୫ ଟଙ୍କା ରହିଥିବା ବେଳେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ୮୫୦ ଟଙ୍କା ରହିଛି । ପେମେଣ୍ଟ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଇଣ୍ଟରନେଟ ବ୍ୟାଙ୍କିଂ ଆଦି ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ । ପ୍ରାର୍ଥୀଙ୍କ ବୟସ ୨୦ରୁ ୨୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ବୟସ ହିସାବ ଚଳିତ ବର୍ଷ ଜୁଲାଇ ମାସ ପହିଲା ସୁଦ୍ଧା ହିସାବକୁ ନିଆଯିବ । ବିଭିନ୍ନ ରାଜ୍ୟ ପାଇଁ ପଦ ସଂଖ୍ୟା ଅଲଗା ଅଲଗା ରହିଛି । ଓଡ଼ିଶା ପାଇଁ ୧୦୭ଟି ପଦ ଖାଲି ରହିଛି ।

ଲିଙ୍କ: https://www.ibps.in/wp-content/uploads/Corrigendum-for-extension-1.pdf

Get real time updates directly on you device, subscribe now.