fbpx

ICMR ଗାଇଡଲାଇନ୍ସ: ଚା’ ଓ କଫିର ଅଧିକ ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ୩୦୦ ମିଲିଗ୍ରାମରୁ ଅଧିକ କ୍ୟାଫିନ୍ ସେବନ କରନ୍ତୁ ନାହିଁ

ନୂଆଦିଲ୍ଲୀ: ଅନେକ ଲୋକ ସେମାନଙ୍କର ଦୈନନ୍ଦିନ ଜୀବନରେ ମାତ୍ରାଧିକ ଚା’ ଓ କଫି ସେବନ କରିଥାନ୍ତି । ତେବେ ଅଧିକ ଚା’ ଓ କଫି ସେବନ ଆମର ଶରୀର ପାଇଁ କ୍ଷତିକାରକ ଅଟେ । କାରଣ ସେଥିରେ କ୍ୟାଫିନ୍ ରହିଥାଏ । ତେଣୁ ସେଥିରୁ ନିବୃତ୍ତ ରହିବାକୁ ଭାରତୀୟ ଆୟୁବିଜ୍ଞାନ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି । ଚା’ ଓ କଫିର ସେବନକୁ ସୀମିତ କରିବାକୁ ପରାମର୍ଶ ଦିଆଯାଇଛି । କ୍ୟାଫିନ ଆମର ଶରୀରର କେନ୍ଦ୍ରୀୟ ତନ୍ତ୍ରକୁ ଉତ୍ତେଜିତ କରିଥାଏ । ଏଥିସହିତ ଏହା ଶରୀରକୁ କୌଣସି ଖାଦ୍ୟ ପଦାର୍ଥ ଉପରେ ଲତ୍ ଲଗାଇବା ନେଇ ପ୍ରୋତ୍ସାହିତ କରିଥାଏ ।

ଗାଇଡଲାଇନ୍ସ ମୁତାବକ, ୧୫୦ ମିଲିଲିଟର କପ ବ୍ରୁଡ କଫିରେ ୮୦-୧୨୦ ମିଲିଗ୍ରାମ କ୍ୟାଫିନ ରହିଥାଏ । ସେହିପରି ଇନଷ୍ଟାଣ୍ଟ କଫିରେ ୫୦-୬୫ ମିଲିଗ୍ରାମ ଓ ଚା’ରେ ୩୦-୬୫ ମିଲିଗ୍ରାମ କ୍ୟାଫିନ ରହିଥାଏ । ତେଣୁ ୩୦୦ ମିଲିଗ୍ରାମରୁ ଅଧିକ କ୍ୟାଫିନ ସେବନ ଆଦୌ ନ କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହିତ ଭୋଜନର ଅତିକମରେ ଏକ ଘଣ୍ଟା ପୂର୍ବରୁ ଓ ପରେ ପାନୀୟ ପଦାର୍ଥ ସେବନ ନ କରିବାକୁ କୁହାଯାଇଛି । କାରଣ ସେଥିରେ ଟ୍ୟାନିନ ରହିଥିବାରୁ ତାହା ଶରୀରରେ ଆଇରନ ଅବଶୋଷଣକୁ ହ୍ରାସ କରିଥାଏ । ଟ୍ୟାନିନ ପେଟରେ ଆଇରନ ସହ ସଂଯୋଗ ହୋଇଯାଇଥାଏ ଫଳରେ ଶରୀର ପାଇଁ ଠିକଭାବେ ଆଇରନ ଅବଶୋଷିତ ହେବା ମୁସ୍କିଲ ହୋଇଯାଇଥାଏ । ଫଳରେ ଆଇରନ ଅଭାବ ଓ ଏନୀମିୟା ପରି ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ଅତ୍ୟଧିକ କଫି ସେବନ କଲେ ଉଚ୍ଚ ରକ୍ତଚାପ ଓ ହୃଦୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହେବାର ସମସ୍ୟା ରହିଥାଏ ।

ବିନା କ୍ଷୀରରେ ଚା’ ପିଇଲେ ବ୍ଲଡ ସର୍କୁଲେସନରେ ସୁଧା ଆସିବା ସହ କରୋନରୀ ଧମନୀ ରୋଗ ଓ ପେଟ କର୍କଟ ପରି ବୀମାରୀର ଆଶଙ୍କା କମ୍ ହୋଇଥାଏ । ତେଣୁ ଏହାକୁ କମ୍ ମାତ୍ରାରେ ସେବନ କଲେ ଅନେକ ଫାଇଦା ମିଳିଥାଏ । ସେହିପରି ତେଲ, ଚୀନୀ ଓ ଲୁଣର ସେବନର ସୀମିତ କରିବା ସହ ଫଳ, ସବଜି, ସାବୁତ ଅନାଜ, ଲୀନ ମିଟ ଓ ସମୁଦ୍ରୀ ଭୋଜନକୁ ସାମିଲ କରିବାକୁ ସୁପାରିଶ କରାଯାଇଛି । ଭୋଜନ ପୂର୍ବରୁ ବା ପରେ ଚା / କଫି ସେବନ କରିବା ଫଳରେ ଶରୀରରେ ଆଇରନ ପରି ମହତ୍ତ୍ୱପୂର୍ଣ୍ଣ ଖଣିଜକୁ ଅବଶୋଷିତ କରିବାରେ ସମସ୍ୟା ହୋଇଥାଏ । ଭୋଜନ ସହିତ ପାନୀୟ ପଦାର୍ଥ ସେବନ କରିବା ଫଳରେ ପେଟରେ ଏସିଡ ଡାଇଲୁଟ ହୋଇପାରେ, ଯାହାକି ପାଚନ ପାଇଁ ଜରୁରୀ ହୋଇଥାଏ ।

Get real time updates directly on you device, subscribe now.