ଖାଦ୍ୟ ପ୍ରସ୍ତୁତ କରିବାର ସଠିକ୍ ତରିକା ଶିଖାଇଲା ICMR: କୁକିଂ ଓ ପ୍ରି-କୁକିଂ ପ୍ରକ୍ରିୟାରେ ଦାୟିତ୍ୱହୀନତା ସ୍ୱାସ୍ଥ୍ୟ ପ୍ରତି ବିପଦ ସାଜିଥାଏ
ନୂଆଦିଲ୍ଲୀ: ଆଜିର ସମୟରେ ଏକ ସୁସ୍ଥ ଜୀବନଧାରଣ ନିମନ୍ତେ ଖାଦ୍ୟପେୟର ସବୁଠାରୁ ବଡ଼ ଭୂମିକା ରହିଛି । ଏ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଲେ ଗମ୍ଭୀର ବୀମାରୀ ଆକ୍ରମଣ କରିବାର ସମ୍ଭାବନା ରହିଥାଏ । ତେବେ ଖରାପ ତରିକାରେ ରାନ୍ଧିବା କାରଣରୁ ତାହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାଜିଥାଏ । ଏନେଇ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଛି । ସୁସ୍ଥ ଭୋଜନ ପ୍ରସ୍ତୁତି ପାଇଁ କୁକିଂ ଓ ପ୍ରି-କୁକିଂର ଟେକନିକ ସବୁଠାରୁ ବଡ଼ ଆବଶ୍ୟକତା ଅଟେ । କୁକୱେୟର୍ସର ସୁରକ୍ଷିତ ଓ ପ୍ରାକ୍ଟିକାଲ ବ୍ୟବହାର ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ । କୁକିଂକୁ ନେଇ ସମାନ୍ୟ ଦାୟିତ୍ୱହୀନତା ଭୋଜନରୁ ନ୍ୟୁଟ୍ରିସନକୁ ସମାପ୍ତ କରିଦେଇପାରେ ବୋଲି କୁହାଯାଇଛି ।
ଭୋଜନର ନ୍ୟୁଟ୍ରିସନ ମାନ ବଦ୍ଧି ପାଇଁ ଆଇସିଏମଆର ସୋକିଂ, ବ୍ଲୋଚିଂ ଓ ମୈରିନେଟିଂ ପରି ପ୍ରି-କୁକିଂ ତରିକା ଉପରେ ଜୋର ଦେଇଛି । ସୋକିଂ ପ୍ରକ୍ରିୟାରେ ଶସ୍ୟକୁ ୩-୬ ଘଣ୍ଟା ପାଇଁ ଭିଜା ଯାଇଥାଏ । ଏହାଫଳରେ ଶସ୍ୟରେ ରହିଥିବା ଫାଇଟିକ ଏସିଡ୍ କମ୍ ହୋଇଯାଇଥାଏ । ଏହି ଏସିଡ୍ ଶରୀରକୁ ମିନେରାଲ୍ସ ଗ୍ରହଣ କରିବାରେ ରୋକିଥାଏ । ସେହିପରି ସବଜିକୁ ବ୍ଲୋଚିଂ କରିବା ଫଳରେ ତା’ର ମାଇକ୍ରୋବିୟଲ ଲୋଡ୍ କମ୍ ହୋଇଯାଇଥାଏଓ ପେଷ୍ଟିସାଇଡ୍ ହଟିଯାଇଥାଏ । ଏଥିସହିତ ସବଜିର ରଙ୍ଗ, ଗଠନ ଓ ପୋଷକ ତତ୍ତ୍ୱରେ କୌଣସି ପରିବର୍ତ୍ତନ ଆସେ ନାହିଁ । ଏହି ପ୍ରକ୍ରିୟାରେ ସବଜିକୁ କିଛି ସମୟ ପାଇଁ ଗରମ ପାଣିରେ ସିଝାଇବାକୁ ପଡ଼ିଥାଏ । ଏହାପରେ ସାଧାରଣ ଭାବେ ବହୁତ ଥଣ୍ଡା ପାଣିରେ ସମ୍ପୂର୍ଣ୍ଣ ଥଣ୍ଡା କରାଯାଇଥାଏ । ଏହି ପ୍ରୋସେସରେ ସବଜୀରୁ ପୋଷକ ତତ୍ତ୍ୱକୁ କମ୍ କରୁଥିବା ଏଞ୍ଜାଇମକୁ ନଷ୍ଟ କରାଯାଇଥାଏ ।
ସୋକିଂ, ବ୍ଲୋଚିଂ ଓ ମେରିନେଟିଂ ପରି ପ୍ରି-କୁକିଂ ଟେକନିକରେ କେବଳ ଖାନା ପ୍ରସ୍ତୁତିର ସମୟକୁ କମ୍ କରାଯାଇନଥାଏ, ଏଥିସହିତ ଏନର୍ଜୀ ମଧ୍ୟ ବଞ୍ଚିପାରିଥାଏ । ଏଥିସହିତ ସବିଜୀକୁ ଷ୍ଟିମ କରିବା ବା ଧୀର ଆଞ୍ଚରେ ରାନ୍ଧିବା ଫଳରେ ୱାଟର ଦ୍ରବୀଭୂତ ଭିଟାମିନ ଓ ମିନେରାଲ୍ସକୁ ମଞ୍ଚ ବଞ୍ଚାଯାଇ ପାରିଥାଏ । ସାଧାରଣ ଭାବେ କହିବାକୁ ଗଲେ ଷ୍ଟିମ ଓ ସ୍ଲୋ ବଏଲିଂ ପ୍ରକ୍ରିୟାରେ ଆପଣ ଭୋଜନରେ ପୋଷକ ତତ୍ତ୍ୱକୁ ଜାରି ରଖି ପାରିବେ ।
ବଏଲିଂ ଓ ଷ୍ଟିମିଂ : ଏହି ତରିକାରେ ଭୋଜନରେ ରହିଥିବା ୱାଲର ସଲ୍ୟୁବଲ ଭିଟାମିନ୍ସ ଓ ମିନେରାଲ୍ସକୁ ବଞ୍ଚାଇ ରଖିବା ସମ୍ଭବ ହୋଇଥାଏ । ଏଥିସହିତ ଏହାଦ୍ୱାରା ଖାଦ୍ୟ ପ୍ରସ୍ତୁତି ପାଇଁ କମ୍ ସମୟ ଲାଗିଥାଏ ।
ପ୍ରେସର କୁକିଂ: ଭୋଜନକୁ ଷ୍ଟିମର ଚାପରେ ଶୀଘ୍ର ରୋଷେଇ କରିବା ପାଇଁ ପ୍ରେସର କୁକର ବ୍ୟବହାର କରାଯାଇଥାଏ । ଏହି କୁକୱେୟରରେ ଖାଦ୍ୟ ପ୍ରସ୍ତୁତି କରିବା ଫଳରେ ଭୋଜନରେ ଭିଟାମିନ ମିନେରାଲ ନଷ୍ଟ ନହୁଏ ନାହିଁ ।
ଫ୍ରାଇଂ ଓ ଶ୍ଲୋ ଫ୍ରାଇଂ: ଏହି ତରିକାରେ ଖାଦ୍ୟରେ ଫ୍ୟାଟ ବୃଦ୍ଧି ପାଇପାରେ, ଯାହାକି ହୃଦ ରୋଗ ହେବାର କାରଣ ସାଜିଥାଏ । ତେବେ ଖାଦ୍ୟର ସ୍ୱାଦ ବୃଦ୍ଧି ପାଇଁ ଏହା ବଡ଼ ଭୂମିକା ନିର୍ବାହ କରିଥାଏ ।
ମାଇକ୍ରୋୱେଭରେ ଖାଦ୍ୟ ରାନ୍ଧିବା: ଏହି ତରିକାରେ ରୋଷେଇ କମ୍ ସମୟ ଲାଗିଥାଏ । ଏଥିସହିତ ଖାଦ୍ୟରୁ ପୋଷକ ତତ୍ତ୍ୱ ନଷ୍ଟ ହୁଏ ନାହିଁ । ଭୋଜନ ପ୍ରସ୍ତୁତିରେ ବାସନ ଚୟନ କରିବା ବେଶ୍ ମହତ୍ତ୍ୱପୂର୍ଣ୍ଣ ।
ମାଟିର ବାସନ: ଏଥିରେ ଖାଦ୍ୟ ପ୍ରସ୍ତୁତ କଲେ ଭୋଜନର ସ୍ୱାଦ ବଢ଼ିବା ସହିତ ମିନେରାଲ୍ସର କଣ୍ଟେଣ୍ଟ ମଧ୍ୟ ବଢ଼ିଥାଏ । ତେବେ ଏହାକୁ ବ୍ୟବହାର କରିବା ପୂର୍ବରୁ ସଫାସୁତୁରା ଉପରେ ଧ୍ୟାନ ଦେବା ଜରୁରୀ ।
ଧାତୁ ଓ ଷ୍ଟେନଲେସ ଷ୍ଟିଲରେ ରାନ୍ଧିବା: ଏଥିରେ ଖାଦ୍ୟ ରାନ୍ଧିବା ଏକ ସୁରକ୍ଷିତ ପ୍ରକ୍ରିୟା । ମାତ୍ର ମେଟାଲର ଲିକେଜ ପ୍ରତି ଧ୍ୟାନ ଦେବା ଜରୁରୀ ।
ଟେପ୍ଲଟନ ଲେପିତ ନନ-ଷ୍ଟିକ ପ୍ୟାନ: ଏଥିରେ କମ୍ ଚର୍ବିଯୁକ୍ତ ଖାଦ୍ୟ ରାନ୍ଧିବା ଉପଯୋଗୀ ଅଟେ । ମାତ୍ର ରାନ୍ଧିବା ସମୟରେ ନିର୍ଗତ ହେଉଥିବା ବିଷାକ୍ତ ଧୂଆଁକୁ ରୋକିବା ପାଇଁ ଏହାକୁ ଅଧିକ ଗରମ କରିବା ଅନୁଚିତ ।
ଗ୍ରାନାଇଟ ପଥରର କୁକୱେୟର: ପାରମ୍ପରିକ ନନ-ଷ୍ଟିକ ତୁଳନାରେ ଏଥିରେ ଖାଦ୍ୟ ରାନ୍ଧିବା ଅଧିକ ସୁରକ୍ଷିତ ହୋଇଥାଏ । ମାତ୍ର ଏଥିରେ ଯେପରି କୌଣସି ହାନିକାରକ କେମିକାଲ ନଥିବ ସେଥିପ୍ରତି ଧ୍ୟାନଦେବା ଜରୁରୀ ।