fbpx

ICMR ଦେଲା ଭୟାନକ ଚେତାବନୀ: ଭାରତରେ ଆହୁରି ବୃଦ୍ଧି ପାଇବ କ୍ୟାନ୍ସର ରୋଗ

ନୂଆଦିଲ୍ଲୀ: ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚ ଏବେ ଭାରତକୁ ନେଇ ଦେଇଛି ଏକ ବଡ ପ୍ରତିକ୍ରିୟା । ଦେଶରେ କ୍ୟାନ୍ସର ରୋଗ ଏବଂ ରୋଗୀଙ୍କ ସମ୍ପର୍କରେ ଚେତାବନୀ ଦେଇଛି ଆଇସିଏମଆର । ଆଗାମୀ ୩ ବର୍ଷରେ ଭାରତର କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଆହୁରି ୧୨.୭ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଇସିଏମଆର ଚେତାବନୀ ଦେଇଛି । ଗତ କିଛି ବର୍ଷରୁ ଦେଶରେ ବଢୁଥିବା କ୍ୟାନ୍ସର ସଂଖ୍ୟାକୁ ନେଇ ଏମିତି ଆକଳନ କରିଛନ୍ତି ବିଶେଷଜ୍ଞ ।

ଆଇସିଏମଆରର ସୂଚନା ଅନୁଯାୟୀ, ୨୦୨୦ରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କ୍ୟାନ୍ସରର ଆନୁମାନିକ ସଂଖ୍ୟା ୧୩.୯୨ ଲକ୍ଷଥିବା ବେଳେ ୨୦୨୧ରେ ଏହା ବୃଦ୍ଧି ପାଇ ୧୪.୨୬ ଲକ୍ଷ୍ୟରେ ପହଞ୍ଚିଥିଲା । ସେହିପରି ୨୦୨୨ ମଧ୍ୟ ଏଥିରେ ବୃଦ୍ଧି ଘଟିଥିବା ଦେଖାଯାଇଛି । ଗତବର୍ଷ ଦେଶରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ୧୪.୬୧ ଲକ୍ଷ୍ୟରେ ପହଞ୍ଚିଛି । ତେଣୁ ଏହି ହାରକୁ ଲକ୍ଷ୍ୟ ରଖି ଆଇସିଏମଆରର ବିଶେଷଜ୍ଞମାନେ ଭାରତକୁ ଏଭଳି ଏକ ଚେତାବନୀ ଦେଇଛନ୍ତି ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଦେଶରେ ହୃଦରୋଗ ଏବଂ ଶ୍ୱାସଜନିତ ରୋଗ ସହିତ କ୍ୟାନ୍ସର ରୋଗର ଦୌରାତ୍ମ୍ୟ ବୃଦ୍ଧି ପାଉଛି । ବୟସ ବୃଦ୍ଧି, ଜୀବନଶୈଳୀରେ ପରିବର୍ତ୍ତନ, ବ୍ୟୟାମ ଏବଂ ପ୍ଲାଷ୍ଟିଯୁକ୍ତ ଖାଦ୍ୟାଭାବ ଇତ୍ୟାଦି ଏହି ରୋଗ ବ୍ୟାପିବାର ପ୍ରମୁଖ କାରଣ ପାଲଟିଛି । ଅନେକ ସମୟରେ ଲୋକମାନେ କ୍ୟାନ୍ସର ରୋଗର ଲକ୍ଷଣ ଜାଣି ନଥିବାରୁ ଉଚିତ ସମୟରେ ଏହାର ଚିକିତ୍ସା ମଧ୍ୟ ହୋଇପାରି ନଥାଏ । ତେବେ ବିଳମ୍ବରେ ଚିକିତ୍ସା ହେବାରୁ ଏହି ରୋଗ ଶରୀରକୁ ପ୍ରଭାବିତ କରିଥାଏ । ତେଣୁ ଲୋକମାନଙ୍କ ମଧ୍ୟରେ କ୍ୟାନ୍ସର ରୋଗର ସଚେତନତା ବାଣ୍ଟିବା ମଧ୍ୟ ଜରୁରୀ ହୋଇପଡିଛି ।

Get real time updates directly on you device, subscribe now.