fbpx

କରୋନା ପରେ କାହିଁକି ଲୋକେ ହଠାତ୍ ମୃତ୍ୟୁ ବରଣ କରୁଛନ୍ତି ? ଅନୁଧ୍ୟାନ କରୁଛି ICMR; ୧୮ ରୁ ୪୫ ବର୍ଷ ବୟସ୍କଙ୍କ ଉପରେ ବିଶେଷ ନଜର

ନୁଆଦିଲ୍ଲୀ: ଭାରତରେ କିଛି ଦିନ ହେବ ଅନେକ ଲୋକେ ହଠାତ୍ ମୃତ୍ୟୁ ବରଣ କରୁଛନ୍ତି। ଯାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଏବେ ଭାରତୀୟ ଭେଷଜ ବିଜ୍ଞାନ ଗବେଷଣା କେନ୍ଦ୍ର(ଆଇସିଏମ୍‌ଆର) ଏବଂ ଦେଶର ବଡ଼ ମେଡିକାଲ ଅନୁଷ୍ଠାନମାନେ ଏହି ଅନୁଧ୍ୟାନ କରି ଏହା ପଛର କାରଣ ଜାଣିବାକୁ ଉଦ୍ୟମ କରିଛନ୍ତି। ଏଥିରେ ସବୁଠୁ ବଡ କଥା ହେଲା ଏହି ତାଲିକାରେ ୧୮ ରୁ ୪୫ ବର୍ଷର ଲୋକମାନଙ୍କ ଉପରେ ବିଶେଷ ନଜର ରହିଛି।

ଏହି ଗବେଷଣାକୁ ନେଇ ଆଇସିଏମ୍‌ଆର୍ ନିର୍ଦେଶକ ଡା. ରାଜୀବ ବଳ କହିଛନ୍ତି ଯେ, କରୋନା ମହାମାରୀ ପରେ ପରେ ଆମେ ଦେଶରେ ଘଟୁଥିବା ହଠାତ୍ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ଚେଷ୍ଟା କରୁଛୁ । ତେବେ ବର୍ତ୍ତମାନ ସୁଦ୍ଧା ଆସିଏମ୍‌ଆର ଗବେଷଣା ଅନୁଯାୟୀ ହଠାତ୍ ମୃତ୍ୟୁ କରୁଥିବା ବ୍ୟକ୍ତି ମାନଙ୍କଠାରେ କରୋନାର ନୁନନା କିମ୍ବା ସେମାନଙ୍କ ମଧ୍ୟରେ ଅନେକ ବିଭିନ୍ନ ରୋଗରେ ପିଡ଼ିତ ହୋଇଥିବା ବେଳେ କିମ୍ବା ସେମାନେ ଅନେକ ଗୁଡ଼ିଏ ରୋଗରେ ପିଡ଼ିତ ହୋଇଥିଲେ।

ତେବେ ବର୍ତ୍ତମାନ ସୁଦ୍ଧା ଆଇସିଏମ୍‌ଆର ରିସର୍ଚ୍ଚ ଟିମ୍ ଦିଲ୍ଲୀ ଏମ୍ସଠାରେ ୫୦ ମୃତ୍ୟ ଶରୀରର ଅନୁଧ୍ୟାନ କରିଛନ୍ତି ଏବଂ ଆଗାମୀ ସମୟରେ ୧୦୦ ଶବର ଅନୁଧ୍ୟାନ କରିବାକୁ ଯୋଜନା କରିଛନ୍ତି । ଏହା ସହିତ ଡା.ବଳ କହିଛନ୍ତି ଯେ, ଆମେ କରୋନା ପରେ ହଠାତ୍ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କର ବୁଝିବାକୁ ଚେଷ୍ଟା କରୁଛୁ । ଗୁଜରାଟରେ ଆୟୋଜିତ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ଗ୍ଲୋବାଲ ଟ୍ରାଡିସନ୍ ମେଡିସିନ୍ ସମିଟ(ଜିସିଟିଏମ୍‌)ରେ ଡା.ବଳ ଏହି କଥା କହିଛନ୍ତି ।

ଏହି ଗବେଶଷଣା ମାଧ୍ୟମରେ ଗବେଷକ ମାନେ ଜାଣିବାକୁ ଚେଷ୍ଟା କରୁଛି ଯେ, କୌଣସି ପ୍ରକାର ମାନସିକ ଚାପ ମଣିଷମାନଙ୍କ ଉପରେ ରହୁଛି କି, ଯାହା ଦ୍ୱାରା କରୋନା ମହାମାରୀ ପରେ ହଠାତ୍ ମୃତ୍ୟୁ ବୃଦ୍ଧି ପାଉଛି । ତେବେ ମୃତ୍ୟୁ ବରଣ କରୁଥିବା ଏହି ବ୍ୟକ୍ତି ମାନଙ୍କ ମଧ୍ୟରେ ଅନେକ ଲୋକେ ହୃଦଘାତ କିମ୍ବା ଫୁସ୍‌ଫୁସ୍ ଠିକ ଭାବରେ ନଚାଲିବା ଆଦି ପ୍ରମୁଖ କାରଣ ରହିଛି ।

ଆଇସିଏମ୍‌ଆର ଏହା ମଧ୍ୟ ଅନୁଧ୍ୟାନ କରୁଛି ଯେଉଁଥିରେ ହଠାତ୍ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି । ଯେଉଁ ମାନଙ୍‌ଜକର ବୟସ ପ୍ରାୟ ୧୮ ରୁ ୪୫ ରହିଛି । ଶିର୍ଷ ମେଡିକାଲ ଅଧୀକାରୀମାନେ ଦେଶର ଅନ୍ୟ ୪୦ ଟି ସେଣ୍ଟରରେ ଏହି ତଥ୍ୟ ସଂଗ୍ରହ କରୁଛନ୍ତି । ଏହି ଅନୁଧ୍ୟାନରେ ଗବେଷକମାନେ ଜଣେ ବ୍ୟକ୍ତି କରୋନା ମହାମରି ରୁ ସୁସ୍ଥ ହେଲା ପରେ ସେମାନଙ୍କ ଆଗାମୀ ୧ ବର୍ଷ ଯାଏଁ ସେମାନଙ୍କର ଅନୁଧ୍ୟାନ କରୁଛନ୍ତି । ଏହି ସେଣ୍ଟର ଗୁଡ଼ିକରେ କରୋନାରେ ପିଡ଼ିତ ରୋଗୀମାନଙ୍କୁ ଆଡମିସନ୍‌, ଏବଂ ମେଡିକାଲରୁ ଡିସ୍‌ଚାର୍ଜ ଏବଂ ମୃତ୍ୟୁ ତଥ୍ୟ ରଖିଛନ୍ତି ।

Get real time updates directly on you device, subscribe now.