ମିଳିଲା ସୁନ୍ଦରୀ ଯୁବତୀଙ୍କ ପରିଚୟ, ଭାରତ-ଅଷ୍ଟ୍ରେଲିଆ ସେମିରେ ହୋଇଥିଲେ ଭାଇରାଲ
ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚରେ ଏହି ସୁନ୍ଦରୀ ଯୁବତୀ ଥିଲେ କ୍ୟାମେରାର ଫୋକସରେ। ଯାହାଙ୍କ ବିଷୟରେ ଜାଣିବା ପାଇଁ ଲୋକ ଆଗ୍ରହ ପ୍ରକାଶ କରିଥିଲେ। ଆଉ ତାଙ୍କର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।
ଦୁବାଇ: କିଏ ଏହି ସୁନ୍ଦରୀ ଯୁବତୀ। ଯାହାଙ୍କ ଫଟୋ ଏବଂ ଭିଡିଓ ସବୁଠି ଘୂରି ବୁଲୁଛି। ଏବେ ଏହି ସୁନ୍ଦରୀ ଯୁବତୀଙ୍କ ମିଳିଛି ପରିଚୟ। ହେଲେ ତା ପୂର୍ବରୁ କହି ରଖିବା ପାଇଁ ଚାହିଁବୁ କି- ଗତକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦମଦାର ଇନିଂସ ଖେଳାଯାଇଥିଲା।
ଆଉ ୨୦୨୩ର ବଦଲା ନେଇଥିଲା ଭାରତ। ସେମି ଫାଇନାଲରେ କଙ୍ଗାରୁ ଦଳକୁ ହରାଇ ଫାଇନାଲରେ ପାଦ ରଖିଲା ଟିମ୍ ଇଣ୍ଡିଆ। ହେଲେ ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚରେ ଖେଳାଳିଙ୍କ ଉପରେ ଯେତିକି ଥର କ୍ୟାମେରା ପଡିନଥିଲା, ତାଠାରୁ ଅଧିକ କ୍ୟାମେରା ପଡିଥିଲା ଏହି ସୁନ୍ଦରୀ ଯୁବତୀଙ୍କ ଉପରେ। ଯାହାଙ୍କ ପରିଚୟ ଏବେ ମିଳିଛି।
ଯୁବତୀଙ୍କ ଉପରେ ଫୋକସ: ତେବେ ଯେତେବେଳେ ୩୨ ତମ ଓଭରରେ ସ୍ମିଥ୍ ଯେତେବେଳେ ବ୍ୟାଟିଂ କରୁଥିଲେ। ଏବଂ ସ୍କୋର ଥିଲା ୧୬୫/୪। ସେତେବେଳେ କ୍ୟାମେରା ଏହି ସୁନ୍ଦରୀ ଯୁବତୀଙ୍କ ଉପରେ ଫୋକସ କରିଥିଲା।
ଆଉ ଏହି ସୁନ୍ଦରୀ ଯୁବତୀଙ୍କ ଉପରେ କ୍ୟାମେରା ପଡିବା ମାତ୍ରେ, ତାଙ୍କ ବିଷୟରେ ଜାଣିବା ପାଇଁ ଦର୍ଶକ ଆଗ୍ରହ ହେଲେ। ଏବଂ ଯୁବତୀଙ୍କ ଛୋଟ ଛୋଟ କ୍ଲିପ ମିଡିଆ ପ୍ଲାଟଫର୍ମରେ ସେୟାର କରିବାକୁ ଲାଗିଲେ। ଯେତେବେଳେ ଯୁବତୀ ଜଣଙ୍କ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲେ।
ସେତେବେଳେ କିଛି ୟୁଜର୍ସ ତାଙ୍କୁ ଜାଣିଥିବା ନେଇ ଦର୍ଶାଇଥିଲେ। ଏବଂ କହିଥିଲେ ଏହି ଭାଇରାଲ ଯୁବତୀଙ୍କ ନାଁ ପାୟଲ ଧାରେ। ଯିଏକି ଜଣେ ୟୁଟବର। କେବଳ ସେତିକି ନୁହେଁ ସେ ଏକାଧାରରେ ଜଣେ ଗେମର, ଷ୍ଟ୍ରିମର ଏବଂ କଣ୍ଟେଣ୍ଟ କ୍ରିଏଟର ଭାବରେ ବେଶ ଜଣାଶୁଣା।
ୟୁଟ୍ୟୁବର ପାୟଲ: ସୂଚନାନୁସାରେ, ପାୟଲ ମଧ୍ୟପ୍ରଦେଶର ଜଣେ ସ୍ୱୀକୃତିପ୍ରାପ୍ତ ଗେମର। ସେ ଦେଶର ଜଣେ ଅଗ୍ରଣୀ ମହିଳା ଗେମର୍ ଏବଂ ବୃତ୍ତିଗତ ଭାବରେ “ପାୟଲ୍ ଗେମିଂ” ଭାବରେ ଜଣାଶୁଣା। ଯାହାଙ୍କ YouTube ରେ ଚାରି ନିୟୁତରୁ ଅଧିକ ସବସ୍କ୍ରାଇବର୍ ଅଛନ୍ତି।
୨୦୨୩ ମସିହାରେ, ସେ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂହଙ୍କୁ ଭେଟିବା ଏବଂ ତାଙ୍କ ସହ ଏକ ସଂକ୍ଷିପ୍ତ କଥାବାର୍ତ୍ତାର ଏକ ଭିଡିଓ ସେୟାର କରିଥିଲେ। ତାଙ୍କ ଭିଡିଓଟି ବର୍ତ୍ତମାନ YouTube ରେ ୧୯୭,୨୫୯ ଥର ଲୋକ ଦେଖିସାରିଲେଣି।
ଗେମର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିଛନ୍ତି। ଗତ ବର୍ଷ ପାୟଲ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏକ ସାକ୍ଷାତକାର ପାଇଁ ସହଯୋଗୀ କଣ୍ଟେଣ୍ଟ କ୍ରିଏଟରଙ୍କ ସହ ସାମିଲ ହୋଇଥିଲେ।