fbpx

ଐତିହାସିକ ମୁହୂର୍ତ୍ତ: ଗର୍ଭ ଗୃହରେ ପହଞ୍ଚିଲେ ପ୍ରଭୁ ରାମଲଲା

Advertisement

ଓଡ଼ିଶା ଭାସ୍କର: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି । ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସମସ୍ତ ନୀତିକାନ୍ତି ସହିତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ରାମଲଲାଙ୍କ ମୂର୍ତ୍ତି ଗର୍ଭ ଗୃହରେ ପହଞ୍ଚିସାରିଛି। ଏହି ସୁବର୍ଣ୍ଣ ମୁହୂର୍ତ୍ତକୁ ନେଇ ଶ୍ରଦ୍ଧାଳୁମାନେ ଭାବବିହ୍ଵଳ ହୋଇ ଉଠିଛନ୍ତି। ତେବେ ଗର୍ଭ ଗୃହସ୍ଥିତ ଆସନରେ ପ୍ରଭୁ ରାମଲଲାଙ୍କ ମୂର୍ତ୍ତିକୁ ରଖାଯାଇଥିବା ଜଣାପଡିଛି।

ସୂଚନା ଥାଉକି, ରାମଲଲାଙ୍କ ସାଙ୍କେତିକ ପ୍ରତିମୂର୍ତ୍ତି ଆଜି କ୍ରେନ ସାହାଯ୍ୟରେ ମନ୍ଦିର ପରିସରରେ ପହଞ୍ଚିଥିଲା । ଏହାପରେ ସ୍ୱତନ୍ତ୍ର ନୀତିକାନ୍ତି ମାଧ୍ୟମରେ ମୂର୍ତ୍ତିକୁ ଗର୍ଭ ଗୃହକୁ ନେଇ ଗର୍ଭ ଗୃହସ୍ଥିତ ଆସନରେ ରଖାଯାଇଛି। ତେବେ ମନ୍ଦିରର ସମର୍ପଣ ପାଇଁ ବର୍ତ୍ତମାନ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ସହ ସେ ରାମମନ୍ଦିର‌ରେ ପ୍ରଭୁ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କରିବେ। ଏହି ସମାରୋହରେ ସମଗ୍ର ବିଶ୍ୱରୁ ସାଧୁ, ସନ୍ଥ ଏବଂ ମାନ୍ୟଗଣ ମାନେ ଯୋଗଦେବେ। ଲକ୍ଷାଧିକ ଭକ୍ତଙ୍କ ଉପସ୍ଥିତିରେ ଏହି ଐତିହାସିକ ମୁହୂର୍ତ୍ତ କାର୍ଯ୍ୟ ସମ୍ପନ୍ନ ହେବ।

Get real time updates directly on you device, subscribe now.