ନୂଆଦିଲ୍ଲୀ: ସୁରକ୍ଷାବଳ ଗାଡ଼ି ଉପରେ ଅଚାନକ ଆକ୍ରମଣ କରିଛନ୍ତି ନକ୍ସଲ ସଂଗଠନ । ବିଜାପୁରରେ ଯବାନଙ୍କ ଗାଡ଼ିରେ ଭୟଙ୍କର ଆଇଇଡି ବିସ୍ଫୋରଣ ହୋଇଛି । ଯାହାକୁ ନେଇ ସବୁଠି ଆତଙ୍କ ଖେଳିଯାଇଛି ।
୯ ଯବାନ ସହୀଦ: ନକ୍ସଲଙ୍କ ଏହି ଆକ୍ରମଣରେ ଗାଡ଼ିରେ ଥିବା ୭ ଜଣ ଯବାନ ସହୀଦ ହୋଇଛନ୍ତି । ଏହାବ୍ୟତୀତ ଅନ୍ୟ କିଛି ଯବାନ ଆହତ ହୋଇଥିବା ସୂଚନା ମିଳିଛି । ବୀଜାପୁରର କୁଟରୁ ମାର୍ଗ ବେଦରେ ଅଞ୍ଚଳରେ ନକ୍ସଲ ସଂଗଠନ ଏହି କାଣ୍ଡ ଘଟାଇଛନ୍ତି ।
ସେନା ଗାଡ଼ିକୁ ଅଚାନକ ଆକ୍ରମଣ: ଯବାନଙ୍କୁ ନେଇ ଯାଉଥିବା ଏକ ଗାଡ଼ିରେ ଅଚାନକ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହାପରେ ମାଓବାଦୀ ସେନା ଗାଡ଼ି ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ୭ ଯବାନ ସହୀଦ ହୋଇଥିବା ବେଳେ ଅନ୍ୟ କିଛି ଯବାନ ଆହତ ହୋଇଛନ୍ତି ।
ଘଟଣାସ୍ଥଳରେ ଅତିରିକ୍ତ ଫୋର୍ସ ପହଞ୍ଚି ତନାଘନା ଆରମ୍ଭ କାରିଛି । ନକ୍ସଲବାଦୀ ଏବଂ ସୁରକ୍ଷାବଳ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଛି । ଦୀର୍ଘ ଦିନ ପରେ ନକ୍ସଲ ସଂଗଠଡ଼ ଏଭଳି ଏକ କାଣ୍ଡ ଘଟାଇବାରେ ସଫଳ ହୋଇଛି ।