fbpx

ଜନ ଧନ ଆକାଉଣ୍ଟକୁ ଆଧାର ସହ ଲିଙ୍କ୍ ନକଲେ ହେବ ବଡ଼ କ୍ଷତି, ଜାଣନ୍ତୁ କିପରି କରିବେ ଲିଙ୍କ୍

Advertisement

ନୂଆଦିଲ୍ଲୀ: ଜନଧନ ଆକଉଣ୍ଟଧାରୀ ନିଜ ଆକାଉଣ୍ଟକୁ ଆଧାର କାର୍ଡ ସହ ଲିଙ୍କ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏପରି ନକରିବା ଦ୍ୱାରା ଗ୍ରାହକଙ୍କୁ ମିଳୁଥିବା ଅନେକ ସୁବିଧା ବନ୍ଦ ହୋଇପାରେ । ଜନଧନ ଆକାଉଣ୍ଟ ହେଉଛି ଜିରୋ ବାଲାନ୍ସ ସଞ୍ଚୟ ଆକାଉଣ୍ଟ । ଏହା ବ୍ୟତୀତ ଏଥିରେ ଓଭରଡ୍ରାଫ୍ଟ ଓ ରୂପେ କାର୍ଡ ସମେତ ଅନେକ ସ୍ୱତନ୍ତ୍ର ସୁବିଧା ମିଳିଥାଏ ।

ଜନ ଧନ ଆକାଉଣ୍ଟଧାରୀଙ୍କୁ ରୁପେ ଡେବିଟ୍ କାର୍ଡ ଦିଆଯାଏ, ଯେଉଁଥିରେ ୧ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ମିଳିଥାଏ । ଯଦି ଏକ ଆକାଉଣ୍ଟଧାରୀ ନିଜ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ ନ କରନ୍ତି, ତେବେ ସେମାନେ ଏହି ସୁବିଧା ପାଇବେ ନାହିଁ । ଏହା ବ୍ୟତୀତ ଆକାଉଣ୍ଟଧାରୀ ଏହି ଆକାଉଣ୍ଟରେ ୩୦,୦୦୦ ଟଙ୍କା ଆକସ୍ମିକ ମୃତ୍ୟୁ ବୀମା କଭର ବି ମିଳିଥାଏ । ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ ହେଲେ ହିଁ ଏହି ସୁବିଧା ମିଳିଥାଏ । ଏହା ବ୍ୟତୀତ ଆକାଉଣ୍ଟଧାରୀଙ୍କୁ ସାଧାରଣ ବୀମା କଭରର ସୁବିଧା ମଧ୍ୟ ମିଳିଥାଏ । ଏହି ସମସ୍ତ ସୁବିଧାଗୁଡ଼ିକର ଲାଭ ଉଠାଇବାକୁ ଆପଣଙ୍କୁ ଜନ ଧନ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ କରିବାକୁ ପଡିବ ।

ଏହି ଉପାୟରେ ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରନ୍ତୁ :-

– ଜନ ଧନ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରିବା ପାଇଁ ଆପଣଙ୍କୁ ବ୍ୟାଙ୍କ ଯିବାକୁ ପଡିବ ।

– ଆପଣଙ୍କୁ ଆଧାର କାର୍ଡର ଫଟୋ କପି ଓ ବ୍ୟାଙ୍କ ପାସ୍ ବୁକର କପି ନେବାକୁ ପଡିବ ।

– ଆପଣଙ୍କୁ ବ୍ୟାଙ୍କକୁ ଯାଇ ଏକ ଫର୍ମ ପୂରଣ କରିବାକୁ ପଡିବ । ଏହା ପରେ ଆପଣ ଜନଧନ ଆକାଉଣ୍ଟ ଆଧାର ସହ ଲିଙ୍କ୍ ହେବ ।

– ଏସବିଆଇ ସମେତ ଅନେକ ବ୍ୟାଙ୍କ କେବଳ ମେସେଜ ମାଧ୍ୟମରେ ଗ୍ରାହକଙ୍କୁ ଆଧାର ଲିଙ୍କ କରିବାର ସୁବିଧା ଦେଉଛନ୍ତି ।

– ଏଥିପାଇଁ ଆପଣ ନିଜ ଆଧାରର ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ମେସେଜରେ UID<SPACE>ଆଧାର ନମ୍ବର <SPACE> ଆକାଉଣ୍ଟ ନମ୍ବର ଲେଖି ୫୬୭୬୭୬ ନମ୍ବରକୁ ପଠାଇ ପାରିବେ ।

– ଏହିପରି ଭାବରେ ଆପଣଙ୍କର ଆକାଉଣ୍ଟ ଆଧାର ସହିତ ଲିଙ୍କ୍ ହେବ ।

– ଏହା ବ୍ୟତୀତ ଆପଣ ବ୍ୟାଙ୍କର ଏଟିଏମ୍ ସହିତ ଆଧାରକୁ ଲିଙ୍କ୍ କରିପାରିବେ ।

Get real time updates directly on you device, subscribe now.