fbpx

ବାହାଘରରେ ବିଳମ୍ବ ହେଉଥିଲେ ଆପଣାନ୍ତୁ ଏହି ସବୁ ଉପାୟ: ମିଳିବ ନିଶ୍ଚିତ ଫାଇଦା

ନୂଆଦିଲ୍ଳୀ: ପୁଅ, ଝିଅଙ୍କ ବାହାଘରରେ କିଛି ନା କିଛି ବିଘ୍ନ ଆସିଥାଏ । ଏହି କାରଣ ଯୋଗୁଁ ବାହାଘର ବିଳମ୍ବରେ ହୋଇଥାଏ । ବାସ୍ତୁ ଦୋଷ ଯୋଗୁ ମଧ୍ୟ ବିବାହରେ ବିଳମ୍ବ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର କିଛି ଉପକାର…

ବିବାହରେ ବିଳମ୍ବ ହେଉଥିବା ଯୋଗ୍ୟ ଝିଅ-ପୁଅ ଏକରୁ ଅଧିକ କବାଟ, ଝରକା ଥିବା ଘର, ଅନ୍ଧାର କିମ୍ବା ଛାତର ବିମ୍‌ ତଳେ ଶୁଅନ୍ତୁ ନାହିଁ।

ଯଦି ଆପଣଙ୍କ ଘରକୁ କିଏ ବିବାହ ନେଇ ଆସେ, ତାହେଲେ ବାସ୍ତୁ ଅନୁଯାୟୀ ଚାଙ୍କୁ ଏମିତି ଜାଗାରେ ବସାନ୍ତୁ ଯେଉଁଠୁ ଘରର ମୁଖ୍ୟଦ୍ଵାର ନଜର ଆସୁନଥିବ ।

ଯେଉଁ ଖଟରେ ଶୋଉଛନ୍ତି ତା ତଳେ ଅଯଥା ଜିନିଷ କିମ୍ବା କୌଣସି ଲୁହା ଜିନିଷ ରଖନ୍ତୁ ନାହିଁ। ଏହା ବିବାହରେ ବାଧା ସୃଷ୍ଟି କରିଥାଏ ।

ମଙ୍ଗଳ ଦୋଷ ଯୋଗୁଁ ମଧ୍ୟ ବିବାହରେ ସମସ୍ୟା ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ମଙ୍ଗଳ ଦୋଷ ଦୂର କରିବାକୁ କୋଠରୀର ଦ୍ୱାରରେ ଗୋଲାପୀ କିମ୍ବା ହାଲୁକା ନାଲି ରଙ୍ଗ ମାରନ୍ତୁ ।

ଭଗବାନଙ୍କୁ ପ୍ରସାଦରେ ହଳଦିଆ ରନ୍ଧାଖାଦ୍ୟ ଏବଂ ହଳଦିଆ ଫଳ ଅର୍ପଣ କରନ୍ତୁ ।

ନିଜ କୋଠରୀରେ କୌଣସି ଖାଲି ବାସନ କିମ୍ବା ଟାଙ୍କି ରଖନ୍ତୁ ନାହିଁ। ଯଦି ପୂର୍ବରୁ ଥାଏ ତାହେଲେ ତାକୁ ହଟେଇ ଦିଅନ୍ତୁ। ଅଧିକ ଓଜନିଆ ଜିନିଷ ମଧ୍ୟ ରଖନ୍ତୁ ନାହିଁ।

ବାସ୍ତୁ ଅନୁସାରେ ଯଦି ଘରର ମୁଖ୍ୟଦ୍ଵାର ସହ ସମ୍ବନ୍ଧିତ କୌଣସି ବାସ୍ତୁଦୋଷ ଥାଏ ତାହେଲେ ବିବାହ ଠିକ କରିବାକୁ ଅନ୍ୟ କୌଣସି ଜାଗା ଚୟନ କରନ୍ତୁ ।

ସୋମବାର ଦିନ ଅଧା କିଲୋ ଚଣା ଡାଲି ଓ ଅଧା ଲିଟର କଞ୍ଚା କ୍ଷୀର ଦାନ କରନ୍ତୁ। ବିବାହରେ ବିଳମ୍ବ ସମସ୍ୟା ଦୂର ହେବ।

ଶନି ଦୋଷ କାରଣରୁ ବିବାହ ବିଳମ୍ବ ହେଉଥିଲେ ଶନିବାର ଦିନ ସୋରିଷ ତେଲରେ ନିଜ ଛାଇ ଦେଖି ଏହାକୁ ଦାନ କରନ୍ତୁ। ଲଗାତାର ୭ଟି ଶନିବାର ଯାଏଁ ଏହି ଉପାୟ କରନ୍ତୁ।

ଯଦି ଯୁବତୀଙ୍କ ବିବାହରେ ବିଳମ୍ବ ହେଉଛି ତାହେଲେ ବିବାହ ହେଉଥିବା କୌଣସି ଯୁବତୀଙ୍କ ହାତରୁ ମେହେନ୍ଦି ଲଗାନ୍ତୁ । ଏହାଦ୍ୱାରା ଶୀଘ୍ର ବିବାହ ହୋଇଥାଏ ।

ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦିଆ କପଡା ରଖି ଦେବଗୁରୁ ବୃହସ୍ପତି ଏବଂ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ । ଯଦି ଏହା ସମ୍ଭବପର ନୁହେଁ ତେବେ କଦଳୀ ପତ୍ରରେ ମଧ୍ୟ ଉଭୟ ଭଗବାନଙ୍କ ପ୍ରତିମା ସ୍ଥାପିତ କରିପାରିବେ ।

Get real time updates directly on you device, subscribe now.