ଯଦି ଆପଣ କାହାକୁ କଲ୍ କରନ୍ତି ବା ଆପଣଙ୍କ ପାଖକୁ କେହି କଲ୍ କରେ, ତେବେ ଆପଣ ଫୋନ ଉଠାଇ ସିଧା ହାଲୋ କହିବା ଅ।।ରମ୍ଭ କରନ୍ତି । ଯଦି ଆପଣ ଫୋନ୍ କରନ୍ତି, ତେବେ ମଧ୍ୟ ଏହି ପ୍ରୋସେସ୍ ହୋଇଥାଏ । କିନ୍ତୁ ଏହାରି ମଧ୍ୟରେ କିଛି ଏପରି ଘଟିଥାଏ, ଯାହା ଆପଣଙ୍କ ସମସ୍ୟାରେ ପକାଇପାରେ ।
ଅନେକ ଥର ସାମ୍ନା ଲୋକ ଆପଣଙ୍କ କଲ୍ ରେକର୍ଡ କରିଥାଏ ଓ ଆପଣଙ୍କୁ ଜଣା ମଧ୍ୟ ପଡ଼ିନଥାଏ । ଆପଣ ଏପରାି କିଛି କହିଦିଅନ୍ତି, ଯାହାଫଳରେ ସେ ଆପଣଙ୍କୁ ବ୍ଲାକମେଲ କରନ୍ତି ବା କିଛି ଏପରି ପବ୍ଲିକରେ ଯାଇପାରେ, ଯାହା ଆପଣ ଜୀବନରେ କେବେ ମଧ୍ୟ କହିବାକୁ ନଚାହାଁନ୍ତି । ତେବେ ଆସନ୍ତୁ ଏହି ସମସ୍ୟାରୁ ବଞ୍ଚିବାର ଉପାୟ ଜାଣିବା…
ଯେତେବେଳେ ସାମ୍ନାରୁ କଲ୍ ଆସେ, ତାହା କୌଣସି ନମ୍ବରରୁ ଆସେ କିମ୍ବା କୌଣସି ଅଜଣା ନମ୍ବରରୁ, ଉଭୟ ପରିସ୍ଥିତିରେ ଆପଣଙ୍କର କଲ୍ ରେକର୍ଡିଂ ହେବାର ଆଶଙ୍କା ଥାଏ । ଯଦି କେହି ଆପଣଙ୍କୁ ନ ପଚାରି ଆପଣଙ୍କ କଲ୍ ରେକର୍ଡ କରୁଛନ୍ତି, ତେବେ ଏହା ଆପଣଙ୍କ ଗୋପନୀୟତାର ଉଲ୍ଲଂଘନ ଏବଂ ଆପଣ ଏହା ବିରୁଦ୍ଧରେ ଅଭିଯୋଗ କରିପାରିବେ । ଏଥିପାଇଁ ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ ଯେ କେହି ଜଣେ ଆପଣଙ୍କ କଲ୍ ରେକର୍ଡ କରୁଛନ୍ତି କି ନାହିଁ । ଏହାକୁ ଧରିବା ପାଇଁ ଦୁଇଟି ସବୁଠାରୁ ଜବରଦସ୍ତ ଉପାୟ ଅଛି । ଆସନ୍ତୁ ଜାଣିବା…
ଭଏସ୍ ମେସେଜଗୁଡ଼ିକୁ ରେକର୍ଡ କରାଯାଉଛି
ଯେତେବେଳେ ବି ଆପଣଙ୍କର କଲ୍ ରେକର୍ଡ ହୁଏ, ସେବେ ସ୍ମାର୍ଟଫୋନରେ ଏକ ଫିଚର ଇନବିଲ୍ଟ ଅଛି, ଯଦି ଆପଣ ଏହାକୁ ଧ୍ୟାନ ସହିତ ଶୁଣନ୍ତି ତେବେ ଆପଣ ଜାଣିପାରିବେ ଯେ ଆପଣଙ୍କର କଲ୍ ରେକର୍ଡ ହେଉଛି । ପ୍ରକୃତରେ, ଯେତେବେଳେ କେହି ଆପଣଙ୍କ କଲ୍ ରେକର୍ଡିଂରେ ରଖନ୍ତି, ସେତେବେଳେ ଏକ ଭଏସ୍ ମେସେଜ୍ ପଠାଯାଏ । ‘ଦିସ୍ କଲ୍ ମେ ବି ରେକର୍ଡେଡ’ବୋଲି ଏକ ନୋଟ୍ ଆସେ । ଯଦି ଆପଣ ଏହା ଶୁଣୁଛନ୍ତି, ତେବେ ବୁଝିଯାଅ ଯେ ତୁମର କଲ୍ ରେକର୍ଡ ହେଉଛି । ତୁରନ୍ତ ଅନ୍ୟ ବ୍ୟକ୍ତିଙ୍କୁ ପଚାରନ୍ତୁ ଯେ ତୁମେ ମୋତେ ନ କହି କାହିଁକି କଲ୍ ରେକର୍ଡ କରୁଛ ।
ବିପ୍ ଦ୍ୱାରା ମଧ୍ୟ ଜାଣିପାରିବେ:
ରେକର୍ଡିଂ ଆଲର୍ଟର ଭଏସ୍ ନୋଟ୍ ଆସିବା ପୂର୍ବରୁ ଆପଣ ବିପ୍ ମାଧ୍ୟମରେ ଜାଣିପାରିବେ କି କେହି ଆପଣଙ୍କ କଲ୍ ରେକର୍ଡ କରୁଛନ୍ତି । ଯେତେବେଳେ କେହି ଆପଣଙ୍କୁ ଫୋନ୍ କରନ୍ତି ଏବଂ ଆପଣ ଫୋନ୍ ରିସିଭ୍ କରନ୍ତି, ତୁମେ ତୁରନ୍ତ କିଛି ସମୟ ପାଇଁ ବିପର ଶବ୍ଦ ଶୁଣିପାରିବେ । ୨-୩ ସେକେଣ୍ଡ, ଯାହା ସୂଚାଇ ଦିଏ ଯେ ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କ କଲ୍ ରେକର୍ଡ କରୁଛନ୍ତି । ସେହି ଶବ୍ଦଟି ଅନେକ ଥର ଟନ୍-ଟନ୍୍ ଶବ୍ଦ ସହିତ ଶୁଣାଯାଏ ।