Car ର Mileage କମିଯାଇଥିଲେ ଆପଣାନ୍ତୁ ଏହି ଉପାୟ, ପୂର୍ବ ଅପେକ୍ଷା ବଞ୍ଚିବ ଅଧିକ Fuel

ନୂଆଦିଲ୍ଲୀ: ଆଜିକାଲି ଏପରି ଦେଖିବାକୁ ମିଳୁଛି ଯେ, କାର ପ୍ରଥମେ ପ୍ରଥମେ ଯେତିକି ମାଇଲେଜ ଦେଖାଉଛି ତାହା ପୁରୁଣା ହେବା ପରେ କମିଯାଉଛି । ଏଥିରେ ଆପଣଙ୍କୁ ଅଧିକ ପେଟ୍ରୋଲ ଭରିବାକୁ ପଡୁଛି । ଯଦି ଆପଣଙ୍କ କାର ଭଲ ମାଇଲେଜ ଦେଉନି ତେବେ ଏଥିପାଇଁ ଅଧିକ ଚିନ୍ତା ନେବା ଆବଶ୍ୟକ ନୁହେଁ । ଆପଣ କାରର କେବଳ କିଛି ପାର୍ଟସ୍ ଚେଞ୍ଜ କରି ଏହି ସମସ୍ୟାକୁ ଦୂର କରିପାରିବେ ।

-କିଛି ଲୋକେ କାରରୁ ଷ୍ଟକ ଟାୟାର ପରିବର୍ତ୍ତେ ୱାଇଡ ଟାୟାର ଲଗାଉଛନ୍ତି । ଏଥିରେ କାର ପୂର୍ବ ଅପେକ୍ଷା ଅଧିକ ଅଗ୍ରେସିଭ ଏବଂ ସ୍ପୋର୍ଟି ଦେଖାଯିବ । ଏହି କାରଣରୁ କାରର ଇଞ୍ଜିନ ଉପରେ ଅଧିକ ପ୍ରେସର ପଡିଥାଏ କାରଣ ଏହି ଟାୟାର ଭାରି ଅଟେ । ତେଣୁ ଆପଣ ସାଧାରଣ ଟାୟାର ବ୍ୟବହାର କରି ମାଇଲେଜ ବଢାଇପାରିବେ ।

-ଆଜିକାଲି ଦେଖିବାକୁ ମିଳୁଛି ଯେ, ଲୋକେ ନିଜ କାରରେ କାର ସେଫ୍ଟି ଗ୍ରିଲ ଲଗାଉଛନ୍ତି । ଏହା କାରର ଆଗକୁ ଡ୍ୟାମେଜ ଠାରୁ ବଞ୍ଚାଇଥାଏ । ଏହାର ଓଜନ ଅଧିକ ହୋଇଥାଏ । ତେବେ ଏହା ଇଞ୍ଜିନ ଉପରେ ଅଧିକ ପ୍ରେସର ପକାଇଥାଏ ଏବଂ ମାଇଲେଜ ଆପେ ଆପେ କମିଯାଏ । ଏହାକୁ କାରରୁ ହଟାଇ ଆପଣ ମାଇଲେଜ ବଢାଇ ପାରିବେ ।

-ଭଲ ମ୍ୟୁଜିକ ପାଇଁ ଲୋକେ ନିଜ କାରରେ ଆଜିକାଲି ହେଭି ବେସ ଟ୍ୟୁବ ଲଗାଉଛନ୍ତି, ଏହି କାରଣରୁ ଅଧିକ ଓଜନ ବଢିଯାଏ । ଏଥିରେ ଆପଣଙ୍କୁ ଏହାକୁ ବ୍ୟବହାର ନ କରିବା ଆବଶ୍ୟକ ଏବଂ ଏଥିପାଇଁ ଅନ୍ୟ କୌଣସି ବିକଳ୍ପ ବାଛିବାକୁ ପଡିବ ।

Get real time updates directly on you device, subscribe now.