fbpx

ପାର୍ଟନର ରାଗିଥିଲେ ଭୁଲରେ ବି କୁହନ୍ତୁ ନାହିଁ ଏହି କଥା, ନଚେତ୍ ବ୍ରେକ୍‌ଅପ୍‌ ହେବା ନିଶ୍ଚିତ !

ପାର୍ଟନର ରାଗିଥିଲେ ଭୁଲରେ ବି କୁହନ୍ତୁ ନାହିଁ ଏହି କଥା, ନଚେତ୍ ବ୍ରେକ୍‌ଅପ୍‌ ହେବା ନିଶ୍ଚିତ !ଯେଉଁଠାରେ ପ୍ରେମ ଅଛି, ସେଠାରେ କଳହ ବି ଅଛି । ଯେଉଁ ସମ୍ପର୍କରେ ଝଗଡ଼ା, ବାଦ ବିବାଦ ନ ଥାଏ, ତାହା ହୃଦୟରୁ ନୁହେଁ କେବଳ ମନରୁ ବୋଲି କହିପାରିବା। ହେଲେ ଅନେକ ସମୟରେ ପ୍ରେମିକଙ୍କ କିଛି କଥାକୁ ନେଇ ପ୍ରେମିକା ଅତ୍ୟଧିକ ରାଗି ଯାଇଥାନ୍ତି। ଏହାପରେ ପ୍ରେମିକ ତାଙ୍କୁ ବୁଝାଇବାରେ ଲାଗି ପଡ଼ନ୍ତି। ହେଲେ ସେହି ସମୟରେ ନିଜର କଥା ଉପରେ ସଂଯମତା ଲୋଡ଼ା। ନହେଲେ ସମ୍ପର୍କ ତୁଟି ଯିବା ତଥା ବ୍ରେକ୍‌ଅପ୍‌ର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଆସନ୍ତୁ ଜାଣିବା ରାଗିଥିବା ପ୍ରେମିକାଙ୍କୁ କ’ଣ କହିବା ଅନୁଚିତ।

-ସବୁ ବେଳେ ଏମିତି ନାଟକ:
କିଛି ସମ୍ପର୍କରେ ଛୋଟ ଛୋଟ କଥାରେ ଝଗଡ଼ା ହୋଇଯାଏ। ସେହିଭଳି ଶୀଘ୍ର ସେମାନଙ୍କର ମନୋମାଳିନ୍ୟ ଦୂର ମଧ୍ୟ ହୋଇଯାଇଥାଏ। ଏଣୁ ଝଗଡ଼ା ସମୟରେ କେବେହେଲେ ପ୍ରେମିକାଙ୍କୁ ‘ସବୁୁବେଳେ ତୁମର ଏମିତି ନାଟକ’ ବୋଲି କୁହନ୍ତୁ ନାହିଁ। ଏହା ବେଶ ପ୍ରଭାବ ପକାଇବ।

-ତୁମେ ଭଲପାଇବାର ଯୋଗ୍ୟ ନୁହଁ:
ପ୍ରେମିକାଙ୍କ ସହ ଝଗଡ଼ା ବେଳେ ‘ତୁମକୁ ଛୋଟ ଛୋଟ କଥାରେ ଝଗଡ଼ା କରିବାକୁ ଭଲ ଲାଗେ। ତୁମେ ଭଲପାଇବାର ଯୋଗ୍ୟ ନୁହେଁ ବୋଲି ପ୍ରେମିକ କହିଥାନ୍ତି। ହେଲେ କଦାପି ଏଭଳି କଥା ନିଜ ସାଥୀଙ୍କୁ କହିବା ଉଚିତ ନୁହେଁ।

-ରାଗି ଥାଅ, ଯେତେବେଳେ ମନ ହେବ କଥା ହେବ:
ଅନେକ ସମୟରେ ଝଗଡ଼ା ବେଳେ ପ୍ରେମିକା ତାଙ୍କୁ ପ୍ରେମିକ ବୁଝନ୍ତି ବୋଲି ଚାହିଥାନ୍ତି। ଏମିତିରେ ରାଗି ଥାଅ, ଯେତେବେଳେ ମନ ହେବ କଥା ହେବ ବୋଲି କହିବା ଭୁଲ।

-ତୁମଠାରୁ ଭଲ ମୋ ପୂର୍ବତନ ପ୍ରେମିକା ଥିଲା:
ଯଦି ପ୍ରେମିକା ରାଗିଥାନ୍ତି କେବେହେଲେ ‘ତୁମଠାରୁ ଭଲ ମୋ ପୂର୍ବତନ ପ୍ରେମିକା ଥିଲା’ ବୋଲି କୁହନ୍ତୁ ନାହିଁ।

-ମୁଁ ତୁମକୁ ପ୍ରେମ କରି ଭୁଲ କରିଦେଲି:
ଏଭଳି କଥା ପ୍ରେମିକାଙ୍କୁ କେବେହେଲେ କହିବା ଉଚିତ ନୁହେଁ। କାରଣ ପ୍ରେମିକାଙ୍କୁ ଏଭଳି କଥା ଆଘାତ ଦେବ।

Get real time updates directly on you device, subscribe now.