fbpx

ଏଣିକି ମଜୁରି ଡେରି ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୫ ।୧୨(ଓଡିଶା ଭାସ୍କର): ରାଜ୍ୟରେ ବିଭିନ୍ନ ଜୀବିକା ଯୋଜନାର ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ ସରକାରୀ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡା ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ରୋଜଗାର ଅଭାବରୁ ଯେଭଳି ଗୋଟିଏ ବି ପରିବାର କଷ୍ଟ ନପାଏ । ମଜୁରି ଦେବାରେ ବିଳମ୍ବ କଲେ ଏଣିକି କଠୋର କାର୍ଯ୍ୟାନୁଷ୍ଠାନ ହେବ ।’

ସବୁ ଜିଲ୍ଲାରେ ମନରେଗା ଓ ସହରାଞ୍ଚଳ ରୋଜଗାର ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ଯୋଗୁଁ ଗରିବ ଲୋକ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଗରିବ ଲୋକଙ୍କ ବ୍ୟାପକ ନିଯୁକ୍ତି ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ଚଳିତ ଆର୍ଥିକ ବର୍ଷରେ ୨୦ କୋଟି ମାନବ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.