fbpx

ଯଦି ଦଳାଚକଟା ହୋଇ ଥାଆନ୍ତା! ମୁମ୍ବାଇରେ ଏୟାର ଇଣ୍ଡିଆ ଚାକିରୀ ପାଇଁ ୨୫୦୦୦ ଲୋକଙ୍କ ଭିଡ……

ମୁମ୍ବାଇ: ଏୟାର ଇଣ୍ଡିଆ ଏୟାରପୋର୍ଟ ସର୍ଭିସେସର ୱାକ ଇନ ଇଣ୍ଟରବ୍ୟୁ ପାଇଁ ଗତକାଲି ପ୍ରାୟ ୨୫ ହଜାରରୁ ଅଧିକ ଆଶାୟୀ ମୁମ୍ବାଇର କଳିନାରେ ପହଞ୍ଚିଥିଲେ । କମ୍ପାନୀ ବିଭିନ୍ନ ମରାମତି ଓ ରକ୍ଷଣବେକ୍ଷଣ ପାଇଁ ୨୨୧୬ ଟି ପଦରେ ଭର୍ତ୍ତିର ଘୋଷଣା କରିଛି । ସୀମିତ ପଦବୀରେ ଭର୍ତ୍ତି ହେବା ପାଇଁ ନିର୍ବାଚନ ର‌୍ୟାଲି ଭଳି ଆଶାୟୀ ପହଞ୍ଚିଥିଲେ ଭର୍ତ୍ତି କାର୍ଯ୍ୟାଳୟ ବାହାରକୁ । ଫଳରେ ସେଠାରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା ।

ଏଭଳି ଅବ୍ୟବସ୍ଥା ଦେଖି କମ୍ପାନୀ ସେମାନଙ୍କୁ ନିଜର ବାୟୋଡାଟା ବାହାରେ ହିଁ ଛାଡି ଯିବାକୁ ନିବେଦନ କରିଥିଲା । ଚାକିରୀରେ ଶାରୀରିକ କାର୍ଯ୍ୟର ବେଶୀ ଗୁରୁତ୍ୱ ଥିବା ତଥା ୨୦ ହଜାରରୁ ୨୫ ହଜାର ବେତନ ଦିଆଯାଉଥିବା ସତ୍ତ୍ୱେ ଏତେ ଭିଡ ଦେଖିବାକୁ ମିଳିଥିଲା । ଯାହା ଏକ ଦୁଃଖ ଓ ପରିତାପର ବିଷୟ ମଧ୍ୟ । ଏବିଓଶନ ଇଣ୍ଡଷ୍ଟ୍ରି ଏମ୍ଲଇଜ ଗିଲ୍ଡ ମହାସଚିବ ଜର୍ଜ ଆବ୍ରାହମ କହିଛନ୍ତି ଯେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଫଳରେ ସେମାନେ ବାଧ୍ୟ ହୋଇ ପରେ ସେମାନଙ୍କୁ ଡକାଯିବ ବୋଲି ଜଣାଇଥିଲେ ।
ଏହି ଘଟଣା ଚାକିରୀରେ ଥିବା ତୀବ୍ର ପ୍ରତିଦ୍ୱନ୍ଦିତାକୁ ପ୍ରଦର୍ଶିତ କରୁଛି । ତାହାସହ ଭର୍ତ୍ତି କାର୍ଯ୍ୟକ୍ରମ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣା ହାଥରସକୁ ପୁଣିଥରେ ମନେପକାଇ ଦେଇଛି । ଯଦି ଏଠି ସେଭଳି ପରିସ୍ଥିତି ଉପୁଜି ଥାଆନ୍ତା, ତେବେ କିଏ ଦାୟୀ ରହି ଥାଆନ୍ତା!

Get real time updates directly on you device, subscribe now.