fbpx

ହ୍ୱାଟ୍ସଆପ ପ୍ରାଇଭେସି ଉପରେ ଆସିପାରେ ରିସ୍କ : ଆଜି ହିଁ ସୁଧାରି ନିଅନ୍ତୁ ଏହି ସବୁ ଭୁଲ

Advertisement

ହ୍ୱାଟ୍ସଆପ ୟୁଜର ପ୍ରାୟତଃ କରିଥାନ୍ତି ଏମିତି କିଛି ଭୁଲ । ଯାହା ଦ୍ୱାରା ସେମାନଙ୍କ ପ୍ରାଇଭେସି ଉପରେ ସବୁବେଳେ ରିସ୍କ ରହିଥାଏ । ତେଣୁ ସେସବୁ କାର୍ଯ୍ୟରୁ ଆପଣଙ୍କୁ ଦୂରେଇ ରହିବା ଆବଶ୍ୟକ । ନଚେତ ଆପଣଙ୍କ ଆକାଉଣ୍ଟ ହ୍ୟାକ ହେବା ସହିତ ପ୍ରାଇଭେଟ ଚାଟ ମଧ୍ୟ ଅନ୍ୟ ବ୍ୟକ୍ତିମାନେ ପଢିପାରନ୍ତି । ହ୍ୱାଟ୍ସଆପ ବ୍ୟବହାର କରିବା ପାଇଁ କୌଣସି ଥାର୍ଡ ପାର୍ଟି ଆପ୍ସର ଆବଶ୍ୟକତା ନାହିଁ । ଗୁଗଲ ପ୍ଲେ ଷ୍ଟୋର ଏବଂ ବିଭିନ୍ନ ୱେବସାଇଟରେ ମଧ୍ୟ ଏପରି କିଛି ଆପ୍ସ ଉପଲବ୍ଧ ରହିଛି । କିଛି ନୂଆ ଫିଚର୍ସ ନାଁରେ ଆପଣଙ୍କ ପ୍ରାଇଭେସୀକୁ କ୍ଷତି ପହଞ୍ଚାଇଥାନ୍ତି । ଯାହାଦ୍ୱାରା ଅପାଣଙ୍କ ଆକାଉଣ୍ଟ ହ୍ୟାକ ହୋଇ ପାରିବ ନଚେତ କମ୍ପାନୀ ସବୁଦିନ ପାଇଁ ଆପଣଙ୍କୁ ବ୍ଲକ ମଧ୍ୟ କରିପାରେ ।

Whatsapp Web Not Working: 5 Way to Fix It - Dignited

ଏହା ବ୍ୟତୀତ ଯଦି ଆପଣ whatsapp web ବ୍ୟବହାର କରୁଛନ୍ତି କିମ୍ବା ବିନା ଅନଲକ କରି କାହାକୁ ଦେଉଛନ୍ତି, ତେବେ ସାବଧାନ ହୋଇ ଯାଆନ୍ତୁ । ଏହାକୁ ବ୍ୟବହାର କରିବା ପାଇଁ QR କୋଡ ସ୍କାନ କରିବାକୁ ପଡିଥାଏ । ତେବେ ଏମିତି ଅନେକ ଘଟଣା ଦେଖାଯାଇଛି ଯେଉଁଥିରେ ତୃତୀୟ ବ୍ୟକ୍ତି ଆପଣଙ୍କ ଚାଟ ପଢିପାରନ୍ତି । ଆପଣଙ୍କୁ ଅନ୍ୟମନସ୍କ କରି ଆପଣଙ୍କ QR କୋଡକୁ ନିଜ ୱେବ ବ୍ରାଉଜରରେ ସ୍କାନ କରି ନିଅନ୍ତି କିଛି ଲୋକ । ଷ୍ଟୋରରେ କିଛି ଏମିତି ଆପ୍ସ ମଧ୍ୟ ରହିଛି ଯାହା QR କୋଡ ସ୍କାନ କରି ସମସ୍ତ ଚାଟ ସେଥିରେ ଲୋଡ କରି ନେଇଥାଏ । ଯାହା ଆପଣ ଜାଣିବା ଦୂରର କଥା ସନ୍ଦେହ ବି କରି ପାରିବେନି । whatsapp web ଭଳି ଏଥିରେ ମଧ୍ୟ QR କୋଡ ସ୍କାନ କରି ବ୍ୟବହାର କରାଯାଇଥାଏ ।

whatsapp web for iphone - Online Discount Shop for Electronics, Apparel, Toys, Books, Games, Computers, Shoes, Jewelry, Watches, Baby Products, Sports & Outdoors, Office Products, Bed & Bath, Furniture, Tools, Hardware, Automotive

ତେବେ ଆପଣ ଏହାର ଶିକାର ହେଉଛନ୍ତି କି ନାହିଁ ଆପଣ ଜାଣିପାରିବେ । whatsapp web ସେକ୍ସନରେ “ସେଶନ୍ସ’ ଦେଖିବାକୁ ମିଳିବ । ଯଦି ଏହି ଅପ୍ସନ ଆପଣ ପାଉ ନାହାନ୍ତି ତେବେ ଆପଣଙ୍କ ଆକାଉଣ୍ଟ ଠିକ ଏବଂ ସୁରକ୍ଷିତ ରହିଛି । କିନ୍ତୁ ଯଦି ଆପଣଙ୍କୁ ଏହି ସେଶନ ଦେଖିବାକୁ ମିଳେ, ତେବେ ଏହା ଅପଣଙ୍କର ବୋଲି ପ୍ରଥମେ ନିଶ୍ଚିତ ହୋଇ ଯାଆନ୍ତୁ । ଅନେକ ସମୟରେ ସେଶନ ଏଣ୍ଡ ନ କରି ଭୁଲି ଯାଆନ୍ତି ୟୁଜର । ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ସେଶନ ଏଠାରେ ରହିଥାଏ ଏବଂ କେହିବି ଏହାକୁ ବ୍ୟବହାର କରିପାରେ । ତେଣୁ ଆପଣ ନିଜେ ଏହି ସେଶନକୁ ବନ୍ଦ କରନ୍ତୁ ।

Get real time updates directly on you device, subscribe now.