fbpx

ମୋଜା ପିନ୍ଧୁଥିଲେ ଆପଣାନ୍ତୁ ଏହି ଟିପ୍ସ୍‌… ପାଦରୁ ଦୂରେଇ ଯିବ ଦୁର୍ଗନ୍ଧ

Advertisement

ଓଡ଼ିଶା ଭାସ୍କର: ଶୀତ ଦିନ ହେଉ ଅବା ଗ୍ରୀଷ୍ମ ଦିନ ପାଦକୁ ଥଣ୍ଡା ଏବଂ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ସମସ୍ତେ ମୋଜା ପିନ୍ଧିଥାନ୍ତି । ସାଧାରଣତଃ ଆମେ ଅଫିସ ଯିବା କିମ୍ବା କେଉଁଠି ଯାତ୍ରା କରିବା ସମୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମୋଜା ପିନ୍ଧିଥାଉ । ଫଳରେ ପାଦରେ ଥିବା ସ୍ୱେଟ୍ ଗ୍ଲାଣ୍ଡ୍ ଝାଳ ଉତ୍ପନ୍ନ କରିଥାଏ ଏବଂ ବ୍ୟାକ୍ଟେରିଆ କାରଣରୁ ଦୁର୍ଗନ୍ଧ ହୋଇଥାଏ । ଅଧିକାଂଶ ସମୟରେ ଏହା ଅନ୍ୟମାନଙ୍କ ପାଇଁ ଅସୁବିଧାର କାରଣ ପାଲଟିଥାଏ । ତେବେ ଆସନ୍ତୁ ଜାଣିବା ମୋଜା ପିନ୍ଧିବା କାରଣରୁ ପାଦରୁ ଦୁଗନ୍ଧକୁ କିପରି ଏଡ଼ାଇ ପାରିବା:

୧. ଲୁଣ ପାଣି: ଯଦି ମୋଜା ପିନ୍ଧିବା କାରଣରୁ ଆପଣଙ୍କ ପାଦରୁ ଦୁର୍ଗନ୍ଧ ବାହାରୁଥାଏ ତେବେ ଉଷୁମ ପାଣି ଭରା ଗୋଟିଏ ପାତ୍ରରେ ୨-୩ ବଡ଼ ଚାମଚ ଲୁଣ ମିଶାଇ ସେଥିରେ ୨୦ ମିନିଟ ପର୍ଯ୍ୟନ୍ତ ପାଦ ବୁଡ଼ାଇ ରଖନ୍ତୁ । ଏହି ପ୍ରକ୍ରିୟାକୁ ସପ୍ତାହରେ ୩-୪ ଥର କରନ୍ତୁ ।

୨. ଫିଟକିରି: ଫିଟକିରିରେ ଆଣ୍ଟିସେପ୍ଟିକ ଗୁଣ ରହିଛି ଯାହା ବ୍ୟାକ୍ଟେରିଆର ବୃଦ୍ଧିକୁ ଅଟକାଇଥାଏ । ଉଷୁମ ପାଣିରେ ଗୋଟିଏ ବଡ଼ ଚାମଚ ଫିଟକିରୀର ପାଉଡ଼ର ମିଶାଇ ସେହି ପାଣିରେ ପାଦ ଧୁଅନ୍ତୁ । ନିୟମିତ ବ୍ୟବଧାନରେ ଏହି ଉପାୟ ପ୍ରଭାବି ହୋଇଥାଏ ।

୩. ଗୋଲାପ ଜଳ: ତ୍ୱଚା ପାଇଁ ଗୋଲାପ ଜଳ ଉତ୍ତମ ଅଟେ । ମୋଜା ପିନ୍ଧିବା ପୂର୍ବରୁ ପାଦରେ କିଛି ବୁନ୍ଦା ଗୋଲାପ ଜଳ ଛିଞ୍ଚି ଦିଅନ୍ତୁ ନଚେତ ଏକ ବଡ଼ ପାତ୍ରରେ ଗୋଲାପ ଜଳରେ କିଛି ସମୟ ପାଇଁ ପାଦ ବୁଡ଼ାଇ ରଖନ୍ତୁ ।

୪. ଲାଭେଣ୍ଡର ତେଲ: ଲାଭେଣ୍ଡର ତେଲ ପ୍ରାକୃତିକ ଏବଂ ସୁବାଷିତ ଅଟେ । ଏହି ତେଲରେ ଆଣ୍ଟିଫଙ୍ଗାଲ ଗୁଣ ରହିଛି ଯାହା ଦୁର୍ଗନ୍ଧରୁ ମୁକ୍ତି ଦେଇଥାଏ । ଗୋଟିଏ ପାତ୍ରରେ କିଛି ଉଷୁମ ଜଳରେ କେଇ ବୁନ୍ଦା ଲାଭେଣ୍ଡର ତେଲ ମିଶାଇ ସେଥିରେ କିଛି ସମୟ ପର୍ଯ୍ୟନ୍ତି ପାଦ ବୁଡ଼ାଇ ରଖନ୍ତୁ ।

 

Get real time updates directly on you device, subscribe now.