ସ୍ତ୍ରୀଙ୍କ ନାମରେ ନିବେଶ କରନ୍ତୁ ୨ ଲକ୍ଷ, ମିଳିବ ଜବରଦସ୍ତ ସୁଧ

MSSC ସ୍କିମରେ ବର୍ତ୍ତମାନ ୭.୫ ପ୍ରତିଶତର ଜବରଦସ୍ତ ସୁଧ ମିଳୁଛି।

ନୂଆଦିଲ୍ଲୀ: ମହିଳା ସମ୍ମାନ ସେଭିଙ୍ଗସ ସାର୍ଟିଫିକେଟ ଅର୍ଥାତ MSSC ଏକ ସରକାରୀ ସଞ୍ଚୟ ଯୋଜନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସ୍କିମକୁ ୨୦୨୩ ବର୍ଷ ଆରମ୍ଭ କରିଥିଲେ।

ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଜାରି କରାଯାଇଥିବା ବଜେଟରେ ଅର୍ଥ ମନ୍ତ୍ରୀ ଏହି ସ୍କିମର ଘୋଷଣା କରିଥିଲେ, ଏହାପରେ ଏହି ଯୋଜନାକୁ ଲଞ୍ଚ କରାଯାଇଥିଲା।

ଚଳିତ ବର୍ଷ ଏହି ସ୍କିମ ବନ୍ଦ ହୋଇଯିବ। ଏମଏସଏସସି ଅନୁଯାୟୀ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଖାତା ଖୋଲାଯାଇପାରିବ। ୧ ଏପ୍ରିଲ ୨୦୨୫ରୁ ଏହି ସ୍କିମରେ ଖାତା ଖୋଲିପାରିବେ ନାହିଁ। ଏହି ସରକାରୀ ସ୍କିମ ମାତ୍ର ୨ ବର୍ଷରେ ମାଚ୍ୟୁରିଟି ହୋଇଯିବ।

ଏହି ସ୍କିମରେ ଆପଣ ମାତ୍ର ୧ ହଜାର ଟଙ୍କାରେ ଖାତା ଖୋଲିପାରିବେ। ଏମଏସଏସସିରେ ସର୍ବାଧିକ ୨ ଲକ୍ଷ ଟଙ୍କା ଜମା କରିପାରିବେ। ଏଥିରେ ନାବାଳିକା ଝିଅମାନେ ବି ଖାତା ଖୋଲିପାରିବେ। ଯଦି ଆପଣ ପୁରୁଷ ତେବେ ନିଜ ସ୍ତ୍ରୀ, ଝିଅ, ମାଆ-ଭଉଣୀଙ୍କ ନାମରେ ମଧ୍ୟ ଏହି ଖାତା ଖୋଲିପାରିବେ।

୨ ଲକ୍ଷ ଜମା କଲେ କେତେ ପାଇବେ ସୁଧ: ଯଦି ଆପଣ ଏହି ଯୋଜନାରେ ୨ ଲକ୍ଷ ଟଙ୍କା ଜମା କରନ୍ତି ତେବେ ଆପଣଙ୍କୁ ମାଚ୍ୟୁରିଟି ଉପରେ ସମୁଦାୟ ୨ ଲକ୍ଷ ୩୧ ହଜାର ୪୪ ଟଙ୍କା ମିଳିବ।

ଏଥିରେ ଆପଣଙ୍କୁ ୩୨ ହଜାର ୪୪ ଟଙ୍କା ମିଳିବ। ୨ ଲକ୍ଷ ଜମା କରିବା ପରେ ଆପଣଙ୍କୁ ଗ୍ୟାରେଣ୍ଟି ସହ ୩୨ ଗହାର ୪୪ ଟଙ୍କାର ଫିକ୍ସ ସୁଧ ମିଳିବ। ଏମଏସଏସସିରେ ନିବେଶ କରିବା ସଂପୂର୍ଣ୍ଣ ଭାବେ ସୁରକ୍ଷିତ।