ପୋଷ୍ଟ ଅଫିସର RD ସ୍କିମରେ ମାସିକ ୨,୬୦୦ ଟଙ୍କା ଜମା କରନ୍ତୁ, ୬୦ ମାସ ପରେ ପାଇବେ ଏତିକି ଫଣ୍ଡ
ପୋଷ୍ଟ ଅଫିସର ଆରଡିରେ ଜମା କରନ୍ତୁ ମାସିକ ୨,୬୦୦ ଟଙ୍କା, ପାଇବେ ଏତିକି ସୁଧ
ନୂଆଦିଲ୍ଲୀ: ବ୍ୟାଙ୍କ ଭଳି ଆପଣ ପୋଷ୍ଟ ଅଫିସରେ ମଧ୍ୟ ଆରଡି ଖାତା ଖୋଲିପାରିବେ। ପୋଷ୍ଟ ଅଫିସର ଆରଡି ଖାତାରେ ଜମା କରିବାର କୌଣସି ଲିମିଟ୍ ନାହିଁ। ପୋଷ୍ଟ ଅଫିସ ନିଜ ଗ୍ରାହକଙ୍କୁ ଆରଡି ଖାତାରେ ୬.୭ ପ୍ରତିଶତର ସୁଧ ଅଫର କରୁଛି।
ପୋଷ୍ଟ ଅଫିସର ଆରଡି ଖାତାରେ ୬୦ ମାସର ଅର୍ଥାତ ୫ ବର୍ଷରେ ମାଚ୍ୟୁର ହୋଇଥାଏ। ତେବେ ଏହାର ଆରଡି ସ୍କିମରେ ପ୍ରତି ମାସରେ ଯଦି ଆପଣ ୨,୬୦୦ ଟଙ୍କା ଜମା କରୁଛନ୍ତି ତେବେ ଏହା ୬୦ ମାସ ପରେ ସମୁଦାୟ ୧,୮୫,୫୫୬ ଟଙ୍କା ମିଳିବ।
ମାସିକ ୨,୬୦୦ ଟଙ୍କା ଡିପୋଜିଟ୍ କଲେ ଆପଣଙ୍କର ୬୦ ମାସରେ ସମୁଦାୟ ମୂଳ ୧,୫୬,୦୦୦ ଟଙ୍କା ହେଉଛି। ଏଥିରେ ଆପଣଙ୍କୁ ସୁଧ ୨୯,୫୫୬ ଟଙ୍କା ମିଳିବ। ତେବେ ବିଳମ୍ବ ନ କରି ଏହି ଟଙ୍କାକୁ ପୋଷ୍ଟ ଅଫିସରେ ନେଇ ଡିପୋଜିଟ କରନ୍ତୁ।