ବାବା ରାମଦେବଙ୍କ ପାଖରୁ ଟିପ୍ସ ନିଅନ୍ତୁ, ୨୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତୁ

ଜଣେ ବ୍ୟକ୍ତିର ବୟସ ସୀମା ୧୦୦ ବର୍ଷ ନୁହେଁ, ବରଂ ୧୫୦ ରୁ ୨୦୦ ବର୍ଷ।

ନୂଆଦିଲ୍ଲୀ: ‘କାଣ୍ଟା ଲଗା ଗାର୍ଲ’ ଶେଫାଲି ଜରିଓ୍ୱାଲାଙ୍କର ୪୨ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହେଲା। ସୁସ୍ଥ ଏବଂ ଫିଟ୍ ଦେଖାଯାଉଥିବା ଶେଫାଲିଙ୍କ ହଠାତ୍ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଦେଲା।

ଏପରି ପରିସ୍ଥିତିରେ ଲୋକମାନେ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ଚିନ୍ତା କରିବା ଆରମ୍ଭ କଲେ। ଶେଫାଲିଙ୍କ ବିଷୟରେ ଖବରରେ କୁହାଯାଇଛି କି, ସେ ଆଣ୍ଟି-ଏଜିଙ୍ଗ୍ ଚିକିତ୍ସା କରୁଥିଲେ, ଯେଉଁଥିରେ ସେ ଅନେକ ପ୍ରକାରର ଔଷଧ ଏବଂ ଇଞ୍ଜେକ୍ସନ ନେଉଥିଲେ।

ଯଦି ଆମେ ଟିକେ ଫଛକୁ ଫେରି ଦେଖିବା ସିର୍ଦ୍ଧାର୍ଥ ଶୁକ୍ଲାଙ୍କର ମଧ୍ୟ ହୃଦଘାତରେ ମୃତ୍ୟୁ ହୋଇଥିଲା। ତାଙ୍କର ବୟସ ମଧ୍ୟ ୪୦ ବର୍ଷ ଥିଲା। ଏହା ପୂର୍ବରୁ ମଧ୍ୟ ଅନେକ ଅଭିନେତା କମ୍ ବୟସରେ ହୃଦଘାତ ଯୋଗୁଁ ଦୁନିଆ ଛାଡି ସାରିଛନ୍ତି।

ଯୁବକମାନଙ୍କୁ କାହିଁକି ହୃଦଘାତ ହେଉଛି? ଏ ବିଷୟରେ ଏକ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଯୋଗ ଗୁରୁ ବାବା ରାମଦେବ ବଡ଼ କଥା କହିଛନ୍ତି।

କମ ବୟସରେ ହୃଦଘାତ କାହିଁକି ଘଟୁଛି: ବାବା ରାମଦେବ କହିଥିଲେ ଯେ ଲୋକମାନେ ବାହାରୁ ଭଲ ଦେଖାଯିବା ପାଇଁ ନିଜକୁ ଭିତରୁ ନଷ୍ଟ କରିଦେଉଛନ୍ତି।

ବାବା କହିଥିଲେ ଭଲ ଦେଖାଯିବା ଏବଂ ଭଲ ହେବା ମଧ୍ୟରେ ବୋହୁତ ପାର୍ଥକ୍ୟ ରହିଛି। ଜଣେ ବ୍ୟକ୍ତି ବାହାରୁ ନୁହଁ ବରଂ ଭିତରୁ ଶକ୍ତିଶାଳୀ ହେବା ଉଚିତ୍। ଏହି କାରଣରୁ ଲୋକମାନେ ହୃଦଘାତରେ ମୃତ୍ୟୁବରଣ କରୁଛନ୍ତି।

କମ୍ ଜିନିଷରେ ସନ୍ତୁଷ୍ଟ ରୁହ: ଯୋଗଗୁରୁ କହିଛନ୍ତି ଯେ, ଜୀବନଚକ୍ରକୁ ଧୀର କରାଯାଇପାରିବ। ଏଥିପାଇଁ ଜଣେ ବ୍ୟକ୍ତିକୁ କମ୍ ଜିନିଷରେ ସନ୍ତୁଷ୍ଟ ରହିବାକୁ ପଡ଼ିବ।

ଅର୍ଥାତ୍ ମନ ଉପରେ ବେଶି ଚାପ ପକାଇବେ ନାହିଁ।  ଭଲ ଖାଦ୍ୟ ଖାଇବାକୁ ପଡ଼ିବ। ଏହା ସହିତ, ସେ କହିଛନ୍ତି ଯେ ପୁଷ୍ଟିକର ଖାଦ୍ୟ ଶରୀରକୁ ସୁସ୍ଥ ରଖେ ଏବଂ ଭଲ ଚିନ୍ତାଧାରା ମନକୁ ସୁସ୍ଥ ରଖେ। ଯାହା ସୁସ୍ଥ ରହିବା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।

ସେ ଆହୁରି ବ୍ୟାଖ୍ୟା କରିଛନ୍ତି ଯେ ଜଣେ ବ୍ୟକ୍ତି ଭାବପ୍ରବଣ, ସାମାଜିକ ଏବଂ ରାଜନୈତିକ ଚିନ୍ତାଧାରା ଦ୍ୱାରା ମଧ୍ୟ ପ୍ରଭାବିତ ହୁଏ, ଯାହା ତାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ।

ଜଣେ ବ୍ୟକ୍ତି ୧୫୦ ରୁ ୨୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ: ଯେତେବେଳେ ବାବାଙ୍କୁ ପଚରାଗଲା ଯେ କେହି ପ୍ରକୃତିକୁ ପରାସ୍ତ କରିପାରିବେ କି? ଆଉ ଉତ୍ତରରେ ଯୋଗଗୁରୁ କହିଥିଲେ ଯେ ଯଦି ଜଣେ ବ୍ୟକ୍ତି ମୂଳ ଡିଏନଏ ସହିତ ଜଡିତ ରହିବେ, ତେବେ ସେ ସୁସ୍ଥ ରହିବେ।

ନହେଲେ ସେ ରୋଗରେ ଘେରି ରହିବେ। ଏହା ପରେ, ବାବା ରାମଦେବ ଜଣେ ବ୍ୟକ୍ତିଙ୍କ ବୟସ ବିଷୟରେ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କ ପ୍ରାକୃତିକ ବୟସ ୧୦୦ ବର୍ଷ ନୁହେଁ, ବରଂ ୧୫୦ରୁ୨୦୦ ବର୍ଷ।

ଯଦି ଜଣେ ବ୍ୟକ୍ତି ସନ୍ତୁଳିତ ଏବଂ ପୁଷ୍ଟିକର ଖାଦ୍ୟ ଗ୍ରହଣ କରନ୍ତି, ତେବେ ସେ ଏହି ବୟସ ପର୍ଯ୍ୟନ୍ତ ବଞ୍ଚିପାରିବେ। ସେ କହିଥିଲେ ଯେ ଲୋକମାନେ ୨୫ ବର୍ଷ ବୟସରେ ୧୦୦ ବର୍ଷର ବୃଦ୍ଧ ପରି ଅଧିକ ଖାଦ୍ୟ ଖାଉଛନ୍ତି ଏବଂ ଏହା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଉଛି।

ବୟସ ଚକ୍ରରେ ଜଣେ ବ୍ୟକ୍ତି କ’ଣ ଖାଇବେ ଏବଂ କ’ଣ ଖାଇବେ ନାହିଁ ସେ ବିଷୟରେ ଚିନ୍ତା କରିବା ଉଚିତ। ଶେଷରେ ସେ କହିଥିଲେ ଯେ ଜଣେ ବ୍ୟକ୍ତିକୁ ନିଜ ସ୍ୱାସ୍ଥ୍ୟ ଅନୁସାରେ କ’ଣ ଖାଇବେ ଏବଂ କ’ଣ ଖାଇବେ ନାହିଁ ସେ ବିଷୟରେ ନିଜେ ଚିନ୍ତା କରିବାକୁ ପଡିବ।