ଓଡ଼ିଶା ଭାସ୍କର:ବାସନ ଧୋଇବା ସମୟରେ କିଛି ଲୋକ ହାଇଜିନ୍ ଉପରେ ଧ୍ୟାନ ଦେଇ ନ ଥାନ୍ତି । ଯଦି ଠିକ୍ ଭାବରେ ବାସନ ଧୁଆ ଯାଇ ନ ଥାଏ ତେବେ ସେଥିରେ ପରସା ଯାଇଥିବା ଖାଦ୍ୟ ଖରାପ ହୋଇପାରେ । ଏପରି ବାସନରେ ରଖାଯାଇଥିବା ଖାଦ୍ୟରୁ ବାସ୍ନା ଆସିପାରେ । ଏହା ସହିତ ଏଥିରେ କ୍ଷତିକାରକ ବ୍ୟାକ୍ଟେରିଆ ରହିଥାଇପାରେ । ବାସନ ଧୋଇବା ସମୟରେ ଆପଣମାନେ କରୁଥିବା ୫ ଭୁଲ୍ ବିଷୟରେ ଜାଣି ନିଅନ୍ତୁ ।
୧-ଯଦି ଆପଣ ବାସନ ଧୋଇବା ସମୟରେ ଗରମ ପାଣିର ବ୍ୟବହାର କରୁଛନ୍ତି ତେବେ ଆଗକୁ ଏପରି କରନ୍ତୁ ନାହିଁ । ଗରମ ପାଣିରେ ଆପଣ ବାସନରୁ ତେଲ ଚିକ୍କଣ ତ ଛଡାଇ ପାରିବେ । କିନ୍ତୁ ଏହା ହାତ ପାଇଁ ଠିକ୍ ନୁହେଁ । ଏଥିରେ ହାତ ଡ୍ରାଏ ହୋଇଯାଏ ।
୨-ବହୁ ଲୋକ ବାସନ ଧୋଇବା ସମୟରେ ଅଧିକ ମାତ୍ରାରେ ସାବୁନ ବ୍ୟବହାର କରିଥାନ୍ତି । ଫଳରେ ଏମାନଙ୍କୁ ଧୋଇବା ସମୟରେ ସମସ୍ୟା ହୋଇଥାଏ । ଯଦି ସାବୁନର କିଛି ଅଂଶ ବାସନରେ ରହିଯାଏ ତେବେ ଖାଦ୍ୟର ସ୍ୱାଦ ବି ବଦଳିଯାଏ ।
୩-ବହୁ ଲୋକ ବାସନ ଧୋଇବା ସମୟରେ ସେହି ଖରାପ ସ୍ପଞ୍ଜକୁ ବାରମ୍ବାର ବ୍ୟବହାର କରିଥାନ୍ତି । ଏହାଦ୍ୱାରା ବାସନରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାନ୍ତି ।
୪-ବାସନ ଧୋଇବା ପୂର୍ବରୁ ଯଦି ଆପଣ ସିଙ୍କକୁ ଠିକ୍ ଭାବରେ ସଫା କରିବେ ନାହିଁ ତେବେ ବାସନରେ ବ୍ୟାକ୍ଟେରିଆ ସୃଷ୍ଟି ହେବେ ।
୫-ବାସନ ଧୋଇବା ପରେ ଏହାକୁ ଠିକ୍ ଭାବରେ ନ ଶୁଖାଇଲେ ଏଥିରେ ସହଜରେ ବ୍ୟାକ୍ଟେରିଆ ଜନ୍ମ ହୋଇଥାନ୍ତି ।