fbpx

ଏହି ସବୁ ଜିନିଷ ଦାନ କଲେ ହୋଇଯିବେ କାଙ୍ଗାଳ

ଦରିଦ୍ର ବ୍ୟକ୍ତିଙ୍କ ସହାୟତା କରିବା ବା ଦାନ କରିବା ମନୁଷ୍ୟର ପ୍ରଥମ କର୍ତ୍ତବ୍ୟ ବୋଲି କୁହାଯାଏ। ଦାନଠାରୁ ବଳି ପୂଣ୍ୟ ନାହିଁ। ଦାନ ଦ୍ୱାରା ମାନସିକ ଶାନ୍ତି ମିଳେ। ଏହାଦ୍ୱାରା ଧନ ବଢ଼େ ବୋଲି ମାନ୍ୟତା ରହିଛି। ହେଲେ କିଛି ଜିନିଷ ଏପରି ଅଛି ଯାହାକୁ ଦାନ କରିବା ଅଶୁଭ। ଏପରି କଲେ ଦରିଦ୍ରତା ଆସିଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ:

ଝାଡ଼ୁ: ହିନ୍ଦୁ ଧର୍ମ ଅନୁସାରେ ଝାଡ଼ୁ ଘରର ଦରିଦ୍ରତା ଦୂର କରିଥାଏ। ଏଥିଯୋଗୁ ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ। ହେଲେ ଝାଡ଼ୁକୁ ଦାନ କରିବା ଅଶୁଭ। ଏହି କାରଣରୁ ଧନତେରସରେ ଅନ୍ୟ ବସ୍ତୁ ସହ ଲୋକ ଝାଡ଼ୁ କିଣିଥାନ୍ତି। ଏହାଦ୍ୱାରା ଘରେ ଧନସମ୍ପଦ ବୃଦ୍ଧି ପାଏ ବୋଲି ମାନ୍ୟତା ରହିଛି। ଝାଡ଼ୁ ଦାନ କଲେ ଘରୁ ଲକ୍ଷ୍ମୀ ଚାଲିଯାଇଥାନ୍ତି।

ପ୍ଲାଷ୍ଟିକ ବସ୍ତୁର କରନ୍ତୁ ନାହିଁ ଦାନ: ଆଜିକାଲି ସମସ୍ତଙ୍କ ଘରେ ପ୍ଲାଷ୍ଟିକର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ହେଲେ ଏହାକୁ କେବେହେଲେ ଦାନରେ ଦିଅନ୍ତୁ ନାହିଁ। ଏପରି କଲେ ଘରର ଶାନ୍ତି ଚାଲି ଯାଇଥାଏ। ଧନହାନୀ ମଧ୍ୟ ହୋଇଥାଏ।

ବାସୀ ଜିନିଷ କାହାକୁ ଦାନରେ ଦିଅନ୍ତୁ ନାହିଁ: ଅନେକ ଥର ଲୋକ ଦାନରେ ବାସୀ ଭୋଜନ ଦେଇଥାନ୍ତି। ଏହା କରିବା ଅଶୁଭ। ଏହାଦ୍ୱାରା ଲକ୍ଷ୍ମୀ ଏବଂ ଦେବୀ ଅନ୍ନପୂର୍ଣ୍ଣା ରାଗି ଯାଇଥାନ୍ତି।

ଷ୍ଟିଲ ବାସନ ଦାନ କରନ୍ତୁ ନାହିଁ: ଦାନରେ ଘରେ ରଖାଯାଇଥିବା ଷ୍ଟିଲ ବାସନ ଦିଅନ୍ତୁ ନାହିଁ। ଏପରି କଲେ ଧନ ହାନି ହୋଇଥାଏ। ଷ୍ଟିଲ ବାସନ ଦାନ କଲେ ଘରେ ଶାନ୍ତି କ୍ଷୂର୍ଣ୍ଣ ହୁଏ ବୋଲି ମାନ୍ୟତା ରହିଛି।

ଲକ୍ଷ୍ମୀ ଫଟୋ କେବେହେଲେ ଦାନ କରନ୍ତୁ ନାହିଁ: ବହୁତ ଲୋକ ଲକ୍ଷ୍ମୀ ପ୍ରତିମା ଅଙ୍କିତ ଥିବା ରୂପା ମୁଦ୍ରା ଦାନରେ ଦେଇଥାନ୍ତି। ଏପରି କଲେ ଘରେ ଦରିଦ୍ରତା ଆସିଥାଏ। ଏହାଛଡ଼ା ଫଟୋ ଏବଂ ଲକ୍ଷ୍ମୀ ଥିବା ଅନ୍ୟ ସାମଗ୍ରୀ ମଧ୍ୟ ଦାନ କରନ୍ତୁ ନାହିଁ।

Get real time updates directly on you device, subscribe now.