fbpx

ହେଲମେଟ୍ ନ ପିନ୍ଧିଲେ ଆଉ ତ୍ରାହି ନାହିଁ, ନିୟମ ଉଲଙ୍ଘନ଼କାରୀଙ୍କ ଫଟୋ ଉଠାଇ ପଠାଇବେ ଜନସାଧାରଣ

Advertisement

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ହ୍ରାସ ପାଉଛି । ସରକାର ଏଥିରେ ନିୟନ୍ତ୍ରଣ ଆଣିବା ଲାଗି ଉଭୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତିଙ୍କ ଲାଗି ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ନିୟମ ଉଲଙ୍ଘନକାରୀଙ୍କ ଠାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମୋଟା ରକମର ଜୋରିମାନା ବି ଆଦାୟ କରୁଛି । ତଥାପି ଅମାନିଆଙ୍କୁ ସାବାଡ କରାଯାଇ ପାରୁ ନାହିଁ । ଏହାକୁ ଦୃଷ୍ଟିରେ ରଖି ସରକାର ପୁଣି ଏକ ନୂଆ ପ୍ଲାନ ପ୍ରସ୍ତୁତ କରୁଛନ୍ତି ।

ଏଣିକି ଅମାନିଆଙ୍କୁ ପୋଲିସ ନୁହେଁ ଜନସାଧାରଣ ହିଁ ଜଗିବେ । ଅର୍ଥାତ୍ ଏଣିକି ଯେଉଁମାନେ ହେଲ୍ମେଟ୍ ନ ପିନ୍ଧିବେ ସେମାନଙ୍କୁ ଆଉ ତ୍ରାହି ମିଳିବ ନାହିଁ । କାରଣ ଏବେ ଜନସାଧାରଣ ଫଟୋ ଉଠାଇ ନିୟମ ଉଲଙ୍ଘନକାରୀଙ୍କ ଫଟୋ ସିଟିଜେନ ସେଣ୍ଟିନେଲସ ପୋର୍ଟାଲକୁ ପଠାଇବେ ।

ତେବେ ଫଟୋ କିମ୍ବା ଭିଡିଓରେ ନମ୍ବର ପ୍ଲେଟ୍ ସ୍ପଷ୍ଟ ଭାବେ ଦେଖାଯିବା ଜରୁରୀ । ନିୟମ ଉଲଙ୍ଘନ଼କାରୀଙ୍କ ଠାରୁ ମୋଟା ଆକାରରେ ଜୋରିମାନା ଆଦାୟ କରିବ ପରିବହନ ବିଭାଗ । ଅନ୍ୟପକ୍ଷରେ ଫଟୋ ଉଠାଇଥିବା ଲୋକଙ୍କ ପରିଚୟ ଗୁପ୍ତ ରଖିବ ପରିବହନ ବିଭାଗ ।

 

Get real time updates directly on you device, subscribe now.