ପ୍ରତିଦିନ ଗୋଟିଏ କଞ୍ଚା ଅଁଳା ଖାଆନ୍ତୁ, ଆଉ ଶରୀରର ଏହିସବୁ ସମସ୍ୟା ଦୂର କରନ୍ତୁ
ଗୋଟିଏ କଞ୍ଚା ଅଁଳା ଶରୀରକୁ ଦେଇଥାଏ ଅନେକ ଫାଇଦା।
ଓଡ଼ିଶାଭାସ୍କର: ଅଁଳା ଶରୀର ପାଇଁ ବୋହୁତ ଉପଯୋଗୀ ଏକଥା ସମସ୍ତେ ପ୍ରାୟ ଜାଣିଛନ୍ତି। ଏହା ଶରୀରକୁ ଅନେକ ଲାଭ ଦେଇଥାଏ। ଆପଣ ଏହାକୁ କଞ୍ଚା, ଶୁଖିଲା କିମ୍ୱା ପାଉଡର୍ କରି ଖାଇପାରିବେ। ଏହାଛଡ଼ା ପନିପରିବା ଭାବରେ ମଧ୍ୟ ବ୍ୟବହାର କରିପାରିବେ। କଞ୍ଚା ଅଁଳା ସବୁଠାରୁ ଲାଭଦାୟକ ପ୍ରମାଣିତ ହୁଏ।
ପ୍ରତିଦିନ ଗୋଟିଏ କଞ୍ଚା ଅଁଳା ଖାଇବା ଦ୍ୱାରା ଶରୀରକୁ ଭିଟାମିନ୍ ସି ମିଳିଥାଏ। ଅଁଳାରେ ସର୍ବାଧିକ ପରିମାଣର ଭିଟାମିନ୍ ସି ଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ। ଅଁଳାକୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ମଧ୍ୟ କୁହାଯାଏ।
ଅଁଳାରେ ପ୍ରଦାହ-ବିରୋଧୀ ଗୁଣ ଅଛି ଯାହା ପ୍ରଦାହକୁ କମ୍ କରେ। ଅଁଳା ସନ୍ଧି ଯନ୍ତ୍ରଣା ଏବଂ ଗଣ୍ଠି ଯନ୍ତ୍ରଣାରେ ମଧ୍ୟ ଲାଭଦାୟକ ବୋଲି ସାବ୍ୟସ୍ତ ହୋଇଛି। ଅଁଳା ଖାଇବା ଦ୍ୱାରା ଓଜନ ହ୍ରାସ ହେବାରେ ମଧ୍ୟ ସାହାଯ୍ୟ କରେ।
ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ଏବଂ ପାଚନ ସମ୍ୱନ୍ଧୀୟ ସମସ୍ୟା ଅଛି। ତେବେ ପ୍ରତିଦିନ ଗୋଟିଏ କଞ୍ଚା ଅଁଲା ଖାଇବା ଆରମ୍ଭ କରନ୍ତୁ। ଏହା ଅନ୍ତନଳୀ ସଫା କରିବ ଏବଂ ବ୍ୟାକ୍ଟେରିଆକୁ ନାଶ କରିବ। ଯାହା ଫଲରେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଯିବ।
ଏହାଛଡ଼ା କେଶ ପାଇଁ ଅଁଳାକୁ ସବୁଠାରୁ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। କେଶକୁ ଘନ କରିବା ପାଇଁ, ଧଳା କେଶକୁ କଳା କରିବା ପାଇଁ ଏବଂ ଦୁର୍ବଳ ଏବଂ ଝଡ଼ିଯାଇଥିବା କେଶକୁ ମଜବୁତ କରିବା ପାଇଁ ଅଁଳା ଖାଇବା ଉଚିତ୍।
ଅଁଳା କୋଲେଜନ ବୃଦ୍ଧି କରେ ଯାହା ଶରୀର କୁଞ୍ଚନ ଦୂର କରି ବାର୍ଦ୍ଧକ୍ୟ ହ୍ରାସ କରିପାରେ। ଅଁଳା ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଇନସୁଲିନ୍ ଉତ୍ପାଦନ ବୃଦ୍ଧି କରେ। ଏହାସହ ଅଁଳା ମେଟାବୋଲିଜିମ୍ ତ୍ୱରାନ୍ୱିତ କରେ ଯାହା ଓଜନ ହ୍ରାସ କରିଥାଏ।