fbpx

ଖାଲି ପେଟରେ ଖାଉଛନ୍ତି କି ଏହିସବୁ ଖାଦ୍ୟ? ହୋଇପାରେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା

Advertisement

ଓଡ଼ିଶା ଭାସ୍କର ବ୍ୟୁରୋ: ଆମେ ଆମ ଦୈନାନ୍ଦିନ ଜୀବନରେ ଯାହାବି ଖାଇଥାଉ ତାହା ଆମ ଶରୀର ସହିତ ଜଡ଼ିତ ହୋଇରହିଥାଏ । ଖାଦ୍ୟ ଦ୍ୱାରା ହିଁ ଆମେ ବଞ୍ଚି ରହିଥାଉ । ହେଲେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସଠିକ୍ ଖାଦ୍ୟ ଆବଶ୍ୟକ । ଏହା ବ୍ୟତୀତ କିଛି ଖାଦ୍ୟକୁ ଆମେ ଉପଯୁକ୍ତ ସମୟରେ ନ ଖାଇଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଏପରି କିଛି ଖାଦ୍ୟ ରହିଛି ଯାହାକୁ ଆପଣ ସକାଳ ସମୟରେ ଖାଇବା ଦ୍ୱାରା ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦିଏ । ତେବେ ଆଜି ଆମେ ଜାଣିବା ଖାଲି ପେଟରେ କଣ ଖାଇବା ଦରକାର ଓ ଖାଲି ପେଟରେ କଣ ଖାଇବା ଦ୍ୱାରା ସ୍ୱାସ୍ଥ୍ୟରେ ଅବନତି ଦେଖାଦିଏ ।

ଅନେକ ସମୟରେ ଖାଲି ପେଟରେ କିଛି ଲୋକ ସର୍ବତ୍ ରେ ଚିନି ପକାଇ ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ମାନେ ମନେ ରଖିବା ଦରକାର ଯେ, ସୁଗାରକୁ ପଚାଇବାକୁ ସକାଳ ସମୟରେ ଉପଯୁକ୍ତ ପରିମାଣରେ ଇନସୁଲିନ୍ ପ୍ରସ୍ତୁତ ହୋଇନଥାଏ । ଯାହାଫଳରେ ରକ୍ତରେ ସୁଗାର୍ ର ମାତ୍ରା ବଢ଼ିଯାଏ । ତେଣୁ ସକାଳ ସମୟରେ ଖାଲି ପେଟରେ ଚିନି ସେବନ କରିବା ଉଚିତ୍ ନୁହେଁ ।

ଆପଣ ଜାଣିବା ଉଚିତ୍ ଯେ ସଫ୍ଟ ପାନୀୟ ଖାଇବା ସର୍ବଦା ଠିକ୍ ନୁହେଁ । ସକାଳେ ଖାଲି ପେଟରେ ମୃଦୁ ପାନୀୟ କିମ୍ବା ସୋଡା ପାଣି ସେବନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ପେଟରେ ଏସିଡିଟି ସୃଷ୍ଟି କରିପାରେ । ଏହା ବ୍ୟତୀତ, ଯଦି ଆପଣ ଖାଲି ପେଟରେ ମୃଦୁ ପାନୀୟ ପିଉଛନ୍ତି, ତେବେ ଏହା ପେଟରେ ଫୁଲା ସମସ୍ୟା ଆଣିପାରେ । ଏହା ବ୍ୟତୀତ ଏସୋଫେଗର୍ କ୍ୟାନସର ହେବାର ଆଶଙ୍କା ମଧ୍ୟ ବଢ଼ିପାରେ ।

 

ଏହା ବ୍ୟତୀତ ସକାଳ ସମୟରେ ଖାଲି ପେଟରେ ଲେମ୍ବୁ କିମ୍ବା କୌଣସି ଖଟା ଜିନିଷ ଯେଉଁଥିରେ ସାଇଟ୍ରସ୍ ଏସିଡ୍ ରହିଥାଏ ସେସବୁ ଖାଇବା ଉଚିତ୍ ନୁହେଁ । କାରଣ ସାଇଟ୍ରସ୍ ଫ୍ରୁୁଟ୍ ଖାଇବା ଦ୍ୱାରା ଶରୀରରେ ଏସିଡିଟି ହୋଇଯାଇଥାଏ । କାର୍ବୋନେଟେଡ୍ ପଦାର୍ଥ ଭଳି ଏହା ଶରୀରରେ ପ୍ରଭାବ ପକାଏ । କିନ୍ତୁ ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ୍ ଆମକୁ ଅନେକ ପ୍ରକାର ଫାଇଦା ପହଞ୍ଚାଇଥାଏ ।

ସେହିପରି ଖାଲି ପେଟରେ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଏହା ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ହୋଇଥାଏ । ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପେଟ କାଟିବା ବ୍ୟତୀତ ଛାତି ପୋଡ଼ା, ଗ୍ୟାସ ମଧ୍ୟ ହୋଇଥାଏ ।

Get real time updates directly on you device, subscribe now.