fbpx

ଘରେ ଏସି ଲଗାଇଥିଲେ ଜରୁର ଚେକ୍ କରନ୍ତୁ ଏହି ଜିନିଷ, ଅନ୍ୟଥା ଭରିବାକୁ ପଡିବ ମୋଟା ଅଙ୍କର ଜୋରିମାନା

ଓଡ଼ିଶା ଭାସ୍କର:ଖରାଦିନ ଆସିବା ମାତ୍ରେ ଏସିର ଡିମାଣ୍ଡ ଦ୍ରୁତ ଗତିରେ ବଢିଯାଏ । ଭୀଷଣ ଗରମରୁ ଆମକୁ କେବଳ ଏସି ହିଁ ଆଶ୍ୱସ୍ତି ଦେଇଥାଏ । ଯଦି ଆପଣ ବି ଘରେ ଏସି ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ଲାଗି ବହୁତ ଜରୁରୀ ।
ଏସିର ଥଣ୍ଡା ପବନ ଆମକୁ ଗରମରୁ ତ ମୁକ୍ତି ଦେଇଥାଏ କିନ୍ତୁ ବିଭିନ୍ନ ପ୍ରକାର ଟେନସନ ବି ଦେଇଥାଏ । ଯଦି ଆପଣ ଘରେ ଏସି ଚଲାଉଛନ୍ତି ତେବେ ଆପଣଙ୍କୁ ଗୋଟିଏ କଥା ଉପରେ ଧ୍ୟାନ ଦେବାକୁ ହେବ । ଅନ୍ୟଥା ଆପଣଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡିବ ।

ଆପଣ ଘରେ ଏସି ଚଲାଉଥିଲେ ବିଜୁଳି ବିଭାଗ ପକ୍ଷରୁ କିଛି ନିୟମ ରହିଛି ଯାହା ଆପଣଙ୍କୁ ମାନିବାକୁ ହେବ । ଆପଣ ଘରେ ଏସି ଲଗାଉଥିଲେ ଆପଣଙ୍କ ପାଖରେ ଅତି କମ୍‌ରେ ୩ କିଲୋୱାଟ୍‌ର ବିଦ୍ୟୁତ୍ ସଂଯୋଗ ଥିବା ଉଚିତ । ଗରମ ଦିନମାନଙ୍କରେ ଏସି, କୁଲର, ଫ୍ରିଜ୍ ପରି ବୈଦ୍ୟୁତିକ ଉପକରଣର ଚାହିଦା ବଢିଯାଏ । ଏହି କାରଣରୁ ଓଭରଲୋଡିଂ ବଢିଯାଏ । ଏହା ବ୍ୟତିତ ଗରମ ଦିନମାନଙ୍କରେ ବିଜୁଳି ଚୋରୀ ମାମଲା ବି ସାମ୍ନାକୁ ଆସିଥାଏ । ଏଣୁ ବିଜୁଳି ବିଭାଗ କର୍ମଚାରୀ ଗଳି ଗଳି ବୁଲି ନିରୀକ୍ଷଣ କରିଥାନ୍ତି । ଆପଣଙ୍କ ଘରେ ଏସି ଲାଗିଥିଲେ ଆପଣଙ୍କ ବିଜୁଳି ମିଟର ଚେକିଂ ହୋଇପାରେ । ଆପଣଙ୍କ ଘରେ ଦେଢ ଟନ୍ କିମ୍ବା ଏହାଠାରୁ ଅଧିକର ଏସି ଲାଗିଥିଲେ ଆପଣଙ୍କ ପାଖରେ ୩ କିଲୋୱାଟ ବିଦ୍ୟୁତ୍ ସଂଯୋଗ ରହିଥିବା ଉଚିତ । ଯଦି ଏହା କରି ନାହାନ୍ତି ତେବେ ଆଜି ହିଁ ଏହା କରିନିଅନ୍ତୁ ଅନ୍ୟଥା ସମସ୍ୟାରେ ପଡିପାରନ୍ତି ।

Get real time updates directly on you device, subscribe now.